ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜେଏନୟୁ ପରିସରରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

• ନୂତନ ଚିନ୍ତାଧାରା ଓ ଏହାର ବିନିମୟ ଅବ୍ୟାହତ ରହିବା ଆବଶ୍ୟକ

Posted On: 12 NOV 2020 8:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜେଏନୟୁ ପରିସରରେ ଆଜି ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭିଡିଓ କନଫରେନ୍ସ ଜରିଆରେ ଉନ୍ମୋଚନ କରିଛନ୍ତି

ଜେଏନୟୁର ଛାତ୍ରଛାତ୍ରୀ ଓ ଯୁବ ସମାଜକୁ ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜାତୀୟ ସ୍ଵାର୍ଥକୁ ବ୍ୟକ୍ତିଗତ ଆଦର୍ଶ ଠାରୁ ଉର୍ଦ୍ଧ୍ଵରେ ରଖିବା ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଦେଶର ଗଣତାନ୍ତ୍ରିକ ପଦ୍ଧତି ପାଇଁ ଘୋର କ୍ଷତିକାରକ କାରଣ “ମୋ ଆଦର୍ଶ ଯାହା କହୁଛି ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ମଧ୍ୟ ମୁଁ ତାହାର ଅନୁସରଣ କରିବି ଓ ସେହି ଢାଞ୍ଚାରେ କାମ କରିବି ଏହା ଏକ ମସ୍ତବଡ ଭୁଲ” ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହା ସ୍ଵାଭାବିକ ଯେ ଜେଏନୟୁ ତାହାର ଆଦର୍ଶ ନେଇ ଗର୍ବିତ ହେବା ଦରକାର, ମାତ୍ର ଯେତେବେଳେ ଜାତୀୟ ସ୍ଵାର୍ଥ ବିଷୟ ସାମନାକୁ ଆସେ, ସେତେବେଳେ ଆମର ଆଦର୍ଶ ଦେଶର ହିତ ଦୃଷ୍ଟିରୁ ବିଚାର କରାଯିବା ଉଚିତ

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ଯେତେବେଳେ ଦେଶ ସମ୍ମୁଖରେ କୌଣସି ଖରାପ ସମୟ ଆସେ, ବିଭିନ୍ନ ଆଦର୍ଶର ଲୋକମାନେ ସେତେବେଳେ ଜାତୀୟ ସ୍ଵାର୍ଥ ପାଇଁ ଏକାଠି ହୋଇଯାନ୍ତି ବିଭିନ୍ନ ଆଦର୍ଶର ଲୋକମାନେ ଏକାଠି ହୋଇ ସ୍ଵାଧୀନତା ସଂଗ୍ରାମ ବେଳେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଏକତ୍ରିତ ହୋଇଥିଲେ । ସେମାନେ ମିଳିମିଶି ଦେଶ ପାଇଁ ସଂଗ୍ରାମ କରିଥିଲେ । ଦେଶ ଜରୁରୀକାଳିନ ପରିସ୍ଥିତି ବେଳେ ମଧ୍ୟ ଏହି ଏକତା ଭାବକୁ ଦେଖିଥିଲା । ପୁରୁଖା କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଜରୁରୀକାଳିନ ପରିସ୍ଥିତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ସେମାନଙ୍କ ମଧ୍ୟରେ ଆରଏସଏସର ସ୍ଵେଚ୍ଛାସେବୀ ଓ ଜନସଂଘର ସଦସ୍ୟମାନେ ମଧ୍ୟ ଥିଲେ ସମାଜବାଦୀ ଓ କମ୍ୟୁନିଷ୍ଟମାନେ ମଧ୍ୟ ଏକାଠି ହୋଇଯାଇଥିଲେ ।  

ପ୍ରଧାନମନ୍ତ୍ରୀ ଏହି ଏକାଠି ହେବା ଉପରେ ନିଜର ଆଦର୍ଶ ସହିତ ସାଲିସ ନକରିବା ଉପରେ ଗୁରୁତ୍ଵାରୋପ କରିଥିଲେ ଏଥିରେ କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା ତାହା ହେଉଛି ଜାତୀୟ ସ୍ଵାର୍ଥ ତେଣୁ ଯେତେବେଳେ ଜାତୀୟ ଐକ୍ୟ, ସଂହତି ଓ ଜାତୀୟ ସ୍ଵାର୍ଥ ଉପରେ ପ୍ରଶ୍ନବାଚୀ ଆସେ, କୌଣସି ଆଦର୍ଶର ଚାପରେ ନିଷ୍ପତ୍ତି ନେଲେ ତାହା ଦେଶର କ୍ଷତି କରିଥାଏ । ପ୍ରଧାନମନ୍ତ୍ରୀ ମତର ଆଦାନ ପ୍ରଦାନ ଓ ନୂତନ ଚିନ୍ତାଧାରା ନୀରବଚ୍ଛିନ୍ନ ଭାବେ ଅବ୍ୟାହତ ରଖିବା ଉପରେ ସ୍ପଷ୍ଟ ମତ ଦେଇଛନ୍ତି । ଆମର ଏପରି ଏକ ଦେଶ ଯେଉଁଠି ଭିନ୍ନ ଭିନ୍ନ ବୌଦ୍ଧିକତାର ବୀଜ ଅଙ୍କୁରୋଦଗମ ହୋଇଥିଲେ ମଧ୍ୟ ତାହା ବଞ୍ଚି ରହିଛି । ଯୁବ ସମାଜ ଏହି ପରମ୍ପରାକୁ ସୁଦୃଢ କରିବା ଆବଶ୍ୟକ । ଏହି ପରମ୍ପରା ଯୋଗୁଁ ଭାରତର ଗଣତନ୍ତ୍ର ବିଶ୍ଵରେ ବେଶ ମଜବୁତ ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କ ଆଗରେ ତାଙ୍କ ସରକାରଙ୍କ ସଂସ୍କାର ଉପରେ ଅବତାରଣା କରିଛନ୍ତି । ସେ କହିଛନ୍ତି ଯେ, ଆତ୍ମନିର୍ଭର ଭାରତର ଚିନ୍ତାଧାରା 130 କୋଟି ଭାରତବାସୀଙ୍କ ସମ୍ମିଳିତ ଚେତନା ଯାହାକି ଆମ ଆକାଂକ୍ଷାର ଏକ ଅଂଶବିଶେଷ । ଦେଶରେ ସଂସ୍କାର ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଜେଏନୟୁ ଛାତ୍ରଛାତ୍ରୀମାନଙ୍କୁ କିପରି ଏକ ଭଲ ସଂସ୍କାର ଖରାପ ରାଜନୀତିକୁ ଭଲରେ ପରିଣତ କରିପାରେ ସେ ସମ୍ପର୍କରେ ବାରମ୍ବାର ଚିନ୍ତା କରିବାକୁ ଉପଦେଶ ଦେଇଛନ୍ତିବର୍ତ୍ତମାନ ଦେଶକୁ ଉନ୍ନତ କରିବାର ସଂକଳ୍ପ ବର୍ତ୍ତମାନ ସଂସ୍କାରର ଉଦ୍ଦେଶ୍ୟ ବର୍ତ୍ତମାନର ଉଦ୍ଦେଶ୍ୟ ଓ ସଂକଳ୍ପ ନେଇ ଯେଉଁ ସଂସ୍କାର ହେଉଛି, ତାହା ସମୟାନୁବର୍ତ୍ତିତ ଉପରେ ପର୍ଯ୍ୟବେଷ୍ଟିତ । ବର୍ତ୍ତମାନ ଚାଲିଥିବା ସଂସ୍କାର ଉପରେ ଏକ ସୁରକ୍ଷାର କବଚ ରହିଛି ଓ ଆସ୍ଥା ହିଁ ହେଉଛି ଏହି ସୁରକ୍ଷା କବଚ ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘଦିନ ଧରି ଗରିବ ଲୋକମାନଙ୍କୁ କେବଳ ସ୍ଲୋଗାନ ବାଜି ମଧ୍ୟରେ ରଖାଯାଇଥିଲା ଓ ସେମାନଙ୍କୁ ଦେଶର ପଦ୍ଧତି ସହ ସଂଶ୍ଳିଷ୍ଟ କରାଯାଉନଥିଲା । ଗରିବ ଲୋକମାନେ ସବୁଠାରୁ ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ଅଲଗା ହୋଇ ଆଗରୁ ରହୁଥିଲେ । ଏବେ ଗରିବମାନେ ସେମାନଙ୍କର ନିଜର ପକ୍କା ଘର ଓ ପାଇଖାନା, ବିଜୁଳି, ଗ୍ୟାସ, ସ୍ଵଚ୍ଛ ପାନୀୟ ଜଳ, ଡିଜିଟାଲ ବ୍ୟାଙ୍କିଙ୍ଗ, ସ୍ୱଳ୍ପ ବ୍ୟୟ ସାପେକ୍ଷ, ମୋବାଇଲ ଓ ଦ୍ରୁତ ଇଣ୍ଟରନେଟ ସଂଯୋଗ ପାଇପାରୁଛନ୍ତି । ଗରିବମାନଙ୍କ ପାଇଁ ଏହାହିଁ ଏକ ସୁରକ୍ଷା କବଚ, ଯାହାକି ସେମାନଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସହାୟକ ହେବ । ସେହିପରି ସୁଲଭ ଜଳସେଚନ ଭିତ୍ତିଭୂମି, ମଣ୍ଡିଗୁଡ଼ିକର ଆଧୂନିକୀକରଣ, ଇ-ନାମ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କମ ସହାୟକ ମୂଲ୍ୟରେ ୟୁରିଆର ଉପଲବ୍ଧତା ଇତ୍ୟାଦି ଚାଷୀମାନଙ୍କ ପାଇଁ ଏକ ସୁରକ୍ଷା କବଚ ସଦୃଶ୍ୟ ହୋଇଛି । ସରକାର ପ୍ରଥମେ ସେମାନଙ୍କ ଆବଶ୍ୟକତା ପୂରଣ କରୁଥିବା ବେଳେ ଏବେ ସେମାନଙ୍କ ଆକାଂକ୍ଷା ହାସଲ ପାଇଁ କାର୍ଯ୍ୟ କରୁଛନ୍ତି ।

ଜେଏନୟୁରେ ସ୍ଥାପିତ ସ୍ଵାମୀଜୀଙ୍କ ପ୍ରତିମୂର୍ତ୍ତି ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହ ସାହାସ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ । ଏହି ପ୍ରତିମୂର୍ତ୍ତି ସମସ୍ତଙ୍କୁ ଅନୁକମ୍ପାର ଶିକ୍ଷା ଦେବା ଯାହାକି ସ୍ଵାମୀଜୀଙ୍କ ଦର୍ଶନର ମୁଖ୍ୟ ଅଙ୍ଗ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଏହି ପ୍ରତିମୂର୍ତ୍ତି ଆମକୁ ଦେଶ ପାଇଁ ଉତ୍ସର୍ଗ ଭାବନା ଓ ଦେଶ ପ୍ରେରଣାର ଶିକ୍ଷା ଦେବ ଯାହାକି ସ୍ଵାମୀଜୀଙ୍କ ଜୀବନାଦର୍ଶର ମୁଖ୍ୟ ଅଙ୍ଗ ଥିଲା ବୋଲି ସେ କହିଛନ୍ତି ଏହି ପ୍ରତିମୂର୍ତ୍ତି ସମଗ୍ର ଦେଶକୁ ଅନୁପ୍ରାଣିତ କରିବା ସହ ଐକ୍ୟବଦ୍ଧ ସମାଜ ଯୁବ ସମାଜ  ସହଯୋଗ ଭିତ୍ତିକ ବିକାଶ କରିବ ଯାହାକି ସ୍ଵାମୀଜୀଙ୍କ ମୁଖ୍ୟ ଆଶା ଥିଲା । ଦେଶକୁ ମଜବୁତ ଓ ସମୃଦ୍ଧିଶାଳୀ କରିବା ପାଇଁ ତଥା ସ୍ଵାମୀଜୀଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ଏହି ପ୍ରତିମୂର୍ତ୍ତି ପ୍ରେରଣା ଯୋଗାଇ ଚାଲିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ ।

 

**********



(Release ID: 1672462) Visitor Counter : 263