ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କଟକଠାରେ ଆୟକର ଆପେଲେଟ୍‌ ଟ୍ରିବୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 11 NOV 2020 7:01PM by PIB Bhubaneshwar

ଜୟ ଜଗନ୍ନାଥ!

ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆମର ବରିଷ୍ଠ ସାଥୀ ଶ୍ରୀମାନ ନବୀନ ପଟ୍ଟନାୟକ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରବିଶଙ୍କର ପ୍ରସାଦ ଜୀ, ଓଡ଼ିଶା ମାଟିର ସନ୍ତାନ ଏବଂ ମୋର ମନ୍ତ୍ରୀ ପରିଷଦର ସାଥୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଜୀ, ଆୟକର ଆପେଟେଲ ଟ୍ରିବୁନାଲର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ପି ପି ଭଟ୍ଟ ଜୀ, ଓଡ଼ିଶାର ସାଂସଦଗଣ, ବିଧାୟକଗଣ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବଗଣ ଏବଂ ସାଥୀବୃନ୍ଦ,

ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦର ସହିତ ଆୟକର ଆପେଲେଟ ଟ୍ରିବୁଲାନ ଅର୍ଥାତ୍‌ ଆଇଟିଏଟିର କଟକ ବେଞ୍ଚ ଆଜି ନିଜର ନୂତନ ଏବଂ ଅତ୍ୟାଧୁନିକ ପରିସରକୁ ସ୍ଥାନାନ୍ତରୀତ ହେଉଛି । ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଡ଼ା ନିଆଯାଇଥିବା ଏକ ବିଲଡିଂରେ କାର୍ଯ୍ୟ କରିବା ପରେ, ନିଜସ୍ୱ ଘରକୁ ଯିବାର ଖୁସି କେତେ ଅଧିକ ତାହାର ଅନ୍ଦାଜ ଆପଣମାନଙ୍କ ପ୍ରଫୁଲ୍ଲିତ ଚେହେରାକୁ ଦେଖିଲେ ମୋତେ ଜଳଜଳ ହୋଇ ଦୃଶ୍ୟ ହେଉଛି । ଖୁସିର ଏଇ ମୁହୂର୍ତ୍ତରେ ଆପଣମାନଙ୍କ ସହିତ ମୁଁ ଯୋଡ଼ି ହୋଇଛି । ଏହି ଅବସରରେ ମୁଁ ଆଇଟି ଅପେଲେଟ୍‌ର ସମସ୍ତ ଅଧିକାରୀ, କର୍ମଚାରୀମାନଙ୍କୁ ବହୁତ ବହୁତ ବଧେଇ ଜଣାଉଛି, ଶୁଭକାମନା ଜ୍ଞାପନ କରୁଛି । କଟକର ଏହି ବେଞ୍ଚ୍‌ ଏବେ କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ଲକ୍ଷ ଲକ୍ଷ ଟିକସଦାତାଙ୍କୁ ସର୍ବାଧୁନିକ ସୁବିଧା ପ୍ରଦାନ କରିବ । ନୂତନ ସୁବିଧା ସୁଯୋଗ ବ୍ୟତୀତ ଏହି ବେଞ୍ଚ୍‌ କୋଲକାତା ଜୋନର ଦ୍ୱତୀୟ ବେଞ୍ଚର ମଧ୍ୟ ପିଛିଲା ଭାବେ ପଡ଼ି ରହିଥିବା ଅପିଲଗୁଡ଼ିକୁ ସମାଧାନ କରିବାକୁ ସକ୍ଷମ ହୋଇପାରିବ । ସେଥିପାଇଁ ଏହିସବୁ କରଦାତାମାନଙ୍କୁ ମଧ୍ୟ ବହୁତ ବହୁତ ଶୁଭକାମନା, ଯେଉଁମାନଙ୍କୁ ଏହି ଅତ୍ୟାଧୁନିକ ପରିସରରେ ଉପଲବ୍ଧ ନୂତନ ସୁବିଧା ସୁଯୋଗ ଉପଲବ୍ଧ ହେବ, ସେମାନଙ୍କର ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ହୋଇପାରିବ ।

ସାଥୀଗଣ,

ଆଜିର ଏହି ଦିନ ଜଣେ ପୁଣ୍ୟାତ୍ମାଙ୍କୁ ମଧ୍ୟ ସ୍ମରଣ କରିବାର ଅବସର, ଯାହାଙ୍କ ପ୍ରୟାସବିନା ଆୟକର ଆପେଲେଟ୍‌ ଟ୍ରିବୁନାଲର କଟକ ବେଞ୍ଚର ଏହି ସ୍ୱରୂପ କଦାପି ସମ୍ଭବପର ହୋଇପାରିନଥାନ୍ତା । ଓଡ଼ିଶା ପାଇଁ, ଓଡ଼ିଶାର ଜନସାଧାରଣଙ୍କ ସେବା ନିମନ୍ତେ ନିଜକୁ ସମର୍ପିତ କରିଥିବା, ବିଜୁ ପଟ୍ଟନାୟକ ଜୀ, ବିଜୁ ବାବୁଙ୍କୁ ମଧ୍ୟ ମୁଁ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀଗଣ,

ଆୟକର ଆପେଲେଟ ଟ୍ରିବୁନାଲର ଏକ ଗୌରବମୟ ଇତିହାସ ରହିଛି । ମୁଁ ବର୍ତ୍ତମାନର ଟିମଙ୍କୁ ଏଥିପାଇଁ ବଧେଇ ଜଣାଉଛି ଯେଉଁମାନେ ଦେଶବ୍ୟାପୀ ନିଜର ଆଧୁନିକ ସଂସାଧନ ପ୍ରସ୍ତୁତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୋତେ ସୂଚୀତ କରାଯାଇଛି ଯେ କଟକ ପୂର୍ବରୁ ବେଙ୍ଗାଲୁରୁ ଏବଂ ଜୟପୁରରେ ପ୍ରଥମେ ନିଜସ୍ୱ ପରିଦର ପ୍ରସ୍ତୁତ ହୋଇସାରିଛି । ସେହିଭଳି ଅନ୍ୟାନ୍ୟ ସହରରେ ମଧ୍ୟ ନୂତନ କମ୍ପ୍ଲେକ୍ସ ନିର୍ମାଣ କରିବା କିମ୍ବା ପୁରୁଣା ସୌଧର ଉନ୍ନତିକରଣ କରିବା କାର୍ଯ୍ୟ ଏବେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଉଛି ।

ସାଥୀଗଣ,

ଆଜି ଆମେମାନେ ପ୍ରଯୁକ୍ତିର ଯେଉଁ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛୁ, ସେଠାରେ ସଂପୂର୍ଣ୍ଣ ବ୍ୟବସ୍ଥାର ଉନ୍ନତିକରଣ ଏକାନ୍ତ ଜରୁରି ହୋଇପଡ଼ିଛି । ବିଶେଷକରି, ଆମର ନ୍ୟାୟତନ୍ତ୍ରର ଆଧୁନିକୀକରଣ, ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ଦ୍ୱାରା ଦେଶର ନାଗରିକମାନଙ୍କୁ ନୂଆ ନୂଆ ସରଳ ବ୍ୟବସ୍ଥା ଉପଲବ୍ଧ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ନିରପେକ୍ଷ, ସୁଲଭ, ତ୍ୱରିତ ନ୍ୟାୟର ଯେଉଁ ଆଦର୍ଶକୁ ନେଇ ଆପଣମାନେ ଆଗକୁ ଅଗ୍ରସର ହେଉଛନ୍ତି, ତାହା ଆଧୁନିକ ସୁବିଧା ସୁଯୋଗ ଏବଂ ପ୍ରଯୁକ୍ତିଗତ ସମାଧାନ ଦ୍ୱାରା ଅଧିକ ସଶକ୍ତ ହେବ । ଏହା ସମସ୍ତଙ୍କ ପାଇଁ ସନ୍ତୋଷର କଥା ଯେ ଆଇଟି ଆପେଲେଟ୍‌ ଟ୍ରିବୁନାଲ, ସାରା ଦେଶରେ ନିଜସ୍ୱ ବେଞ୍ଚକୁ ଭର୍ଚୁଆଲ ଶୁଣାଣି ପାଇଁ ମଧ୍ୟ ଅପ୍‌ଗ୍ରେଡ଼ କରୁଛି ଏବଂ ଏବେ ଏବେ ଯାହା ଆପଣମାନଙ୍କୁ ଶ୍ରୀମାନ ପି ପି ଭଟ୍ଟଜୀ ସୂଚୀତ କଲେ ଏତେ ବ୍ୟାପକ ମାତ୍ରାରେ କାମ, ଏଭଳି କରୋନ ମହାମାରୀ ଭଳି କାଳଖଣ୍ଡରେ ସୁଦ୍ଧା ସମ୍ଭବପର ହୋଇପାରିଛି, ଭର୍ଚୁଆଲ ହୋଇପାରିଛି ଏବଂ ରବିଶଙ୍କର ଜୀ ତ ସଂପୂର୍ଣ୍ଣ ଦେଶର ବ୍ୟବସ୍ଥା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

ସାଥୀଗଣ,

ଦେଶ ପରାଧୀନ ଥିବାବେଳେ କରଦାତା ଏବଂ ଟିକସ ଅସୁଲକାରୀ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଶୋଷିତ ଏବଂ ଶୋଷକ ଭାବେ ହିଁ ବିକାଶ ଲାଭ କରିଥିଲା । ଦୁର୍ଭାଗ୍ୟକୁ ଦେଶ ସ୍ୱାଧୀନ ହେବା ପରେ ଆମର ଯେଉଁ ଟିକସ ବ୍ୟବସ୍ଥା ରହିଲା ସେଥିରେ ଏପରି ଛବିକୁ ବଦଳାଇବା ନିମନ୍ତେ ଯେଉଁ ପ୍ରୟାସ ହେବାର କଥା, ତାହା ସେତେ ମାତ୍ରାରେ କରାଯାଇ ନଥିଲା । ଯଦ୍ୟପି ଭାରତରେ ପ୍ରାଚୀନ କାଳରେ ହିଁ ଟିକସର ମହତ୍ତ୍ୱ ଏବଂ ଦେଣନେଣକୁ ନେଇ ବହୁତ ସୁସ୍ଥ ପରମ୍ପରାର ବିକାଶ ଏବଂ ପ୍ରଚଳନ ଥିଲା । ଗୋସ୍ୱାମୀ ତୁଳସୀଦାସ ଜୀ କହିଯାଇଛନ୍ତି:

ବରସତ ହରସତ ସବ ଲଖେଁ, କରସତ ଲଖେ ନ କୋୟ

ତୁଳସୀ ପ୍ରଜା ସୁଭାଗ ସେ, ଭୁପ ଭାନୁ ସୋ ହୋୟ ।

ଏହି ଦୋହାର ତାତ୍ପର୍ଯ୍ୟ ହେଲା ଏଇଆ ଯେ ଯେତେବେବେଳେ ବାଦଲ ବର୍ଷା କରେ, ତ ଏହାର ଲାଭ ଆମ ସମସ୍ତଙ୍କୁ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଯେତେବେଳେ ବାଦଲ ସୃଷ୍ଟି ହୁଏ, ସୂର୍ଯ୍ୟ ପାଣିକୁ ଅତି ସୂକ୍ଷ୍ମ ଭାବେ ଶୋଷିଥାଏ । ସେତେବେଳେ ଏହାଦ୍ୱାରା କାହାକୁ କଷ୍ଟ ହୋଇନଥାଏ । ସେହିଭଳି ଶାସନ ବ୍ୟବସ୍ଥା ବି ହେବା ଦରକାର । ଯେତେବେଳେ ସାଧାରଣ ଜନତାଙ୍କ ଠାରୁ ରାଷ୍ଟ୍ର ଟିକସ ଅସୁଲ କରିବ ତ କାହାକୁ କୌଣସି ପ୍ରକାର କଷ୍ଟ ହେବା ଅନୁଚିତ । କିନ୍ତୁ ଯେତେବେଳେ ଦେଶର ସେହି ଅର୍ଥ ନାଗରିକମାନଙ୍କ ନିକଟରେ ପହଞ୍ଚିବ, ସେତେବେଳେ ଲୋକମାନଙ୍କୁ ଏହାର ଉପଯୋଗ ନିଜ ଜୀବନରେ ଅନୁଭୂତ ହେବା ଜରୁରି । ବିଗତ ବର୍ଷମାନଙ୍କରେ ସରକାର ଏହି ଭିଜନକୁ ନେଇ ଆଗକୁ ଅଗ୍ରସର ହେଉଛି ।

ସାଥୀଗଣ,

ଆଜିର ଟିକସଦାତା ସଂପୂର୍ଣ୍ଣ ରୂପେ ଟିକସ ବ୍ୟବସ୍ଥାରେ ଖୁବ୍‌ ବଡ଼ ପରିବର୍ତ୍ତନ ଏବଂ ପାରଦର୍ଶିତାର ସାକ୍ଷୀ ହେଉଛନ୍ତି । ଯେତେବେଳେ ସେମାନଙ୍କୁ ଉଦବୃତ୍ତ ଟିକସ ଫେରସ୍ତ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ, କିଛି ସପ୍ତାହ ଭିତରେ ସେମାନଙ୍କ ନିଜ ପଇସା ଫେରସ୍ତ ମିଳିଯାଉଛି, ତାହାକୁ ଆମେ ପାରଦର୍ଶିତ ବୋଲି ଅନୁଭବ କରିବା ନାହିଁ କି? ଯେତେବେଳ ସେମାନେ ଦେଖୁଛନ୍ତି ଯେ ଆୟକର ବିଭାଗ ନିଜେ ଆଗକୁ ଅଗ୍ରସର ହୋଇ ବର୍ଷ ବର୍ଷର ପୁରୁଣା ବିବାଦକୁ ସମାଧାନ କରିଦେଉଛି, ସେମାନଙ୍କୁ ଏଭଳି ବିବାଦ ଝିନଝଟରୁ ମୁକ୍ତି ମିଳୁଛି, ସେମାନଙ୍କୁ ବ୍ୟବସ୍ଥାର ପାରଦର୍ଶିତା ସହଜରେ ଅନୁଭୂତ ହେଉଛି । ଯେତେବେଳେ ସେମାନଙ୍କୁ ଫେସଲେସ୍‌ ଅପିଲର ସୁବିଧା ଉପଲବ୍ଧ ହେଉଛି, ସେତେବେଳେ ଟିକସ ବ୍ୟବସ୍ଥାର ସ୍ୱଚ୍ଛତାକୁ ଆହୁରି ଅଧିକ ସହଜ ଭାବେ ସେମାନେ ଅନୁଭବ କରିପାରୁଛନ୍ତି । ଯେତେବେଳେ ସେମାନେ ନିଜେ ଦେଖୁଛନ୍ତିଯେ କ୍ରମାଗତ ଭାବେ ଆୟକର ମାତ୍ରା କମିଚାଲିଛି, ସେତେବେଳେ ସେମାନେ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଥିବା ଅଧିକ ମାତ୍ରାରେ ଅନୁଭବ କରିପାରୁଛନ୍ତି । ପୂର୍ବର ସରକାରଙ୍କ ସମୟରେ ଅଭିଯୋଗ କରାଯାଉଥିଲା, ଟ୍ୟାକ୍ସ ଟେରୋରିଜିମ୍‌ ଚାରିଆଡ଼ୁ ଏହି ଶବ୍ଦ ଶୁଣିବାକୁ ମିଳୁଥିଲା । ଟ୍ୟାକ୍ସ ଟେରୋରିଜିମ୍‌! ଆଜି ଦେଶ ଏହାକୁ ପଛରେ ଛାଡ଼ି ଟ୍ୟାକ୍ସ ଟ୍ରାନ୍ସପାରେନ୍ସି ଦିଗରେ ଆଗକୁ ଅଗ୍ରସର ହେବାରେ ଲାଗିଛି । ଟ୍ୟାକ୍ସ ଟେରୋରିଜିମରୁ ଟ୍ୟାକ୍ସ ଟ୍ରାନ୍ସପାରେନ୍ସର ଏହି ପରିବର୍ତ୍ତନ ଏଇଥିପାଇଁ ଆସିପାରିଛି କାରଣ ଆମେ ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ପରିବର୍ତ୍ତନ ଭଳି ଆପ୍ରୋଚର ସହ ଆଗକୁ ବଢ଼ିବାରେ ଲାଗିଛୁ । ଆାମେ ସଂସ୍କାର କରୁଛ, ନିୟମ ବନାଉଛୁ । ବିଧି ବ୍ୟବସ୍ଥା ଏବଂ ସେଥିରେ ପ୍ରଯୁକ୍ତିର ମଧ୍ୟ ଭରପୂର ସହଯୋଗ ମିଳି ପାରୁଛି ଏବଂ ଆମେ ତାହା ନେଉଛୁ । ଆମେ କାର୍ଯ୍ୟଦକ୍ଷତାର ସହିତ କାର୍ଯ୍ୟ କରୁଛୁ ଏବଂ ଆମର ଉଦ୍ଦେଶ୍ୟ ମଧ୍ୟ ମହତ ଓ ପରିଷ୍କାର, ସ୍ପଷ୍ଟ ଅଭିପ୍ରାୟର ସହିତ ଏବଂ ଏଥି ସହିତ ଆମେ ଟ୍ୟାକ୍ସ ପ୍ରଶାସନର ମାନସିକତାରେ ମଧ୍ୟ ପରିବର୍ତ୍ତନ କରୁଛୁ ।

ସାଥୀଗଣ,

ଆଜି ଦେଶରେ, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ପ୍ରକାର ଟିକସ ଦେବାକୁ ପଡ଼ୁଡ଼ାହିଁ । ଅର୍ଥାତ୍‌, ଟିକସର ମାତ୍ରା ଜିରୋ । ଏହାର ବହୁତ ବଡ଼ ଲାଭ ନିମ୍ନ ମଧ୍ୟବିତ୍ତ ବର୍ଗର ଆମର ଆଜିର ଯେଉଁ ନୂତନ ଯୁବପିଢ଼ି ଅଛନ୍ତି ସେମାନଙ୍କୁ ହିଁ ମିଳିପାରୁଛି । ଚଳିତ ବର୍ଷ ବଜେଟରେ ଆୟକରର ଯେଉଁ ନୂତନ ବିକଳ୍ପ ପ୍ରଦାନ କରାଯାଇଛି ତାହା ଆହୁରି ଅଧିକ ସରଳ ହୋଇଛି ଏବଂ ଟିକସଦାତାଙ୍କୁ ଅନାବଶ୍ୟକ ଭାବେ ହଇରାଣ କିମ୍ବା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନାହିଁ । ଏହିଭଳି ଭାବେ ବିକାଶର ଗତିକୁ ପ୍ରଖର କରିବା ସକାଶେ ଭାରତକୁ ଆହୁରି ଅଧିକ ନିବେଶ ଅନୁକୂଳ ପରିବା ଅଭିପ୍ରାୟରେ କର୍ପୋରେଟ୍‌ ଟିକସରେ ଐତିହାସିକ କାଟ କରାଯାଇଛି । ଦେଶରେ ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ପ୍ରଦାନ କରିବା ଭଳି ବର୍ତ୍ତମାନ କାର୍ଯ୍ୟରତ କମ୍ପାନୀମାନଙ୍କ ନିମନ୍ତେ କର୍ପୋରେଟ ଟିକସ ହ୍ରାସ କରାଯାଇଛି । ଦେଶ ମାନୁଫାକ୍‌ଚରିଂ କ୍ଷେତ୍ରରେ କିଭଳି ଭାବେ ଆତ୍ମନିର୍ଭର ହୋଇପାରିବ, ସେଥିପାଇଁ ନୂତନ ଘରୋଇ ମାନୁଫାକ୍‌ଚରିଂ କମ୍ପାନୀମାନଙ୍କ ପାଇଁ ଟିକସ ହାର 15 ପ୍ରତିଶତ କରାଯାଇଛି । ଭାରତର ଇକୁଇଟି ବଜାରରେ ନିବେଶ ବଢ଼ାଇବା ସକାଶେ ଅଂଶଧନ ବିତରଣ ଟିକସ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଯାଇଛି । ଜିଏସଟି ଦ୍ୱାର ଡ଼ଜନ ଡ଼ଜନ ଟିକସର ଯେଉଁ ଜାଲ ବିଛାଯିବା ଭଳି ବ୍ୟବସ୍ଥା ଥିଲା ତାହାକୁ କମ୍‌ କରାଯାଇପାରିଛି ଏବଂ ଅଧିକତର ସାମଗ୍ରୀ ଓ ସେବାକୁ ସେହି ସେବାରେ ଟିକସ ଦରରେ ବହୁତ କାଟଛାଣ୍ଟ କରାଯାଇଛି ।

ସାଥୀଗଣ,

ଆଜକୁ 5-6 ବର୍ଷ ପୂର୍ବରୁ ଏଭଳି ସ୍ଥିତି ଥିଲା ଯେ ଯଦି ଆୟକର କମିଶନର କରଦାତାଙ୍କୁ ଯେବେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଲିଫ ପ୍ରଦାନ କରୁଥିଲେ, ସେତେବେଳେ ତାଙ୍କୁ ଆଇଟିଏଟିରେ ଚାଲେଞ୍ଜ କରାଯାଉଥିଲା । ଏହି ସୀମାକୁ ଆମ ସରକାର 3 ଲକ୍ଷରୁ ବୃଦ୍ଧି କରି ଏବେ 50 ଲକ୍ଷ ଟଙ୍କା କରି ଦେଇଛନ୍ତି । ଏହିଭଳି ଭାବେ ସୁପ୍ରିମ୍‌ କୋର୍ଟରେ ଏହି କେଶ୍‌ ଯେତେବେଳେ ପହଞ୍ଚୁଥିଲା, ଯେଉଁଠି ଅତି କମ୍‌ରେ 2 କୋଟି ଟଙ୍କାର ଟିକସ ଅପିଲର ବିଷୟ ଥିବା ଆବଶ୍ୟକ ପଡ଼ୁଥିଲା । ଏଭଳି ପ୍ରୟାସଗୁଡ଼ିକ ଦ୍ୱାରା ଇଜ୍‌ ଅଫ୍‌ ଡୁଇଂ ବିଜିନେସ ତ ବଢ଼ିପାରିଛି, ଅନେକ ସଂସ୍ଥାଙ୍କ ଉପରେ ଥିବା ବିବାଦିତ ମାମଲାର ବୋଝ ମଧ୍ୟ କମ୍‌ ହୋଇପାରିଛି ।

ସାଥୀଗଣ,

ଟିକସ ମାତ୍ରାରେ ହ୍ରାସ ଏବଂ ପ୍ରକ୍ରିୟାକୁ ସରଳ କରାଯିବା ସହିତ ଯେଉଁ ସବୁଠାରୁ ବଡ଼ ସୁଧାର କାର୍ଯ୍ୟକାରୀ କରାଯାଇଛି ତାହା ହେଲା ସଚ୍ଚୋଟ ଟିକସଦାତାଙ୍କ ଗରିମା ସହିତ ଆତ୍ମସମ୍ମାନ ସହିତ ସଂଶ୍ଳିଷ୍ଟ ରହିଥିବା ପ୍ରସଙ୍ଗ । କେମିତି ଭାବେ ସେମାନଙ୍କୁ ହଇରାଣ ହରକତରୁ ବଞ୍ଚାଯାଇପାରିବ । ଆଜି ଭାରତ ବିଶ୍ୱର ସେହି କେତେଗୋଟି ଚୟନକୃତ ରାଷ୍ଟ୍ରଙ୍କ ଭିତରୁ ଗୋଟିଏ ହୋଇପାରିଛି ଯେଉଁଠାରେ ଟିକସଦାତାଙ୍କ ଅଧିକାର ଏବଂ କର୍ତ୍ତବ୍ୟ ଉଭୟକୁ ଆଇନ ବ୍ୟବସ୍ଥା ମଧ୍ୟରେ ପଞ୍ଜିକୃତ କରାଯାଇଛି । ଏହାକୁ ଆଇନର ମାନ୍ୟତା ପ୍ରଦାନ କରାଯାଇଛି । ଟିକସଦାତା ଏବଂ ଟିକଟ ଅସୁଲକାରୀଙ୍କ ଭିତରେ ଏକ ବିଶ୍ୱାସ ସୃଷ୍ଟି କରିବା ନିମନ୍ତେ, ପାରଦର୍ଶିତା ସକାଶେ, ଏହା ଏକ ବହୁତ ବଡ଼ ପଦକ୍ଷେପ ଭାବେ ବିବେଚିତ ହେଉଛି । ଯେଉଁ ବ୍ୟକ୍ତି ନିଜର ଶ୍ରମ, ନିଜର ସ୍ୱେଦ, ଦେଶର ବିକାଶ ପାଇଁ ଲଗାଇ ଦେଇଛି, ଅନେକ ଦେଶବାସୀଙ୍କୁ ରୋଜଗାର ପ୍ରଦାନ କରିପାରିଛି, ସେମାନେ ସର୍ବଦା ସମ୍ମାନର ଅଧିକାରୀ ହେବା ଆବଶ୍ୟକ ଏବଂ ମୁଁ ପନ୍ଦର ଅଗଷ୍ଟ ଦିନ ଲାଲକିଲ୍ଲା ଠାରୁ ମଧ୍ୟ ଅତି ଆଗ୍ରହର ସହ ଏବଂ ସମ୍ମାନର ସହ ଏହି କଥାର ସୂଚନା ଦେଇଥିଲି । ଦେଶର ସମ୍ପଦ ସୃଷ୍ଟିକାରୀଙ୍କ ପାଇଁ ଯେତେବେଳେ ସମସ୍ୟା କମିବ, ସେମାନଙ୍କୁ ସୁରକ୍ଷ ମିଳିବ, ସେତେବେଳେ ସେମାନଙ୍କ ବିଶ୍ୱାସ ଦେଶର ବ୍ୟବସ୍ଥା ଉପରେ ମଧ୍ୟ ବୃଦ୍ଧି ପାଇବ । ଏହି ବର୍ଦ୍ଧିତ ବିଶ୍ୱାର ପରିଣାମ ହେଉଛି ଏଇଆ ଯେ ଏବେ ଅଧିକରୁ ଅଧିକ ସାଥୀ ଦେଶର ବିକାଶ ନିମନ୍ତେ ଟିକସ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ହେବା ସକାଶେ ଆଗକୁ ଅଗ୍ରସର ହେଉଛନ୍ତି । ସରକାର କିଭଳି ଭାବେ ଟିକସଦାତାଙ୍କ ଉପରେ ଭରସା କରି ଆଗକୁ ବଢ଼ୁଛି, ଏହାର ଆଉ ଏକ ଉଦାହରଣ ମୁଁ ଆଜି ଆପଣମାନଙ୍କୁ ଦେବାକୁ ଚାହେଁ ।

ସାଥୀଗଣ,

ପୂର୍ବରୁ ବ୍ୟବସ୍ଥା ଏଭଳି ଥିଲା ଯେ ଦେଶରେ ଯେତେଯେତେ ଲୋକ ବା ବ୍ୟବସାୟୀ ଆୟକର ରିଟର୍ଣ୍ଣ ଫାଇଲ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଆୟକର ବିଭାଗର ସ୍କ୍ରୁଟିନିର ସାମ୍ନା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ସେଭଳି ବ୍ୟବସ୍ଥା ଆଉ ନାହିଁ । ଏବେ ସରକାରଙ୍କ ଚିନ୍ତାଧାରା ହେଉଛି ଏଇଆ ଯେ ଯେଉଁ ଆୟକର ରିଟର୍ଣ୍ଣ ଫାଇଲ ହେଉଛି, ତାହା ଉପରେ ପ୍ରଥମେ ସଂପୂର୍ଣ୍ଣ ରୂପେ ବିଶ୍ୱାସ କରିବା । ଏହାର ସୁଫଳ ହେଲା ଏଇଆ ଯେ ଆଜି ଦେଶରେ ଯେଉଁ ରିଟର୍ଣ୍ଣ ଫାଇଲ ହେଉଛି,ସେଥିରୁ 99.75 ପ୍ରତିଶତ ବିନା କୌଣସି ଆପତ୍ତି ଅଭିଯୋଗ ବିନା ସ୍ୱୀକାର କରିନିଆଯାଉଛି । କେମଳ 0.25 ପ୍ରତିଶତ ମାମଲାର ହିଁ ତନଖି କରାଯାଉଛି । ଏହା ବହୁତ ବଡ଼ ପରିବର୍ତ୍ତନ ଯାହା ଦେଶର ଟିକସ ଅସୁଲ ବ୍ୟବସ୍ଥାରେ ଆସିସାରିଛି ।

ସାଥୀଗଣ,

ଦେଶର ହେଉଥିବା ଟିକସ ସଂସ୍କାର ଦ୍ୱାରା ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଆପଣଙ୍କର ଏହି ଟ୍ରିବୁନାଲର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆପଣମାନଙ୍କୁ ମଧ୍ୟ ଯେଉଁ ଭଳି ଭାବେ ଭର୍ଚୁଆଲ ସମୟର ଉପଯୋଗ କରି ବ୍ୟବସ୍ଥା ଓ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ପଡ଼ୁଛି, ମୋର ବିଶ୍ୱାସ ଯେ ଏହିଭଳି ଭାବେ ଆମେ ଫେସ୍‌ଲେସ୍‌ ବ୍ୟବସ୍ଥା ଦିଗରେ ଆଗକୁ ଅଗ୍ରସର ହୋଇପାରିବା । ଆପଣମାନେ ମଧ୍ୟ ଏହା ଉପରେ ଚିନ୍ତା କରିବେ ଯେ ଫେସ୍‌ଲେସ୍‌ ଆସେସମେଣ୍ଟ ଏବଂ ଅପିଲ ଭଳି ଆୟକର ଆପେଲେଟ୍‌ ଟ୍ରିବୁନାଲ କଣ ଫେସଲେସ୍‌ ଦିଗରେ ପାଦ ଥାପିବାକୁ ଯାଉଛି କି? ବ୍ୟକ୍ତିଗତ ଭାବେ ହାଜର ହୋଇ ଶୁଣାଣିରେ ସାମିଲ ହେବା ପରିବର୍ତ୍ତେ, ଣ ଇ-ହିଅରିଂକୁ ପ୍ରାଥମିକତା ଦିଆଯାଇ ପାରିବ? କରୋନା ସମୟରେ ଦିଆଯାଇଛି, ଆଗକୁ କଣ ଏହାକୁ ବଢ଼ାଇ ଦିଆଯିବ?

ସାଥୀଗଣ,

କରୋନାର ଏହି କାଳଖଣ୍ଡରେ ଆମେ ସଭିଏଁ ଏହି କଥା ସଦାବେଳେ ଅନୁଭବ କରୁଛେ ଯେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ସକଳ ପ୍ରକାର କାର୍ଯ୍ୟ ସେତିକି ପାରଦର୍ଶୀ ଏବଂ ପ୍ରଭାବୀ ଢ଼ଙ୍ଗରେ ସମ୍ପାଦନ କରାଯାଇପାରୁଛି । ଆଜି ଯେତେବେଳେ ଆପଣମାନେ ସାରା ଦେଶର ବେଞ୍ଚଗୁଡ଼ିକରେ ଆଧୁନିକ ସୁବିଧାମାନ ଉପଲବ୍ଧ ଥିବା ପରିସରମାନ ନିର୍ମାଣ କରୁଛେ, ସେତେବେଳେ ଆପଣମାନଙ୍କ ନିମନ୍ତେ ଏଭଳି ସଂସ୍କାର କଦାପି ସମସ୍ୟା ସୃଷ୍ଟି କରିବନାହିଁ । ଏହା ଦ୍ୱାରା ଟିକସଦାତାଙ୍କ ସମୟ, ଧନ ଏବଂ ଶକ୍ତି ବଞ୍ଚିବ । ବିବାଦ ସମାଧାନ ମଧ୍ୟ ତ୍ୱରିତ ଭାବେ ହୋଇପାରିବ ।

ସାଥୀଗଣ,

ବିଦ୍ୱାନଜନ କହିଯାଇଛନ୍ତି ଯେ - ନ୍ୟାୟମୂଳଂ ସୁରାଜ୍ୟହ ସ୍ୟାତ୍‌, ସଂଘମୂଳଂ ମହବଳମ୍‌ ।

ନ୍ୟାୟ ସୁରାଜ୍ୟର ମୂଳ ଆଧାର ହୋଇଥାଏ ଏବଂ ସଂଗଠନ ମହାଶକ୍ତିର ଭିତ୍ତି ବୋଲି ବିବେଚନା କରାଯାଏ । ସେଇଥିପାଇଁ ନ୍ୟାୟ ଏବଂ ସଂଗଠନର ଶକ୍ତିକୁ ଆତ୍ମନିର୍ଭର ଭାରତର ଶକ୍ତିରେ ପରିଣତ କରିବା ନିମନ୍ତେ ନିରନ୍ତର ପ୍ରୟାସ କରାଯାଉଛି । ଭାରତରେ ଗୋଟିଏ ପରେ ଗୋଟିଏ ସଂସ୍କାର ଘଟିଚାଲିଛି, ଶୃଙ୍ଖଳାରେ ଚାଲିଥିବା ଏହି ସଂସ୍କାର ପଛରେ ମଧ୍ୟ ଏହି ଚିନ୍ତାଧାରା ରହିଛି । ଏହି ପ୍ରେରଣା ଶକ୍ତି ଭାବେ କାର୍ଯ୍ୟ କରୁଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମ ସମସ୍ତଙ୍କୁ ସଂଗଠିତ ପ୍ରୟାସ କରିବାକୁ ହେବ ଏବଂ ଆମର ସମସ୍ତ ପ୍ରୟାସ ସଫଳ ମଧ୍ୟ ହେବ । ଆୟକର ଆପେଲେଟ୍‌ ଟ୍ରିବୁନାଲ ସହିତ ଜଡ଼ିତ ସମସ୍ତ ସାଥୀମାନଙ୍କୁ, ସମସ୍ତ ଓଡ଼ିଶାବାସୀଙ୍କୁ ପୁଣି ଥରେ ଏହି ଆଧୁନିକ ପରିସର ପାଇଁ ମୁଁ ବହୁତ ବହୁତ ବଧେଇ ଜଣାଉଛି । ଆପଣମାନେ ସମସ୍ତେ ଦୀପାବଳୀ ସହିତ ଆଗକୁ ଆସୁଥିବା ସମସ୍ତ ପର୍ବ ଓ ଉତ୍ସବର ମଙ୍ଗଳକାମନା ଓ ପୁଣି ଥରେ ମୁଁ ନିଶ୍ଚିତ ଭାବେ କହିବି ଯେ ଆଜିର ଏହି କରୋନା କାଳଖଣ୍ଡରେ ଆମମାନଙ୍କୁ କରୋନାକୁ ମାମୁଲି ଭାବେ ହେୟଜ୍ଞାନ କରିବା ଅନୁଚିତ । ଏଥିପାଇଁ ସାବଧାନ ରହିବା ସକାଶେ ଯେଉଁ ଛୋଟ ଛୋଟ ସାବଧାନତା ଅବଲମ୍ବନ ଆବଶ୍ୟକ ଯେପରି କି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ସାବୁନରେ ହାତକୁ ଉତ୍ତମ ରୂପେ ଧୋଇବା, ମୁଁ ଓଡ଼ିଶାବାସୀଙ୍କୁ ଏହି କଥା ଉପରେ ଧ୍ୟାନ ଦେବା ଲାଗି ନିଶ୍ଚୟ କହିବି ଏବଂ ଓଡ଼ିଶା କଳା ସଂସ୍କୃତିର ଏକ ବିରାଟ ତପୋଭୂମି, ତପସ୍ୟାର ଭୂମି ଭାବେ ପରିଚିତ । ଆଜି ସୁଦ୍ଧା ମନ୍ତ୍ର ଗୁଂଜରିତ ହେଉଛି ଯେ ଭୋକାଲ ଫର୍‌ ଲୋକାଲ୍‌ । ଭାରତର ପ୍ରତ୍ୟେକ କୋଣରୁ ଏହି ଆବାଜ ଶୁଭୁଛି, ଭାରତର ପ୍ରତ୍ୟେକ କୋଣର ସାମଗ୍ରୀ ଉପରେ ମୋର ଦେଶବାସୀଙ୍କର ଶ୍ରମର ସ୍ୱାକ୍ଷର ରହିଛି, ଯେଉଁଥିରେ ମୋର ଦେଶର ଯୁବପିଢ଼ିଙ୍କର ଜ୍ଞାନ ମିଶିଛି, ସେହିସବୁ ସାମଗ୍ରୀମାନଙ୍କ ପ୍ରତି ଆପଣମାନଙ୍କ ମନରେ ଆଗ୍ରହ ବଢ଼ୁ । ସେଇସବୁ ସାମଗ୍ରୀ ଆପଣମାନେ କ୍ରୟ କରନ୍ତୁ । ଦେଶର ମାଟିରୁ  ଦେଶର ଶ୍ରମରୁ ନାନା ପ୍ରକାର ସାମଗ୍ରୀ ପ୍ରସ୍ତୁତ କରାଯାଇଛି ଏବଂ ସେଥିପ୍ରତି ଆପଣମାନଙ୍କ ମନରେ ଆଗ୍ରହ ରହିବା ବାଂଛନୀୟ । ଏହି କଥା ମୁଁ ଭଗବାନ ଜଗନ୍ନାଥଙ୍କ ଦେଶର, ଓଡ଼ିଶାରର ଲୋକମାନଙ୍କୁ ନିବେଦନ କରିବାକୁ ଚାହିଁବି । ଦେଶବାସୀଙ୍କୁ ମଧ୍ୟ କହିବାକୁ ଚାହିଁବି । ଭୋକାଲ ଫର୍‌ ଲୋକାଲ । ସ୍ଥାନୀୟ ଭାବେ ଦୀପାବଳୀ ଏବଂ କେବଳ ଦୀପାବଳୀ ନୁହେଁ, ଆମେ ତ ଚାହିଁବା ଯେ 365 ଦିନ ଆମେ ଲୋକାଲ ଉପରେ ନିର୍ଭରଶୀଳ ହୋଇ ଚଳିବା । ଦେଖନ୍ତୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷିପ୍ର ଗତିରେ ବଢ଼ିବା ଆରମ୍ଭ କରିଛି । ଆମର ମେହନତୀ ମଣିଷଙ୍କ ଶ୍ରମ ଓ ସ୍ୱେଦରେ ଏଭଳି ଶକ୍ତି ମହଜୁତ ରହିଛି ଯାହା ଦେଶକୁ ଆଉ ଏକ ଶୀର୍ଷରେ ପହଞ୍ଚାଇପାରିବ ଏବଂ ଏହି ବିଶ୍ୱାସର ସହିତ ଆଜିର ଏହି ଶୁଭ ଅବସରରେ ମୋ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା, ମଙ୍ଗଳକାମନା ।

ବହୁତ ବହତୁ ଧନ୍ୟବାଦ!

**********

 



(Release ID: 1672111) Visitor Counter : 103