ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଏକାଧିକ ଅଭୂତପୂର୍ବ ମାଇଲଖୁଣ୍ଟ ହାସଲ କଲା ଭାରତ

● କରୋନା ସକ୍ରିୟ ମାମଲା ସଂଖ୍ୟା 5 ଲକ୍ଷ ତଳକୁ ଖସିଲା
● 80 ଲକ୍ଷ ଡେଇଁଲା ଆରୋଗ୍ୟ ସଂଖ୍ୟା
● ସର୍ବମୋଟ ନମୁନା ପରୀକ୍ଷା 12 କୋଟି ଟପିଲା

Posted On: 11 NOV 2020 11:58AM by PIB Bhubaneshwar

ବିଶ୍ୱ ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତ ଅନେକ ଅଭୂତପୂର୍ବ ମାଇଲଖୁଣ୍ଟ ଅତିକ୍ରମ କରିଛି ବିଗତ 106 ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ମୋଟ କରୋନା ସକ୍ରିୟ ମାମଲା 5 ଲକ୍ଷ ତଳକୁ ହ୍ରାସ ପାଇଛି ଆଜି ମୋଟ ସକ୍ରିୟ ମାମଲା 4,94,657କୁ କମିଛି ଜୁଲାଇ 28 ତାରିଖରେ ମୋଟ ସକ୍ରିୟ ମାମଲା ବୋଝ 4,96,988 ରହିଥିଲା ଏହାଦ୍ୱାରା ମୋଟ କରୋନା ଆକ୍ରାନ୍ତ ସଂଖ୍ୟାରେ ସକ୍ରିୟ ମାମଲାର ଅଂଶ 5.73% ହୋଇଛି

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦେଶରେ ସକ୍ରିୟ ମାମଲାରେ ହ୍ରାସ ଧାରା ନିରନ୍ତର ଭାବେ ଜାରି ରହିଛି ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ କରୋନା ସଂକ୍ରମଣର ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତରେ ସକ୍ରିୟ ମାମଲା ସଂଖ୍ୟା ଏତେ ତଳକୁ ଖସିବା ନିଶ୍ଚିତ ଗୁରୁତ୍ୱ ବହନ କରୁଛି

କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ, ଲକ୍ଷ୍ୟଭିତ୍ତିକ ରଣନୀତି ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସେଗୁଡ଼ିକର ଫଳପ୍ରଦ କାର୍ଯ୍ୟକାରିତା, ଡାକ୍ତର ଏବଂ ସମସ୍ତ କୋଭିଡ-19 ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ତଥା ନିଃସ୍ୱାର୍ଥପର ସେବା ଯୋଗୁ ଭାରତ ଏଭଳି ଅଦ୍ଭୁତ ସଫଳତା ହାସଲ କରିପାରିଛି

27 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 20,000ରୁ କମ ସକ୍ରିୟ ମାମଲା ରହିଛି

ମାତ୍ର 8 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର 20,000ରୁ ଅଧିକ ମାମଲା ରହିଛି; ଦୁଇଟି ରାଜ୍ୟ (ମହାରାଷ୍ଟ୍ର କେରଳ)ରେ 50,000ରୁ ଅଧିକ ସକ୍ରିୟ ମାମଲା ରହିଛି

ଗତ 24 ଘଣ୍ଟାରେ ଦେଶରେ 44,281 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ 50,326 ସକ୍ରିୟ ମାମଲା ଆରୋଗ୍ୟ ଲାଭ କରିଛନ୍ତି ଏହାକୁ ମିଶାଇ ଲଗାତର 39 ଦିନ ହେଲା ଦୈନିକ କରୋନା ମାମଲା ତୁଳନାରେ ଦୈନିକ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି

ମୋଟ ଆରୋଗ୍ୟ ଏବଂ ମୋଟ ସକ୍ରିୟ ମାମଲା ସଂଖ୍ୟା ମଧ୍ୟରେ ଏଭଳି ତଫାତ ଯୋଗୁ ଦେଶରେ ମୋଟ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ମୋଟ ଆରୋଗ୍ୟ ସଂଖ୍ୟା ଦେଶରେ 80 ଲକ୍ଷ ଅତିକ୍ରମ କରିଛି ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ଆଜିର ତାରିଖରେ 80,13,783 ରହିଛି ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ 75,19,126କୁ ବୃଦ୍ଧି ପାଇଛି ଆରୋଗ୍ୟ ହାର 92.79%କୁ ବୃଦ୍ଧି ପାଇଛି

ଅନ୍ୟ ଏକ ମାଇଲଖୁଣ୍ଟ ଭାବେ ଭାରତରେ ନମୁନା ପରୀକ୍ଷା ସଂଖ୍ୟା 12 କୋଟି ଅତିକ୍ରମ କରିଛି ଦେଶରେ ଗତ 24 ଘଣ୍ଟା ମଧ୍ୟରେ 11,53,294 ନମୁନା ପରୀକ୍ଷା କରାଯାଇଛି

ନମୁନା ପରୀକ୍ଷଣ ଭିତ୍ତିଭୂମି ସୁଦୃଢ଼ ହେବା ଫଳରେ ସ୍ୱଳ୍ପ ଦୈନିକ ମାମଲା ସଂଖ୍ୟା ଧାରା ସମ୍ଭବ ହୋଇପାରିଛି

ନମୁନା ପରୀକ୍ଷଣ ସଂଖ୍ୟା ଅଧିକ ହେବା ଯୋଗୁ ରୋଗୀମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ପାରୁଛି ଫଳରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଥିବା ଲୋକମାନେ ସଂକ୍ରମଣରୁ ସୁରକ୍ଷିତ ରହିପାରୁଛନ୍ତି

ନୂଆ ଦୈନିକ ମାମଲା ଲଗାତର ଭାବେ 50,000 ତଳେ ରହିଆସୁଛି

ନୂଆ ଆରୋଗ୍ୟ ମାମଲାର 77% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ଦେଖିବାକୁ ମିଳିଛି

ମହାରାଷ୍ଟ୍ରରେ ଦୈନିକ ଆରୋଗ୍ୟ ସଂଖ୍ୟା ସର୍ବାଧିକ ରହିଛି ରାଜ୍ୟରେ ଗତ 24 ଘଣ୍ଟାରେ ସର୍ବାଧିକ 6,718 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏହା ପଛକୁ କେରଳରେ 6,698 ରୋଗୀ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ 6,157 ଜଣ ଆରୋଗ୍ୟ ଲାଭ କରିଛନ୍ତି

ଦୈନିକ ନୂଆ କରୋନା ମାମଲାର 78% 10 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ କରାଯାଇଛି

ଦିଲ୍ଲୀରେ ସର୍ବାଧିକ ଦୈନିକ ନୂଆ ମାମଲା 7,830 ରହିଛି ଏହା ପଛକୁ କେରଳରେ 6,010 ନୂଆ ମାମଲା ସାମ୍ନାକୁ ଆସିଛି

ଗତ 24 ଘଣ୍ଟାରେ ନୂଆ କୋଭିଡ ମୃତ୍ୟୁରେ 79% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି 24 ଘଣ୍ଟାରେ ଦେଶରେ 512 ଜଣ ପ୍ରାଣ ହରାଇଛନ୍ତି ମୋଟ କରୋନା ମୃତ୍ୟୁ ହାର 1.48% ରହିଛି ଏବଂ ଏଥିରେ ହ୍ରାସ ଧାରା ବଳବତ୍ତର ରହିଛି

ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ 110 ଲୋକଙ୍କ ମୃତ୍ୟୁ ଘଟିଛି ଦିଲ୍ଲୀ ପଶ୍ଚିମବଙ୍ଗରେ ଯଥାକ୍ରମେ 83 53 ଜଣଙ୍କ ଜୀବନ ଯାଇଛି

**********



(Release ID: 1672063) Visitor Counter : 182