ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦୈନିକ କରୋନା ସଂକ୍ରମଣ ମାମଲା 40 ହଜାର ତଳକୁ ଖସିଲା

● ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ଧାରା ଜାରି

Posted On: 10 NOV 2020 11:19AM by PIB Bhubaneshwar

ଛଅଦିନ ପରେ ଭାରତରେ ଦୈନିକ ନୂଆ କରୋନା ମାମଲା 40 ହଜାର ତଳକୁ ଖସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ମାମଲା 38,073କୁ ହ୍ରାସ ପାଇଛି । ସେହିଭଳି ତୃତୀୟ ଦିନ ପାଇଁ ଦୈନିକ ନୂଆ ମାମଲା 50 ହଜାର ତଳେ ରହିଛି ।

ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଏବଂ ତୃତୀୟ ଲହରି ଦେଖାଦେବା ସହ କିଛି ଦେଶରେ ଦିନକୁ ଲକ୍ଷେରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଗତ 3-4 ଦିନ ହେଲା ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

http://static.pib.gov.in/WriteReadData/userfiles/image/image001UPJT.jpg

ଏଭଳି ସ୍ଥିତିରେ ଭାରତରେ ଦୈନିକ କରୋନା ମାମଲା 40 ହଜାର ତଳକୁ ଖସିବା ବିଷୟ ନିଶ୍ଚିତ ଗୁରୁତ୍ୱ ରଖୁଛି । ତା’ଛଡ଼ା ଭାରତରେ ଗତ କିଛି ସପ୍ତାହ ହେଲା ସକ୍ରିୟ କରୋନା ମାମଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

http://static.pib.gov.in/WriteReadData/userfiles/image/image002TFL8.jpg

ଆଜିକୁ 38 ଦିନ ହେଲା ନୂଆ ଦୈନିକ କରୋନା ମାମଲାଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି । ଗତ 24 ଘଣ୍ଟାରେ 42,033 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ଦେଶରେ ମୋଟ କରୋନା ସକ୍ରିୟ ମାମଲା 5,05,265କୁ ହ୍ରାସ ପାଇଛି । ଦେଶରେ ମୋଟ କରୋନା ପଜିଟିଭ ଲୋକଙ୍କ ସଂଖ୍ୟାର ଏହା 5.88% ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି ।

ଫଳସ୍ୱରୂପ ଦେଶରେ କରୋନା ଆରୋଗ୍ୟ ହାର 92.64%କୁ ବୃଦ୍ଧି ପାଇଛି । ଆଜିସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା 79,59,406ରେ ପହଞ୍ଚିଛି । ଏହାଦ୍ୱାରା ସୁସ୍ଥ କରୋନା ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ରହୁଥିବା ବ୍ୟବଧାନ 74,54,141କୁ ବୃଦ୍ଧି ପାଇଛି ।

24 ଘଣ୍ଟାରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ 78% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

ଦିଲ୍ଲୀରେ ଦିନକରେ ସର୍ବାଧିକ 7,014 ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ 5,983 ଲୋକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ପଶ୍ଚିମବଙ୍ଗରେ ଗତ 24 ଘଣ୍ଟାରେ 4,396 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

http://static.pib.gov.in/WriteReadData/userfiles/image/image003FAJJ.jpg

72% ନୂଆ ମାମଲା 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ସର୍ବାଧିକ ଦୈନିକ କରୋନା ମାମଲାରେ ଦିଲ୍ଲୀ ପୁଣି ଉପରେ ରହିଛି । 24 ଘଣ୍ଟାରେ ଏଠାରେ 5,983 ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା କି ପୂର୍ବଦିନର 7,745 ନୂଆ ମାମଲାଠାରୁ କମ । ଦିଲ୍ଲୀ ପଛକୁ ଥିବା ପଶ୍ଚିମବଙ୍ଗରେ 3,907 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କେରଳର ଦୈନିକ କରୋନା ମାମଲା 3,593କୁ ହ୍ରାସ ପାଇଛି । ମହାରାଷ୍ଟ୍ରରେ ନୂଆ କରୋନା ମାମଲା 3,277କୁ ଖସିଛି । ଦୈନିକ ନୂଆ ମାମଲାରେ କେରଳ ଏବଂ ମହାରାଷ୍ଟ୍ର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

http://static.pib.gov.in/WriteReadData/userfiles/image/image004PCKU.jpg

ଗତ 24 ଘଣ୍ଟାରେ 448 କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଲଗାତର ଦ୍ୱିତୀୟ ଦିନ ହେଲା କରୋନା ମୃତ୍ୟୁ ସଂଖ୍ୟା 500 ତଳେ ରହୁଛି । ଦୈନିକ କରୋନା ମୃତ୍ୟୁର 78% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ 85 ଲୋକ ପ୍ରାଣ ହରାଇଛନ୍ତି । ମୋଟ ଦୈନିକ ମୃତ୍ୟୁରେ ଏହାର ଭାଗ 18.97%କୁ ହ୍ରାସ ପାଇଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦୈନିକ ମୃତ୍ୟୁ ଯଥାକ୍ରମେ 71 ଓ 56 ରହିଛି ।

http://static.pib.gov.in/WriteReadData/userfiles/image/image005J89Z.jpg

 

**********



(Release ID: 1671786) Visitor Counter : 161