ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 50 ହଜାରରୁ କମ୍ କରୋନା ମାମଲା

● ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ ବୃଦ୍ଧି

Posted On: 08 NOV 2020 11:04AM by PIB Bhubaneshwar

ଭାରତରେ ଗତ 24 ଘଣ୍ଟା ମଧ୍ୟରେ 50 ହଜାରରୁ କମ୍ କରୋନା ମାମଲା ଦେଖାଦେଇଛି, ଅର୍ଥାତ୍ 45,674 ଜଣ କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଟୋବର 15 ତାରିଖରୁ ଦୈନିକ କରୋନା ମାମଲା ହ୍ରାସ ପାଇ ଚାଲିଛି ।

ଦୈନିକ ନୂଆ ମାମଲାକୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ପଛରେ ପକାଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 49,082 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ରମାଗତ 27 ଦିନ ପାଇଁ ଏହା ଦେଖିବାକୁ ମିଳିଛି । ଏହାଦ୍ୱାରା ଦେଶରେ କରୋନା ସକ୍ରିୟ ମାମଲା ହ୍ରାସ ପାଇଚାଲିଛି, ଯାହାକି ଆଜି 5.12 ଲକ୍ଷ ରହିଛି ।

ଦେଶରେ ଆଜି ସକ୍ରିୟ ମାମଲାର ସଂଖ୍ୟା 5,12,665 ରହିଛି । ଦେଶର ମୋଟ ପଜିଟିଭ୍ ମାମଲାର ଏହା ମାତ୍ର 6.03% ହୋଇଥିବା ଏହା ସକ୍ରିୟ ମାମଲାର ନିମ୍ନମୁଖୀ ଧାରାକୁ ଜାରି ରଖିଛି ।

ଦେଶରେ ଏବେ ସୁସ୍ଥତା ହାର 92.49% ଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି 78,68,968 । ଏବେ ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 73,56,303 ରହିଛି । ଏହି ପାର୍ଥକ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ନୂଆ ସୁସ୍ଥଙ୍କ ମଧ୍ୟରେ 76% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗୋଟିଏ ଦିନରେ ସୁସ୍ଥ ହେବା କ୍ଷେତ୍ରରେ ମହାରାଷ୍ଟ୍ରକୁ କେରଳ ପଛରେ ପକାଇଦେଇଛି ଏବଂ ରାଜ୍ୟରେ ଗତ 24 ଘଣ୍ଟାରେ 7,120 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 6,478 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ପଜିଟିଭ୍ ମାମଲାରୁ 76% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ 24 ଘଣ୍ଟା ମଧ୍ୟରେ କେରଳରେ 7,201 ନୂଆ ମାମଲା ଆସିଥିବା ବେଳେ ଏହା ପଛକୁ ଦିଲ୍ଲୀରେ 6,953 ଏବଂ ମହାରାଷ୍ଟ୍ରରେ 3,959 ଟି ନୂଆ ପଜିଟିଭ୍ ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 559 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏଥିରୁ ପ୍ରାୟ 79% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ନୂଆ ପଜିଟିଭ୍ ମାମଲାରୁ 26.8%ରୁ ଅଧିକ ମୃତ୍ୟୁ ହୋଇଛି ମହାରାଷ୍ଟ୍ରରେ (150 ମୃତ୍ୟୁ) । ଏହା ପଛକୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ 79 ଓ 58 ମୃତ୍ୟୁ ହୋଇଛି ।

 

**********

 

 



(Release ID: 1671281) Visitor Counter : 132