ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି 2013ରୁ 4.39 କୋଟି ନକଲି ରାସନ କାର୍ଡ ହୋଇଛି ରଦ୍ଦ

● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି

Posted On: 06 NOV 2020 11:06AM by PIB Bhubaneshwar

ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ ପ୍ରସ୍ତୁତି ବେଳେ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ)ର ଆଧୁନିକୀକରଣ ଓ ପରିଚାଳନାରେ ପାରଦର୍ଶିତା ତଥା କୁଶଳତା ଆଣିବା ପାଇଁ ରାସନ କାର୍ଡ ଓ ହିତାଧିକାରୀଙ୍କ ଡାଟାବେସ ଡିଜିଟାଇଜେନ କରି ଆଧାର ସହ ଯୋଡିବା, ଅଯୋଗ୍ୟ/ନକଲି ରାସନ କାର୍ଡ ଚିହ୍ନଟ, ଡିଜିଟାଇଜେସନ ହୋଇଥିବା ଡାଟାର ପୁନରାବୃତ୍ତି ରୋକିବା ତଥା ହିତାଧିକାରୀଙ୍କ ସ୍ଥାନାନ୍ତରଣ/ମୃତ୍ୟୁ ଭଳି ମାମଲା ଚିହ୍ନଟ କରି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକର ସରକାର 2013ରୁ 2020 ମଧ୍ୟରେ ଦେଶରେ ପ୍ରାୟ 4.39 କୋଟି ଅଯୋଗ୍ୟ/ନକଲି ରାସନ କାର୍ଡ ରଦ୍ଦ କରିଛନ୍ତି

ଏହା ବ୍ୟତୀତ ଏନଏଫଏସଏ କଭରେଜ ସମ୍ପର୍କିତ କୋଟା ଜାରି କରାଯାଇ, ନିର୍ଦ୍ଦିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଦ୍ୱାରା ନିୟମିତ ଭାବେ ଏନଏଫଏସଏ ଅନୁଯାୟୀ ହିତାଧିକାରୀଙ୍କ ‘ଉପଯୁକ୍ତ ଚୟନ’ ପାଇଁ ବିନିଯୋଗ କରାଯାଉଛି ଉପଯୁକ୍ତ ହିତାଧିକାରୀ/ ପରିବାରକୁ ସାମିଲ କରିବା/ସେମାନଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବା କାମ ଜାରି ରହିଛି ଆଇନ ଅନୁଯାୟୀ ଏହି କାମ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଧାର୍ଯ୍ୟ କଭରେଜ ଅଧୀନରେ ହେଉଛି

ଏନଏଫଏସଏ ଅନ୍ତର୍ଗତ ଟିପିଡିଏସ ମାଧ୍ୟମରେ 81.35 କୋଟି ଲୋକଙ୍କୁ ଖୁବ କମ୍ ଦାମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି ଏହି ସଂଖ୍ୟା 2011 ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ ଏବେ ଦେଶରେ 80 କୋଟିରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିହାତି ଦର ଯଥା- ତିନି ଟଙ୍କା, ଦୁଇ ଟଙ୍କା ଓ ଏକ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ପ୍ରତି ମାସରେ ଏନଏଫଏସଏ ଅନ୍ତର୍ଗତ ଖାଦ୍ୟଶସ୍ୟ (ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ) ପ୍ରଦାନ କରାଯାଉଛି

 

**********

 



(Release ID: 1670743) Visitor Counter : 182