ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରସିଦ୍ଧ ଭାଓଲିନ ବାଦକ ଶ୍ରୀ ଟି.ଏନ.କ୍ରୀଷ୍ଣାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 03 NOV 2020 11:05AM by PIB Bhubaneswar

ପ୍ରସିଦ୍ଧ ଭାଓଲିନ ବାଦକ ଶ୍ରୀ ଟି.ଏନ.କ୍ରୀଷ୍ଣାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରସିଦ୍ଧ ଭାଓଲିନ ବାଦକ ଶ୍ରୀ ଟି.ଏନ.କ୍ରୀଷ୍ଣାଙ୍କ ନିଧନ ଯୋଗୁଁ ସଙ୍ଗୀତ ଦୁନିଆରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା । ତାଙ୍କର କାର୍ଯ୍ୟଶୈଳୀ ଆମ ସଂସ୍କୃତି ଏବଂ ଭାବନାକୁ ସୁନ୍ଦର ଭାବେ ଆବଦ୍ଧ କରି ରଖିପାରୁଥିଲା । ସେ ଯୁବ ସଙ୍ଗୀତକାରଙ୍କ ପାଇଁ ଜଣେ ଉତ୍କୃଷ୍ଟ ଗୁରୁ ଥିଲେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ ଶାନ୍ତି” ।

 

**********


(ରିଲିଜ ଆଡି: 1669838) ପରିଦର୍ଶକ କାଉଣ୍ଟର : 189