ପୋଷ୍ଟ କରାଯିବା ଦିନାଙ୍କ:
02 NOV 2020 11:01PM by PIB Bhubaneswar
କାବୁଲ ବିଶ୍ଵବିଦ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢଭାବେ ନିନ୍ଦା କରିଛନ୍ତି ।
“ଆଜି କାବୁଲ ବିଶ୍ଵବିଦ୍ୟାଳୟରେ ଆତଙ୍କବାଦୀଙ୍କ କାପୁରୁଷତାପୂର୍ଣ୍ଣ ଆକ୍ରମଣକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି । ମୃତାହତଙ୍କ ପରିବାର ପ୍ରତି ଆମର ସମବେଦନା । ଆତଙ୍କବାଦ ବିରୁଦ୍ଧରେ ଆଫଗାନିସ୍ତାନର ସାହାସିକ ମୁକାବିଲା ଦିଗରେ ଆମର ସହଯୋଗ ଜାରି ରହିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********