ପ୍ରତିରକ୍ଷା ମନ୍ତ୍ରଣାଳୟ

ଏରୋ ଇଣ୍ଡିଆ 2021 ପାଇଁ ଆଜିଠାରୁ ମିଡିଆ ପଞ୍ଜୀକରଣ ଆରମ୍ଭ

Posted On: 02 NOV 2020 2:45PM by PIB Bhubaneshwar

ଏରୋ ଇଣ୍ଡିଆ 2021ର 13ତମ ସଂସ୍କରଣ ବାୟୁସେନା ଷ୍ଟେସନ, ୟେଲାହାଙ୍କା, ବେଙ୍ଗାଲୁରୁ (କର୍ଣ୍ଣାଟକ)ରେ 03 ରୁ 07 ଫେବୃଆରୀ 2021ରେ ଅନୁଷ୍ଠିତ ହେବ

ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଗଣମାଧ୍ୟମ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ଆଜିଠାରୁ ଅର୍ଥାତ  02 ନଭେମ୍ବର 2020ରୁ ଖୋଲା ଯାଇଛି ପଞ୍ଜୀକରଣ 06 ଡିସେମ୍ବର 2020ରେ ଶେଷ ହେବ ଏବଂ ଏରୋ ଇଣ୍ଡିଆ 2021 ୱେବସାଇଟରେ ଅନଲାଇନରେ କରାଯିବ ମିଡିଆ ପଞ୍ଜୀକରଣ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ, କିନ୍ତୁ ଏହି କାର୍ଯ୍ୟକ୍ରମକୁ କଭର୍ କରିବାକୁ ଚାହୁଁଥିବା ବିଦେଶୀ ସାମ୍ବାଦିକମାନେ ଏକ ବୈଧ ‘ଜେ ଭିସାପ୍ରାପ୍ତ କରିବାକୁ ପଡିବ

ୱେବସାଇଟ୍ https://aeroindia.gov.in/media/mediaregcontentରେ ମିଡିଆ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ଆବଶ୍ୟକ ବଟନ୍ ଅଛି ଏବଂ ଆବଶ୍ୟକସ୍ଥଳେ ଏକ ବୈଧ ମିଡିଆ ପରିଚୟ ପତ୍ର ନମ୍ବର, ପିଆଇବି / ରାଜ୍ୟ ମାନ୍ୟତା କାର୍ଡ ନମ୍ବର (ଯଦି ସ୍ୱୀକୃତିପ୍ରାପ୍ତ), ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ଫଟୋ ପରିଚୟପତ୍ର କାର୍ଡ ନମ୍ବର ଏବଂ 512 କେବିରୁ କମ୍ ଫଟୋ ଦରକାର

ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଶିଳ୍ପଗୁଡିକର ପ୍ରମୁଖ ବାଣିଜ୍ୟ ପ୍ରଦର୍ଶନୀ ମିଳିତ ଭାବେ ହେବ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିର ବିଶ୍ଵସ୍ତରୀୟ ନେତା ଏବଂ ବଡ ନିବେଶକମାନଙ୍କ ବ୍ୟତୀତ ଏହି ଶୋରେ ସାରା ବିଶ୍ୱରୁ ଥିଙ୍କ-ଟ୍ୟାଙ୍କ ମାନେ ଅଂଶଗ୍ରହଣ କରିବେ ବିମାନ ଶିଳ୍ପରେ ସୂଚନା, ଜ୍ଞାନ ଏବଂ ନୂତନ ବିକାଶ ପାଇଁ ଏରୋ ଇଣ୍ଡିଆ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ଏହା ଘରୋଇ ବିମାନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ  ମେକ ଇନ ଇଣ୍ଡିଆକୁ ଆହୁରି ଆଗକୁ ବଢାଇବ

ଏରୋ ଇଣ୍ଡିଆରେ ପ୍ରାୟ 500 କମ୍ପାନୀ ଉଭୟ ଭାରତୀୟ ଏବଂ ବିଦେଶୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି

 

**********



(Release ID: 1669578) Visitor Counter : 166