କ୍ୟାବିନେଟ

ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 29 OCT 2020 3:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ଜାପାନ ମଧ୍ୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଓ ସହଯୋଗ ନେଇ ରାଜିନାମା (ଆଇସିଟି) ଅନୁମୋଦିତ ହୋଇଛି ଏହାଫଳରେ ଭାରତ-ଜାପାନ ମଧ୍ୟରେ ଦ୍ଵିପାକ୍ଷିକ ସହଯୋଗ ମଜଭୁତ ହେବା ସହ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଆପୋସ ବୁଝାମଣା ବୃଦ୍ଧି ପାଇବ ବୈଶ୍ୱିକ ଭାଗିଦାରୀ ଓ ସ୍ଵତନ୍ତ୍ର ରଣନୀତି ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ଜାପାନ ବିଶ୍ଵରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଦୃଷ୍ଟିରୁ ଭାରତ ମଧ୍ୟ ଏହି ରାଜିନାମାରେ ବିଶେଷ ଲାଭାନ୍ଵିତ ହେବ

ଏହି ସହଯୋଗ ପତ୍ର (ଏମଓସି) ଯୋଗୁଁ ଦୁଇଦେଶ ମଧ୍ୟରେ 5ଜି ନେଟୱାର୍କ, ଦୂରସଞ୍ଚାର ନିରାପତ୍ତା, ବୁଜାଜାହାଜ କେବୁଲ, ଯୋଗାଯୋଗ ଉପକରଣଗୁଡିକର ମାନକ ପ୍ରମାଣପତ୍ର, ଅତ୍ୟାଧୁନିକ ୱାୟେରଲେସ ପ୍ରଯୁକ୍ତି ଜ୍ଞାନର ଉପଯୋଗ, ଆଇସିଟି ସାମର୍ଥ୍ୟ ବିକାଶ, ସର୍ବସାଧାରଣ ନିରାପତ୍ତା ବିପର୍ଯ୍ୟୟ ପ୍ରଶମନ, କୃତିମ ମେଧାଶକ୍ତି (ଏଆଇ), ସ୍ପେକ୍ଟ୍ରମ ଚେନ ଇତ୍ୟାଦି ବହୁ କ୍ଷେତ୍ରରେ ଉଭୟ ଦେଶର ସହଯୋଗ ବୃଦ୍ଧି ପାଇବ

ଏହାବ୍ୟତୀତ ଏହି ଏମଓସି ଯୋଗୁଁ ବୈଶ୍ଵିକ ମାନ ପ୍ରକ୍ରିୟାରେ ମଧ୍ୟ ଭାରତକୁ ସ୍ଥାନ ମିଳିବା ପାଇଁ ସୁଯୋଗ ସୃଷ୍ଟି ହେବ ଆଇସିଟି ବୈଶ୍ଵିକ ଜ୍ଞାନର ସହଯୋଗ ଯୋଗୁଁ ଦେଶର ଆଇସିଟି ଭିତ୍ତିଭୂମି ବିକଶିତ ହେବ ଭବିଷ୍ୟତରେ ବୁଜାଜାହାଜ କେବୁଲ ନେଟୱାର୍କ ଯୋଗୁଁ ଏହି ବୈଶ୍ଵିକ ଜ୍ଞାନ ମୂଳ ଭୂଖଣ୍ଡ ସହ ଦୂରଦୂରାନ୍ତ ଅଞ୍ଚଳ ଯୋଗାଯୋଗରେ ଅଭିବୃଦ୍ଧି ଘଟିବ ଆଇସିଟି କ୍ଷେତ୍ରରେ ମାନବିକ ସାମର୍ଥ୍ୟ ବୃଦ୍ଧି ଯୋଗୁଁ ଷ୍ଟାର୍ଟଅପ ବାତାବରଣ ମଧ୍ୟ ଅନୁକୂଳ ହେବା ସହ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ

 

**********



(Release ID: 1668622) Visitor Counter : 227