କ୍ୟାବିନେଟ

ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ସହଯୋଗ ନେଇ ଭାରତ-କାମ୍ବୋଡିଆ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

प्रविष्टि तिथि: 29 OCT 2020 3:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-କାମ୍ବୋଡିଆ ମଧ୍ୟରେ ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷରକୁ ଅନୁମୋଦନ ମିଳିଛି ଏହି ଦ୍ଵିପାକ୍ଷିକ ବୁଝାମଣାପତ୍ର ସ୍ଵାକ୍ଷରିତ ହେଲେ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ ଏହି ଦ୍ଵିପାକ୍ଷିକ ରାଜିନାମା ଭାରତ କାମ୍ବୋଡିଆର ସଂପର୍କକୁ ମଜବୁତ କରିବ ଯେଉଁଦିନ  ଏହା ସ୍ଵାକ୍ଷରିତ ହେବ ସେହିଦିନଠାରୁ 5 ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଦୁଇ ଦେଶମଧ୍ୟରେ ଏହି ସହଯୋଗ ନିମ୍ନୋକ୍ତ କ୍ଷେତ୍ରରେ ଲାଗୁ ହେବ

  1. ମାତୃ ଶିଶୁ ସ୍ୱାସ୍ଥ୍ୟ
  2. ପରିବାର ନିୟନ୍ତ୍ରଣ
  3. ଏଚଆଇଭି/ଏଡସ ଏବଂ ଟିବି
  4. ଡ୍ରଗ ଏବଂ ଫାର୍ମାସ୍ୟୁଟିକାଲ
  5. ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର
  6. ଜନସ୍ୱାସ୍ଥ୍ୟ ଏବଂ ସଂକ୍ରାମକ ବ୍ୟାଧି
  7. ରୋଗ ନିୟନ୍ତ୍ରଣ (ସଂକ୍ରାମକ ଅଣସଂକ୍ରାମକ)
  8. ଭେଷଜ ଗବେଷଣା ବିକାଶ, ତେବେ ଏହା କାମ୍ବୋଡିଆର ନ୍ୟାସନାଲ ଏଥିକ୍ସ କମିଟି ଏବଂ ଭାରତର ଏଥି ସଂକ୍ରାନ୍ତ ବିଭାଗ ମନ୍ତ୍ରଣାଳୟର ଅନୁମୋଦନକ୍ରମେ କରାଯିବ
  9. ଡାକ୍ତରୀ ଶିକ୍ଷା
  10. ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ମାନବ ସମ୍ବଳ ବିକାଶ
  11. କ୍ଲିନିକାଲ ଅର୍ଦ୍ଧକ୍ଲିନିକାଲ କୌଶଳ ବିକାଶ ତାଲିମ ଏବଂ
  12. ପାରସ୍ପରିକ ସହଯୋଗ ଭିତ୍ତିରେ ଅନ୍ୟ ଯେକୌଣସି ବିଷୟ ବା କ୍ଷେତ୍ର

 

**********


(रिलीज़ आईडी: 1668620) आगंतुक पटल : 198
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam