ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 29 OCT 2020 2:26PM by PIB Bhubaneshwar

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଏକାଧିକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମର ପ୍ରିୟ ଏବଂ ସମ୍ମାନସ୍ପଦ କେଶୁଭାଇ ଆଉ ନାହାନ୍ତି ଏଥିପାଇଁ ମୁଁ ଗଭୀର ଭାବେ ମର୍ମାହତ ସେ ଜଣେ ତୁଙ୍ଗ ନେତା ସମାଜର ସବୁବର୍ଗର ଲୋକଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ ଗୁଜରାଟର ବିକାଶ ସହ ପ୍ରତ୍ୟେକ ଗୁଜରାଟୀଙ୍କୁ ସଶକ୍ତ କରିବା ଦିଗରେ ତାଙ୍କ ଜୀବନ ଥିଲା ଉତ୍ସର୍ଗୀକୃତ

ଜନସଂଘ ବିଜେପିକୁ ସୁଦୃଢ କରିବା ପାଇଁ କେଶୁଭାଇ ଗୁଜରାଟର କୋଣ ଅନୁକୋଣ ଭ୍ରମଣ କରିଥିଲେ ସେ ଜରୁରୀକାଳିନ ପରିସ୍ଥିତିର ଘୋର ବିରୋଧୀ ଥିଲେ ଚାଷୀଙ୍କ କଲ୍ୟାଣ ତାଙ୍କ ହୃଦୟକୁ ସବୁବେଳେ ସ୍ପର୍ଶ କରୁଥିଲା ବିଧାୟକ ହୁଅନ୍ତୁ ବା ସାଂସଦ, ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ସେ ଚାଷୀମାନଙ୍କୁ ସୁହାଇବା ଭଳି ଅନେକ ବିଧେୟକ ପାରିତ କରାଇବା ସୁନିଶ୍ଚିତ କରୁଥିଲେ

ମୋ ସମେତ ଅନେକ ଦଳର କର୍ମକର୍ତ୍ତାଙ୍କୁ କେଶୁଭାଇ ଦିଗଦର୍ଶନ ଦେଇଛନ୍ତି ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସୁଗୁଣର ଅନୁରାଗୀ ଥିଲେ ଆଜି ଆମେ ସମସ୍ତେ ମର୍ମାହତ  ତାଙ୍କ ପରିବାର ଓ ଶୁଭେଚ୍ଛୁମାନଙ୍କ ସହ ମୁଁ ରହିଛି ତାଙ୍କ ପୁଅ ଭରତ ସହ କଥା ହୋଇ ଶୋକ ବ୍ୟକ୍ତ କରିଛି” ଓମ ଶାନ୍ତି

Image

**********

 


(रिलीज़ आईडी: 1668618) आगंतुक पटल : 161
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam