ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

22 ମାର୍ଚ୍ଚ ପରଠାରୁ ଭାରତରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍

• ଗତ 24 ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା 5 ଶହରୁ କମ୍
• 14ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ

Posted On: 26 OCT 2020 12:01PM by PIB Bhubaneshwar

ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଭାରତରେ ମୃତ୍ୟୁ ହାର ହ୍ରାସ ପାଇ 1.5 ପ୍ରତିଶତରେ ପହଁଚିଛି । ଉତ୍ତମ ନିୟନ୍ତ୍ରଣ ରଣନୀତି, ବ୍ୟାପକ ପରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା ସମୃଦ୍ଧ ପ୍ରୋଟୋକଲ ସାରା ଦେଶର ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକରେ ଲାଗୁ ହେବା ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । 

ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 5 ଶହରୁ କମ୍ (480) ମୃତ୍ୟୁ ହୋଇଛି ।

WhatsApp Image 2020-10-26 at 10.15.45 AM.jpeg

ସାରା ବିଶ୍ୱର କରୋନା ମୃତ୍ୟୁ ହାର ତୁଳନାରେ ଭାରତର କରୋନା ମୃତ୍ୟୁ ହାର ସବୁଠାରୁ କମ ରହିଛି । 22 ମାର୍ଚ୍ଚ ପରଠାରୁ ଭାରତରେ ମୃତ୍ୟୁ ହାର କମ୍ ରହିଛି ଓ ଏହା ଧୀରେ ଧୀରେ କମିବାରେ ଲାଗିଛି ।

WhatsApp Image 2020-10-26 at 10.20.50 AM.jpeg

କୋଭିଡ ପ୍ରବନ୍ଧନ ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣ ବ୍ୟାପିବା ରୋକିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତାତ୍ତାସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ର ଓ  ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି । 2218ଟି ସମର୍ପିତ କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି ।

କରୋନା ମୃତ୍ୟୁ ହାର କମାଇବା ପାଇଁ ଗୁରୁତର ରୋଗୀଙ୍କ ନୈଦାନିକ ପ୍ରବନ୍ଧନ କ୍ଷେତ୍ରରେ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ନିଆରା ଇ-ଆଇସିୟୁ ଉପକ୍ରମ ଆରମ୍ଭ ହୋଇଛି । ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ବିଶେଷଜ୍ଞମାନେ ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି । ଏହି ଅଧିବେଶନ ଜୁଲାଇ 8, 2020ରୁ ଆରମ୍ଭ ହୋଇଛି ।

ଏପର୍ଯ୍ୟନ୍ତ 25ଟି ଟେଲି-ଅଧିବେଶନ ଆୟୋଜିତ ହୋଇଛି, ଯେଉଁଥିରେ 34 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର 334ଟି ଡାକ୍ତରୀ ସଂସ୍ଥା ଭାଗ ନେଇଛନ୍ତି ।

ଗୁରୁତର ଅସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ଡାକ୍ତରମାନଙ୍କ ନୈଦାନିକ ପ୍ରବନ୍ଧନ /ଆଇସିୟୁ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ କିଛି ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) ବିକଶିତ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ୱେବସାଇଟ୍  https://www.mohfw.gov.in/pdf/AIIMSeICUsFAQs01SEP.pdf ରେ ଏହାକୁ ଦେଖି ହେବ ।

ଅଧିକାଂଶ ରାଜ୍ୟ ମଧ୍ୟ ସମ୍ବେଦଶୀଳ ଜନସଂଖ୍ୟା ସର୍ଭେ କରି ବୟସ୍କ ନାଗରିକ, ଗର୍ଭବତୀ ମହିଳା ଓ ଏକାଧିକ ରୋଗଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି । ମୋବାଇଲ ଆପ୍ ଭଳି ପ୍ରଯୁକ୍ତିର ସାହାଯ୍ୟ ନେଇ ଅଧିକ ବିପଦ ଥିବା ଲୋକଙ୍କ ନିରନ୍ତର ପର୍ଯ୍ୟବେକ୍ଷଣ ଦ୍ୱାରା ଶୀଘ୍ର ଚିହ୍ନଟ, ଉପଯୁକ୍ତ ସମୟରେ ଚିକିତ୍ସା ହୋଇପାରୁଛି ତଥା ମୃତ୍ୟୁ ସଂଖ୍ୟା କମିଛି । ପ୍ରବାସୀମାନଙ୍କ ପ୍ରବନ୍ଧନ ଓ ଗୋଷ୍ଠୀ ସଚେତନତାରେ କ୍ଷେତ୍ରରେ ତୃଣମୂଳ ସ୍ତରରେ ଆଶା, ଏଏନଏମ କର୍ମୀମାନଙ୍କ ଅବଦାନ ଉଲ୍ଲେଖନୀୟ ।

ଫଳରେ 14ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମାମଲା ମୃତ୍ୟୁ ହାର ଏକ ପ୍ରତିଶତରୁ କମ ହୋଇପାରିଛି ।

WhatsApp Image 2020-10-26 at 10.10.25 AM.jpeg

ଗତ 24 ଘଣ୍ଟା ମଧ୍ୟରେ 59,105 ସୁସ୍ଥ କରୋନା ରୋଗୀ ସୁସ୍ଥ ହେବା ସହ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 71 ଲକ୍ଷ (71,37,228) ଅତିକ୍ରମ କରିଛି । ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ସଂଖ୍ୟା ବର୍ଦ୍ଧିଷ୍ଣୁ ଜାତୀୟ ସୁସ୍ଥ ହାରରେ ପ୍ରତିଫଳିତ ହେଉଛି । ଏବେ ଏହା 90.23 ପ୍ରତିଶତ ରହିଛି ।

ଭାରତରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ସମୁଦାୟ ମାମଲାର ମାତ୍ର 8.26 ପ୍ରତିଶତ ସକ୍ରିୟ ମାମଲା (6,53,717) ରହିଛି । ଅଗଷ୍ଟ 13 ପରଠାରୁ ଏହା ସବୁଠାରୁ କମ୍ (6,53,622 ) ରହିଛି ।

10 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ 78 ପ୍ରତିଶତ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କର୍ଣ୍ଣାଟକରେ ସର୍ବାଧିକ 10 ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଥିବା ବେଳେ କେରଳରେ 7 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-26 at 10.10.23 AM.jpeg

ଗତ 24 ଘଣ୍ଟାରେ ଦେଶରେ 45,148 ନୂଆ ମାମଲା ଚିହ୍ନଟ ହୋଇଛି । ଜୁଲାଇ 22 ପରଠାରୁ ଏହା ସର୍ବନିମ୍ନ ରହିଛି । ଜୁଲାଇ 22ରେ 37 ହଜାର ନୂଆ ରୋଗୀ ଚିହ୍ନଟ ହୋଇଥିଲେ ।

82 ପ୍ରତିଶତ ନୂଆ ମାମଲା 10 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ରହିଛି । କେରଳ ଓ ମହାରାଷ୍ଟ୍ରରେ 6 ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ 4 ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି ।

WhatsApp Image 2020-10-26 at 10.10.22 AM.jpeg

ଗତ 24 ଘଣ୍ଟାରେ 480 ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ଏଥିରୁ ପ୍ରାୟ 80 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ରହିଛି ।

ମହାରାଷ୍ଟ୍ରରେ 23 ପ୍ରତିଶତରୁ ଅଧିକ (112 ମୃତ୍ୟୁ) ମୃତ୍ୟୁ ହୋଇଛି । 

WhatsApp Image 2020-10-26 at 10.10.23 AM (1).jpeg

 

**********

 



(Release ID: 1667638) Visitor Counter : 249