ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମହାମାନ୍ୟ ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2020 4:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି

କୋଭିଡ-19 ମହାମାରୀ ଲଢେଇର ଅଗ୍ରଗତି, ନ୍ତର୍ଜାତୀୟ ଭାଲ୍ୟୁ ଚେନର ବିବିଧକରଣ, ସ୍ୱଚ୍ଛ ସଂରକ୍ଷଣର ଆବଶ୍ୟକତା, ବିକାଶ ତଥା ନିୟମ-ଆଧାରିତ ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ବିଶ୍ଵସ୍ତରୀୟ ବିକାଶ ଉପରେ ଦୁଇ ନେତା ସମୀକ୍ଷା କରିଥିଲେ

ଉପରୋକ୍ତ ପ୍ରସଙ୍ଗ ଉପରେ ଉଭୟ ଦେଶ ଯୋଗାଯୋଗରେ ରହିବା ସହିତ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ଦୁଇ ନେତା ସହମତ ହୋଇଥିଲେ

 

**********


(ରିଲିଜ ଆଡି: 1666592) ପରିଦର୍ଶକ କାଉଣ୍ଟର : 231