କ୍ୟାବିନେଟ

ଜମ୍ମୁ-କଶ୍ମୀରରେ 2020-21 ବର୍ଷ ପାଇଁ ସେଓ କ୍ରୟ ଲାଗି ବଜାର ହସ୍ତକ୍ଷେପ ଯୋଜନାର ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

प्रविष्टि तिथि: 21 OCT 2020 3:26PM by PIB Bhubaneshwar

ଚଳିତ ଆର୍ଥିକ ବର୍ଷ ନିମନ୍ତେ ଜମ୍ମୁ-କଶ୍ମୀରରେ ସେଓ କିଣିବା ପାଇଁ ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ) ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ କିଣାବିକାର ସର୍ତ୍ତାବଳୀ ସମାନ ରହିବା ନେଇ ନିଷ୍ପତ୍ତି ହୋଇଛି

କେନ୍ଦ୍ରୀୟ ଆହରଣ ସଂସ୍ଥା ଯଥା ଜାତୀୟ କୃଷି ସହଯୋଗ ବିପଣନ ମହାସଂଘ ଲିମିଟେଡ (ନାଫେଡ଼), ରାଜ୍ୟ ଦ୍ଵାରା ସ୍ୱୀକୃତ ଜମ୍ମୁ-କଶ୍ମୀରର ଉଦ୍ୟାନକୃଷି ଅନ୍ତର୍ଗତ ଯୋଜନା ବିପଣନ ନିର୍ଦ୍ଦେଶାଳୟ ଏବଂ ଜମ୍ମୁ-କଶ୍ମୀର ଉଦ୍ୟାନକୃଷି ପ୍ରକ୍ରିୟାକରଣ ବିପଣନ ନିଗମ ଜରିଆରେ ସିଧାସଳଖ ଚାଷୀଙ୍କ ଠାରୁ ଏହି ସେଓ କ୍ରୟ କରିବେ ସେଓ ଚାଷୀ ମାନଙ୍କୁ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର (ଡିବିଟି) ଜରିଆରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଯିବ ଏହି ଯୋଜନା ଅଧୀନରେ 12 ଲକ୍ଷ ମେଟ୍ରିକ ଟନ ସେଓ କିଣା ହେବ ଏହି ପ୍ରକ୍ରିୟା ପାଇଁ ନାଫେଡ଼କୁ ସରକାର ଗ୍ୟାରେଣ୍ଟି ବାବଦ ଅର୍ଥ 2500 କୋଟି ଟଙ୍କା ଉପଯୋଗ କରିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି ଯେକୌଣସି କ୍ଷତି ହେଲେ ତାହା କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ପ୍ରଶାସନ ଅଧା ଅଧା ବହନ କରିବେ ଗତବର୍ଷ ଗଠିତ ଦର ନିର୍ଦ୍ଧାରଣ କମିଟି ଏବର୍ଷ ମଧ୍ୟ ବିଭିନ୍ନ କିସମ ସେଓର ମୂଲ୍ୟ ନିର୍ଦ୍ଧାରଣ କରିବେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ପ୍ରଶାସନ ଏହାର ଅଧିସ୍ଵୀକୃତ ମଣ୍ଡିଗୁଡିକରେ ଅତ୍ୟାବଶ୍ୟକ ବ୍ୟବସ୍ଥା ଉପଲବ୍ଧ କରାଇବେ

ଆହରଣ ପ୍ରକ୍ରିୟା ଯେପରି ସୁରୁଖୁରୁରେ ସମ୍ପାଦିତ ହୁଏ ତାହା କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସେକ୍ରେଟାରୀ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ଦ୍ଵାରା ଗଠିତ ତଦାରଖ କମିଟି ଅନୁଧ୍ୟାନ କରିବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଯୋଗୁଁ ସେଓ ଉତ୍ପାଦନକାରୀମାନେ ଉତ୍ତମ ବଜାର ସୁବିଧା ପାଇବା ସହ ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ମଧ୍ୟ ଦେଇପାରିବେ ଏହାଫଳରେ ସେଓର ସଠିକ ମୂଲ୍ୟ ଧାର୍ଯ୍ୟ ସହ ସେଓ ଚାଷୀଙ୍କ ଆୟବୃଦ୍ଧି ମଧ୍ୟ ହୋଇପାରିବ  

**********

 


(रिलीज़ आईडी: 1666566) आगंतुक पटल : 357
इस विज्ञप्ति को इन भाषाओं में पढ़ें: हिन्दी , Telugu , Kannada , English , Urdu , Marathi , Manipuri , Bengali , Assamese , Punjabi , Gujarati , Tamil , Malayalam