ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କଲା

• ଦେଢ ମାସ ପରେ ପ୍ରଥମଥର ଲାଗି ସକ୍ରିୟ ମାମଲା 8 ଲକ୍ଷ ତଳେ
• ସମୁଦାୟ ସଂକ୍ରମଣର 10.70 ପ୍ରତିଶତ ସକ୍ରିୟ ମାମଲା

Posted On: 17 OCT 2020 10:23AM by PIB Bhubaneshwar

କୋଭିଡ ପରିଚାଳନାରେ ଭାରତ ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛି ପ୍ରଥମ ଥର ପାଇଁ ଗତ ଦେଢ ମାସ ପରେ ଦେଶର ସକ୍ରିୟ କରୋନା ସଂକ୍ରମଣଙ୍କ ସଂଖ୍ୟା 8 ଲକ୍ଷ ତଳକୁ ଖସିଛି

ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 7,95,087ରେ ପହଞ୍ଚିଥିବା ବେଳେ ଏହା ସମୁଦାୟ ସଂକ୍ରମଣର ମାତ୍ର 10.70 ପ୍ରତିଶତ ବୋଲି ଜଣାପଡିଛି ସେପ୍ଟେମ୍ବର ପହିଲାରେ ସକ୍ରିୟ ମାମଲା 8 ଲକ୍ଷ (7,85,996) ଥିଲା ।

WhatsApp Image 2020-10-17 at 9.36.27 AM.jpeg

ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଥିବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଭାରତରେ ସୁସ୍ଥତା ହାର ମଧ୍ୟ ଖୁବ  ଅଧିକ ରହିଛି । ଏପର୍ଯ୍ୟନ୍ତ 65 ଲକ୍ଷରୁ (65,24,595) ଊର୍ଦ୍ଧ୍ଵ ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ସଂଖ୍ୟାର ପାର୍ଥକ୍ୟ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଁ ଏହା ଏବେ 57,29,508ରେ ଆଜି ପହଞ୍ଚିଛି

ଗତ 24 ଘଣ୍ଟା ମଧ୍ୟର 70,816 ଜଣ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ/ସଙ୍ଗରୋଧରୁ ଛାଡ଼ ପାଇଥିବା ବେଳେ 62,212 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଜାତୀୟ ସୁସ୍ଥତା ହାର ବୃଦ୍ଧି ପାଇ 87.78 ପ୍ରତିଶତରେ ପହଞ୍ଚିଛି

ଦେଶବ୍ୟାପୀ ଡାକ୍ତରୀ ଭିତ୍ତିଭୂମିର ବିକାଶ, ଚିକିତ୍ସା ସମ୍ପର୍କିତ କେନ୍ଦ୍ରୀୟ ନିୟମାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ଅନୁପାଳନ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶର ସୁସ୍ଥତା ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । ଭାରତରେ ପୃଥିବୀର ସବୁଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଏହାର ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହି ଆଜି ଏହା 1.52 ପ୍ରତିଶତରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

WhatsApp Image 2020-10-17 at 9.38.59 AM.jpeg

10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶତକଡା 78 ଭାଗ ନୂତନ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ରରେ ଦିନକ ମଧ୍ୟରେ ସର୍ବାଧିକ 13 ହଜାରୁ ଊର୍ଦ୍ଧ୍ଵ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ ତା’ପଛକୁ 8 ହଜାରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 62,212 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶତକଡା 89 ପ୍ରତିଶତ ରୋଗୀ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 11 ହଜାରରୁ ଊର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ ଓ କେରଳରେ 7 ହଜାରରୁ ଊର୍ଦ୍ଧ୍ଵ ଚିହ୍ନଟ ହୋଇଛନ୍ତି ।

WhatsApp Image 2020-10-17 at 9.36.28 AM (1).jpeg

ଗତ 24 ଘଣ୍ଟା ମଧ୍ୟରେ 837 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 82 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ 306 ଜଣଙ୍କର ପ୍ରାଣହାନୀ ଘଟିଛି ।

WhatsApp Image 2020-10-17 at 9.36.28 AM.jpeg

ଏହି ବୈଶ୍ଵିକ ମହାମାରୀର ମିଳିତ ମୁକାବିଲା କରିବା ଦିଗରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଗୁଡିକୁ ସାହାଯ୍ୟ କରୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ ଓ ପଶ୍ଚିମବଙ୍ଗ ସରକାରକୁ ନିକଟକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ପଠାଇଛନ୍ତି । ନିକଟରେ ଏହିସବୁ ରାଜ୍ୟରେ ନୂତନ ସଂକ୍ରମଣ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଏହି ଦଳଗୁଡିକ ରାଜ୍ୟଗୁଡିକୁ ସେମାନଙ୍କ ଆବଦ୍ଧାଞ୍ଚଳ ପରିଚାଳନା, ନମୁନା ପରୀକ୍ଷଣ, ସଂକ୍ରମଣ ପ୍ରତିଷେଧକ ଓ ନିୟନ୍ତ୍ରଣ ପଦକ୍ଷେପଗୁଡିକ ନେଇ ପରାମର୍ଶ ଦେଉଛନ୍ତି । ସମୟୋଚିତ  ରୋଗ ନିରୂପଣ ନେଇ ଏହି କେନ୍ଦ୍ରୀୟ ଦଳ ରାଜ୍ୟଗୁଡିକୁ ସହାୟତା କରୁଛନ୍ତି ।

 

**********

 



(Release ID: 1665533) Visitor Counter : 160