ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ସଂକ୍ରମଣ ସ୍ଥିତିରେ ଭାରତର ରେକର୍ଡ: ଦୁଇ ଗୁଣ ହେବାକୁ ପ୍ରାୟ 73 ଦିନ ଲାଗିଲା

• ସକ୍ରିୟ ମାମଲା ଆହୁରି ହ୍ରାସ; ଏବେ ମୋଟ ମାମଲାର ପ୍ରାୟ 11%

Posted On: 15 OCT 2020 12:56PM by PIB Bhubaneshwar

ଭାରତରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବା ବେଳେ ସକ୍ରିୟ ମାମଲାର ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଫଳରେ ସଂକ୍ରମଣ ମାମଲା ଦୁଇଗୁଣ ହେବା ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା ଏବେ ପ୍ରାୟ 73 ଦିନ (72.8 ଦିନ) । ଏହା ସୂଚାଉଛି ଯେ ଦୈନିକ ସଂକ୍ରମଣ ହ୍ରାସ ପାଇଛି ଏବଂ ମୋଟ ମାମଲା ଦୁଇ ଗୁଣ ହେବାର ସମୟ ବୃଦ୍ଧି ପାଇଛି ।

ଅଗଷ୍ଟ ମଧ୍ୟଭାଗରେ ଭାରତରେ ସଂକ୍ରମଣ ମାମଲା ଦୁଇଗୁଣ ହେବାର ସମୟ 25.5 ଦିନ ଥିବା ବେଳେ ଏବେ ଏହା 73 ଦିନ ହୋଇଛି । କରୋନା ମୁକାବିଲାରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ରଣକୌଶଳକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଅନୁସରଣ କରୁଥିବାରୁ ଏହା ସମ୍ଭବ ହୋଇପାରିଛି । ଦେଶବ୍ୟାପୀ ତ୍ୱରିତ ଟେଷ୍ଟିଂ, ନିରୀକ୍ଷଣ ଏବଂ ଟ୍ରାକିଂ, ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ଏବଂ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଚିକିତ୍ସା ପ୍ରଣାଳୀ ଆପଣାଇବା ଫଳରେ ଏପରି ସଫଳତା ମିଳିପାରିଛି। ଏଥିସହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିରେ ଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମସ୍ତ କୋଭିଡ-19 ଯୋଦ୍ଧା ମାନଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁ ଏହା ମଧ୍ୟ ସମ୍ଭବ ହୋଇପାରିଛି ।

କୋଭିଡ ମୁକାବିଲା ନେଇ ଦେଶବ୍ୟାପୀ ସଚେତନତା ବୃଦ୍ଧି ହୋଇଥିବାରୁ ଏହା ସଂକ୍ରମଣ ରୋକିପାରିଛି ଏବଂ ଠିକ୍ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ହୋଇପାରୁଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 81,514ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା 64 ଲକ୍ଷ (63,83,441) ହୋଇଛି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ଏବେ 87%କୁ ଅତିକ୍ରମ କରି 87.36% ହୋଇପାରିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଗୋଟି ଦିନରେ ମହାରାଷ୍ଟ୍ରରୁ 19 ହଜାରରୁ ଅଧିକ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ 8 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଏବେ ସକ୍ରିୟ ମାମଲା ମୋଟ ମାମଲାର 11.12% ରହିଛି, ଯାହାକି 8,12,390 । କ୍ରମାଗତ ଏକ ସପ୍ତାହ ଧରି ଏହା 9 ଲକ୍ଷ ତଳେ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 67,708ଟି ପଜିଟିଭ୍ ମାମଲା ହୋଇଛି । ଏଥିରୁ 77% 10ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ 10 ହଜାରରୁ ଅଧିକ ମାମଲା ଆସିଥିବା ବେଳେ କର୍ଣ୍ଣାଟକରୁ ଆସିଛି 9 ହଜାରରୁ ଅଧିକ ।

ଗତ 24 ଘଣ୍ଟା ମଧ୍ୟରେ 680 ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଦ୍ୱାଦଶ ଦିନରେ ମୃତ୍ୟୁ ସଂଖ୍ୟା 1 ହଜାରରୁ କମ୍ ରହିଛି । ଏଥିରୁ 80% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କେବଳ ମହାରାଷ୍ଟ୍ରରୁ 23% ମୃତ୍ୟୁ ମାମଲା (158 ମୃତ୍ୟୁ) ଆସିଛି ।

 

**********


(Release ID: 1664888)