ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନମୁନା ପରୀକ୍ଷଣରେ ଦେଶର ଆଉ ଏକ ସଫଳତା

● ମୋଟ ପରୀକ୍ଷଣ 9 କୋଟି ଟପିଲା
● 20ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ହାର ଜାତୀୟ ହାରଠାରୁ କମ

Posted On: 14 OCT 2020 11:50AM by PIB Bhubaneshwar

ଜାନୁୟାରୀ 20ରୁ ଆଜି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ 9 କୋଟି ଅତିକ୍ରମ କରିଛି ଗତ 24 ଘଣ୍ଟା ମଧ୍ୟରେ 11,45,015ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା 9,00,90,122ରେ ପହଞ୍ଚିଛି ଦେଶର 1900ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ନମୁନା ପରୀକ୍ଷଣ ସାମର୍ଥ୍ୟ ବହୁଗୁଣିତ ହୋଇପାରିଛି ଏବେ ଦୈନିକ 15 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି କ୍ରମବର୍ଦ୍ଧିଷ୍ଣୁ ନମୁନା ପରୀକ୍ଷା ଭିତ୍ତିଭୂମି ବିକାଶ ଯୋଗୁଁ ଏତେ ସଂଖ୍ୟକ ନମୁନା ଦୈନିକ ପରୀକ୍ଷା କରିବା ସମ୍ଭବ ହୋଇପାରିଛି ଦେଶରେ 1112ଟି ସରକାରୀ ଓ 823ଟି ବେସରକାରୀ ଏହିପରି ମୋଟ 1935ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି

ଦେଶବ୍ୟାପୀ ଅଧିକରୁ ଅଧିକ ପରୀକ୍ଷା ଫଳରେ ଜାତୀୟ ପଜିଟିଭ ହାର ମଧ୍ୟ ହ୍ରାସ ପାଇଛି ସଂକ୍ରମଣ ହାର ବହୁ ପରିମାଣରେ ରୋକାଯାଇ ପାରିଥିବା ଏଥିରୁ ଜଣାପଡିଛି 20ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ହାର ଜାତୀୟ ହାର ତୁଳନାରେ କମ ରହିଛି ମୋଟ ପଜିଟିଭ ହାର 8.04 ପ୍ରତିଶତ ଥିବା ବେଳେ ଏହା ନିୟମିତଭାବେ ହ୍ରାସ ପାଇବାରେ ଲାଗିଛି ଦେଶବ୍ୟାପୀ ଅଧିକ ନମୁନା ପରୀକ୍ଷଣ ଦୃଷ୍ଟିରୁ ପଜିଟିଭ ମାମଲାଗୁଡିକ ସଅଳ ଚିହ୍ନଟ ହେବା ସହ ତଥ୍ୟ ତଦାରଖ ଜରିଆରେ ସେଗୁଡିକୁ ସଠିକ ଠାବ କରିବା ତଥା ସମୟୋଚିତ ଉପଚାର (ଉଭୟ ହସ୍ପିଟାଲ ଓ ଘରୋଇ) ସମ୍ଭବ ହେଉଛି ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି

ନିକଟରେ ଦେଶରେ ଦେଖାଯାଇଥିବା ନୂତନ ସଂକ୍ରମଣ ମାମଲା ତୁଳନାରେ ଆରୋଗ୍ୟ ସଂଖ୍ୟା ମଧ୍ୟ ନୀରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି ସେ ଦୃଷ୍ଟିରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ 8,26,876ରେ ପହଞ୍ଚିଛି ଏହା ମୋଟ ସଂକ୍ରମିତଙ୍କ ମାତ୍ର ଶତକଡା 11.42 ପ୍ରତିଶତ ବୋଲି ଜଣାପଡିଛି ଗତ 24 ଘଣ୍ଟା ମଧ୍ୟରେ 74,632 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 63,509 ଜଣ ସଂକ୍ରମିତ ହୋଇଛନ୍ତି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ସୁସ୍ଥତା ହାରରେ ଉନ୍ନତି ଘଟି ଏହା 87.05 ପ୍ରତିଶତରେ ପହଞ୍ଚିଛି ମୋଟ 63,01,927 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ସକ୍ରିୟଙ୍କ ମଧ୍ୟରେ ପାର୍ଥକ୍ୟ 54,75,051ରେ ପହଚିଛି ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ସଂଖ୍ୟା ମଧ୍ୟ ନିୟମିତ ବୃଦ୍ଧି ପାଉଛି ଶତକଡା 79 ଭାଗ ନୂତନ ମାମଲା 10ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଓଡିଶା ଏବଂ ଦିଲ୍ଲୀ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 15 ହଜାର ରୋଗୀ ଆରୋଗ୍ୟ ଲାଭ କରିଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 63,509 ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏମାନଙ୍କ ମଧ୍ୟରୁ ଶତକଡା 77 ଭାଗ ରୋଗୀ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ନୂତନ ମାମଲା ସଂଖ୍ୟାରେ କେରଳ ମହାରାଷ୍ଟ୍ରକୁ ଟପି ସବୁଠାରୁ ଆଗରେ ରହିଛି କେରେଳ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ପ୍ରତ୍ୟେକ 8 ହଜାର ଲେଖାଏଁ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାମିଲନାଡୁ ଆନ୍ଧ୍ରପ୍ରଦେଶରେ ପ୍ରତ୍ୟେକ 4 ହଜାରରୁ ଅଧିକ ମାମଲା ପଞ୍ଜୀକୃତ ହୋଇଛି ଗତ 24 ଘଣ୍ଟା ମଧ୍ୟରେ 730 ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ପାଖାପାଖି ଶତକଡା 80 ଭାଗ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ମହାରାଷ୍ଟ୍ରରୁ ମୋଟ ମୃତକଙ୍କ ଶତକଡା 25 ଭାଗ ଅର୍ଥାତ 187 ଜଣଙ୍କର ମୃତ୍ୟୁ ଘଟିଛି ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଊଣା ଅଧିକେ କୋଭିଡ-19 ଦ୍ଵାରା ସଂକ୍ରମିତ ହୋଇଛନ୍ତି ଆମ ଦେଶରେ ଋତୁ ଭିତ୍ତିକ ମହାମାରୀ ଯଥା ଡେଙ୍ଗୁ, ମାଲେରିଆ ଋତୁ ଭିତ୍ତିକ ସର୍ଦ୍ଦି କାଶ, ଲେପ୍ଟୋସୋରିଆସିସ, ଚିକିନଗୁନିଆ, ଆନ୍ତ୍ରିକ ଜ୍ଵର ଇତ୍ୟାଦି ଦେଖାଦେଇଥାଏ ଏଗୁଡିକ କୋଭିଡ ମାମଲା ସହିତ ମିଶିକରି ରହିଥାଏ ଏହା ପରୀକ୍ଷାଗାରରେ କୋଭିଡ ନିରୂପଣ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ, ଯାହାର ପ୍ରଭାବ କ୍ଲିନିକ ଓ ରୋଗୀଙ୍କ ଉପରେ ପଡିଥାଏ ଏହି ଋତୁ ଭିତ୍ତିକ ସଂକ୍ରମଣ ଜନିତ ରୋଗୋଗୁଡିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ-19 ସହ ଅନ୍ୟ ସଂକ୍ରମଣ ସମ୍ପର୍କରେ ଏହାର ଚିକିତ୍ସା ଓ ନିୟମାବଳୀ ମାର୍ଗଦର୍ଶିକା ଜାରି କରିଛି  

**********


(Release ID: 1664451) Visitor Counter : 287