ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡ଼କ୍ଟର ବାଲାସାହେବ ବିକେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 13 OCT 2020 2:33PM by PIB Bhubaneswar

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଉଦ୍ଧବ ଠାକରେ ମହାଶୟ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମହାଶୟ, ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ ମହାଶୟ, ଶ୍ରୀ ରାଧାକୃଷ୍ଣ ପାଟିଲ ମହାଶୟ, ସୁରଜ ବିକେ ପାଟିଲ ମହାଶୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଜନ ପ୍ରତିନିଧିଗଣ, ମୋର ସମସ୍ତ କୃଷକ ସାଥୀ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ, ଛତ୍ରପତି ଶିବାଜୀ ମହାରାଜ ତସେଚ ବୀର ବୀରାଙ୍ଗନା ଏବଂ କର୍ମଯୋଗଚାଁଚି ଭୂମି ଅସଲେଲ୍ଲ୍ୟା ମହାରାଷ୍ଟ୍ରାସ ମି ବନ୍ଦନ କରତୋ!!!

ମୁଁ ରାଧାକୃଷ୍ଣ ବିକେ ପାଟିଲ ମହାଶୟ, ତାଙ୍କ ପରିବାର ଏବଂ ଅହମଦନଗରର ସମସ୍ତ ବନ୍ଧୁମାନଙ୍କୁ ହୃଦୟର ସହିତ ବହୁତ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ ଏହି ପୂଣ୍ୟ ଅବସର ସହିତ ସାମିଲ କରିବା ପାଇଁ ଆମନ୍ତ୍ରଣ କଲେ, ପ୍ରଥମରୁ ଏଠାକୁ ଆସିବା ପାଇଁ ସ୍ଥିର ହୋଇଥିଲା । ଆପଣ ସମସ୍ତଙ୍କ ଗହଣରେ ଏହି ଅବସରରେ ସାମିଲ ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ଆଜି ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ କରିବାକୁ ପଡ଼ୁଛି ।

ସାଥୀଗଣ, ଡକ୍ଟର ବାଲା ସାହେବ ବିକେ ପାଟିଲଙ୍କ ଆତ୍ମକଥାର ଉନ୍ମୋଚନ ଯଦିଓ ଆଜି ହେଲା, କିନ୍ତୁ ତାଙ୍କ ଜୀବନର କଥାଗୁଡ଼ିକ ଆପଣମାନଙ୍କୁ ମହାରାଷ୍ଟ୍ରର ପ୍ରତ୍ୟେକ କ୍ଷେତ୍ରରେ ମିଳିବ । ମୁଁ ମଧ୍ୟ ଅତି ପାଖରୁ ଦେଖିଛି କିଭଳି ଡକ୍ଟର ବିଠଲ ରାଓ ବିକେ ପାଟିଲ ମହାଶୟଙ୍କ ପଦାଙ୍କ ଅନୁସରଣ କରି ବାଲା ସାହେବ ବିକେ ପାଟିଲ ମହାରାଷ୍ଟ୍ରର ବିକାଶ ପାଇଁ ନିଜକୁ ସମର୍ପିତ କରି ଦେଇଥିଲେ । ଗାଁ, ଗରିବ, କୃଷକମାନଙ୍କ ଜୀବନ ସହଜ ହେଉ, ସେମାନଙ୍କ ଦୁଃଖ, ସେମାନଙ୍କ କଷ୍ଟ କମ୍ ହେଉ, ଏହା ବିକେ ପାଟିଲ ମହାଶୟଙ୍କ ଜୀବନର ମୂଳମନ୍ତ୍ର ରହିଥିଲା । ନିଜର ଆତ୍ମକଥାରେ ମଧ୍ୟ ସେ ଲେଖିଛନ୍ତି- ମୀସ୍ୱତଃ ସତୋପାସୁନ ୱା ରାଜକାରଣା ପାସୁନ ଅଲିପ୍ତ ରାହିଲୋ ନାହି, ମାତ୍ର ସମାଜା-ସାଠିଚ ରାଜକାରଣ ଆଣି ସତାହୈ ପଥ୍ୟ ମି କାୟମ ସମ୍ଭାଲଲଂ । ରାଜକାରଣ କରତାନା ମାଝା ସତତ ସମାଜାଚୋ ପ୍ରଶ୍ନ ସୋଡୱଣ୍ୟାବର ଭର ରାହିଲା ।ସେ କ୍ଷମତା ଏବଂ ରାଜନୀତି ମାଧ୍ୟମରେ ସଦା ସର୍ବଦା ସମାଜର ମଙ୍ଗଳ ପାଇଁ ପ୍ରୟାସ କରିଥିଲେ ।

ସେ ସଦା ସର୍ବଦା ଏହି କଥା ଉପରେ ଗୁରୁତ୍ୱ ଦେଉଥିଲେ ଯେ ରାଜନୀତିକୁ ସମାଜର ସାର୍ଥକ ପରିବର୍ତନର ମାଧ୍ୟମ କିପରି କରାଯାଇ ପାରିବ, ଗାଁ ଏବଂ ଗରିବଙ୍କ ସମସ୍ୟାଗୁଡ଼ିକର ସମାଧାନ କିପରି ହେବ । ବାଲା ସାହେବ ବିକେ ପାଟିଲ ମହାଶୟଙ୍କର ଏହି ଚିନ୍ତାଧାରା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲା । ଏହା ହେଉଛି କାରଣ ଯେଉଁଥିପାଇଁ ଆଜି ମଧ୍ୟ ତାଙ୍କର ପ୍ରତ୍ୟେକ ପାର୍ଟି, ପ୍ରତ୍ୟେକ ଦଳରେ ବହୁତ ସମ୍ମାନ ଅଛି ।  ଗାଁ, ଗରିବଙ୍କ ବିକାଶ ପାଇଁ, ଶିକ୍ଷା ପାଇଁ, ତାଙ୍କର ଯୋଗଦାନ ହେଉ, ମହାରାଷ୍ଟ୍ରରେ ସମବାୟର ସଫଳତା ହେଉଛି ତାଙ୍କର ପ୍ରୟାସ । ଏହା ଆଗାମୀ ପିଢିକୁ ସର୍ବଦା ପ୍ରେରଣା ଯୋଗାଇ ଦେବ । ଏଥିପାଇଁ ବାଲା ସାହେବ ବିକେ ପାଟିଲଙ୍କ ଜୀବନ ଉପରେ ଏହି ପୁସ୍ତକ ଆମ ସମସ୍ତଙ୍କ ଲାଗି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ।

ସାଥୀଗଣ, ଡକ୍ଟର ବାଲା ସାହେବ ବିକେ ପାଟିଲ ଗାଁ, ଗରିବ ଏବଂ କୃଷକଙ୍କ ଦୁଃଖକୁ, କଷ୍ଟକୁ ଏତେ ନିକଟରୁ ଦେଖିଲେ, ବୁଝିଲେ, ଅନୁଭବ କଲେ । ଏଥିପାଇଁ ସେ କୃଷକମାନଙ୍କୁ ଏକାଠି କଲେ, ସେମାନଙ୍କୁ ସମବାୟ ସହିତ ସାମିଲ କଲେ । ଏହା ହେଉଛି ତାଙ୍କର ପ୍ରୟାସ ଯେ ଯେଉଁ ଅଂଚଳ କେବେ ଅଭାବରେ ବଂଚିବାକୁ ବାଧ୍ୟ ହେଉଥିଲା, ଆଜି ତାହାର ଛବି ବଦଳି ଯାଇଛି । ସମବାୟର ମହତ୍ୱ ଉପରେ ସେ ଲେଖିଛନ୍ତି ଯେ- ସହକାରୀ ଚଲବଲ ହି ଖରୀ ନିଧର୍ମୀ ଚଲବଲ ଆହେ । ତି କୁଠଲ୍ଲା ଜାତିଚି କିମ୍ବା ଧର୍ମାଚୀ ବଟୀକ ନାହି । ଆତାପର୍ଯ୍ୟତ ସଗଲ୍ଲ୍ୟା ସମାଜାଲା, ଜାତିଂ ନାହି ପ୍ରତିନିଧିତ୍ୱ ଦିଲେ ଆହେ । ଅର୍ଥାତ ସମବାୟ ଅଭିଯାନ ପ୍ରକୃତ ଅର୍ଥରେ ହେଉଛି ନିରପେକ୍ଷ । ଏହାର କୌଣସି ମଧ୍ୟ ଜାତି ଏବଂ ସମ୍ପ୍ରଦାୟ ସହିତ କୌଣସି ନେଣଦେଣ ନାହିଁ । ଏଥିରେ ସମାଜର ସବୁ ବର୍ଗର ପ୍ରତିନିଧିତ୍ୱ ରହିଥାଏ । ଗୋଟିଏ ପ୍ରକାରରେ ତାଙ୍କ ପାଇଁ ସମବାୟ ସମସ୍ତଙ୍କ ସହିତରୁ ସମସ୍ତଙ୍କ କଲ୍ୟାଣର ପଥ ଥିଲା । କେବଳ ମହାରାଷ୍ଟ୍ର ହିଁ ନୁହେଁ, ଅଟଳ ମହାଶୟଙ୍କ ସରକାରରେ ମନ୍ତ୍ରୀ ଥିବା ସମୟରେ ସେ ଦେଶର ଅନେକ ଅଂଚଳରେ ସମବାୟକୁ ପ୍ରୋତ୍ସାହନ ଦେଇଛନ୍ତି, ସେଥିପାଇଁ ପ୍ରୟାସ କରିଛନ୍ତି । ଏଭଳି ଭାବେ ତାଙ୍କର ଆତ୍ମଚରିତ୍ରପାଇଁ ଦେହ ବେଚାୱା କାରଣୀନାମ ହେଉଛି ପ୍ରାସଙ୍ଗିକ, ହେଉଛି ଏକଦମ୍ ସଠିକ୍ । ସନ୍ଥ ତୁକାରାମ ଜୀ ମହାରାଜଙ୍କର ଏହି ପଂକ୍ତିଗୁଡ଼ିକରେ ମୁଁ ବାଲା ସାହେବ ବିକେ ପାଟିଲଙ୍କ ଜୀବନର ସାରାଂଶ ରହିଛି ।

ସାଥୀଗଣ, ଯେତେବେଳେ ଦେଶରେ ଗ୍ରାମୀଣ ଶିକ୍ଷାର ଉନ୍ନତି ବିଷୟରେ ଚର୍ଚ୍ଚା ମଧ୍ୟ ହୋଇ ନଥିଲା, ସେତେବେଳେ ପ୍ରବରା ରୁରାଲ ଏଜୁକେସନ୍ ସୋସାଇଟି ବା  ପ୍ରବରା ଗ୍ରାମୀଣ ଶିକ୍ଷା ସମିତି ମାଧ୍ୟମରେ ସେ ଗାଁର ଯୁବକମାନଙ୍କୁ ପ୍ରୋତ୍ସାହିତ କରିବାର କାର୍ଯ୍ୟ କରିଥିଲେ । ଏହି ସମିତି ମାଧ୍ୟମରେ ଗାଁର ଯୁବକମାନଙ୍କର ଶିକ୍ଷା ଏବଂ କୌଶଳ ବିକାଶକୁ ନେଇ, ଗାଁରେ ଚେତନା ଜାଗ୍ରତ କରିବା ଲାଗି ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଆମେ ସମସ୍ତେ ଭଲ ଭାବେ ଜାଣିଛେ । ଏଭଳି ଭାବେ ଆଜିଠାରୁ ପ୍ରବରା ରୁରାଲ ଏଜୁକେସନ୍ ସୋସାଇଟି ବା  ପ୍ରବରା ଗ୍ରାମୀଣ ଶିକ୍ଷା ସମିତ ସହିତ ମଧ୍ୟ ବାଲା ସାହେବଙ୍କ ନାମ ଯୋଡ଼ିବା ମଧ୍ୟ ସେତିକି ହେଉଛି ଗୁରୁତ୍ୱପୂର୍ଣ୍ଣ । ସେ ଗାଁରେ, ଚାଷବାସରେ ଶିକ୍ଷାର ମହତ୍ୱ ବୁଝିଥିଲେ । ସେ ନିଜ ଆତ୍ମକଥାରେ ଲେଖିଛନ୍ତି- ସେତିଚ କୌଶଲ୍ୟ ଅସଲ୍ୟାଶିବାୟ ସୁଶିକ୍ଷିତ ମାଣୁସହି ସହଜ ଶେତୀ କରୁଁ ସକତ ନାହି । ଖରଂ ତର ଶେତିଲା ଇଂଟରପ୍ରାଇଜକା ହ୍ମଣତ ନାହିତ । ଅର୍ଥାତ ବ୍ୟକ୍ତି କେତେ ହିଁ ଶିକ୍ଷତ ହେଇ ଥାଉ ନା କାହିଁକି ଯଦି ସେଥିରେ ଚାଷବାସର କୌଶଳ ନାହିଁ ତେବେ ସେ କେବେ ଚାଷବାସ କରି ପାରିବ ନାହିଁ । ଯେତେବେଳେ ଏଭଳି କଥା ଅଛି ତେବେ ଆମେ ଚାଷବାସକୁ କାହିଁକି ଉଦ୍ୟୋଗ କହିବା ନାହିଁ?

ସାଥୀଗଣ, ବାଲା ସାହେବ ବିକେ ପାଟିଲ ମହାଶୟଙ୍କ ମନରେ ଏହି ପ୍ରଶ୍ନ ଏମିତି ହିଁ ଆସିନାହିଁ । ମାଟି ଉପରେ ଦଶକ ପର୍ଯ୍ୟନ୍ତ ସେ ଯେଉଁ ଅନୁଭବ କଲେ, ତାହାର ଆଧାରରେ ସେ ଏହି କଥା କହିଲେ । ବାଲା ସାହେବ ବିକେ ପାଟିଲଙ୍କ ଏହି ପ୍ରଶ୍ନର ଉତ୍ତର ଆଜିର ଐତିହାସିକ କୃଷି ସଂସ୍କାରରେ ରହିଛି । ଆଜି ଚାଷକୁ, କୃଷକଙ୍କୁ ଅନ୍ନଦାତାର ଭୂମିକାରୁ ଉପରକୁ ନେଇ, ତାଙ୍କୁ ଉଦ୍ୟମୀ କରିବାରେ, ଶିଳ୍ପଉଦ୍ୟୋଗୀ ଆଡ଼କୁ ନେଇ ଯିବା ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ଚିନି ମହାରାଷ୍ଟ୍ରରେ ଯେଉଁ ବିପ୍ଳବ ଆଣିଛି, ଯେଉଁ ବିପ୍ଳବ ଗୁଜରାଟରେ ଦୁଗ୍ଧ କରିପାରିଛି, ଯେଉଁ ବିପ୍ଳବ ପଞ୍ଜାବରେ ଗହମ କରିପାରିଛି, ସ୍ଥାନୀୟ ଅର୍ଥନୀତି, ସ୍ଥାନୀୟ ଉଦ୍ୟୋଗର ଏହି ମଡେଲ ଦେଶକୁ ଆଗକୁ ନେଇ ଯିବ ।

ସାଥୀଗଣ, ସ୍ୱାଧୀନତାର ପରେ ଏମିତି ମଧ୍ୟ ଏକ ସମୟ ଥିଲା ଯେତେବେଳେ ଦେଶ ପାଖରେ ପେଟ ଭରିବା ପାଇଁ ଯଥେଷ୍ଟ ଅନ୍ନ ନଥିଲା । ଏଭଳି ପରିସ୍ଥିତିରେ ସରକାରଙ୍କର ପ୍ରାଥମିକତା ଥିଲା ଯେ କିଭଳି ଭାବେ ଫସଲର ଉତ୍ପାଦନ ବଢୁ । ଏଥିପାଇଁ, ସମସ୍ତ ଧ୍ୟାନ କେବଳ ଏହା ଉପରେ ରହିଥିଲା ଯେ କୃଷକ କେଉଁ ଫସଲ ଉତ୍ପାଦନ କରିବ, କେତେ ପରିମାଣରେ ଉତ୍ପାଦନ କରିବ । ଆମ କୃଷକମାନେ ମଧ୍ୟ ନିଜର ଝାଳ ବୁହାଇଲେ, ଅକ୍ଳାନ୍ତ ପରିଶ୍ରମ କଲେ, ଆଉ ଦେଶର ଆବଶ୍ୟକତାଠାରୁ ଅଧିକରୁ ଅଧିକ ଫସଲ ଉତ୍ପାଦନ କରି ପୂରଣ କଲେ । କିନ୍ତୁ ଉତ୍ପାଦନର ଏହି ଚିନ୍ତାରେ ସରକାରଙ୍କର, ନୀତିଗୁଡ଼ିକର ଧ୍ୟାନ କୃଷକମାନଙ୍କର ଲାଭ ଆଡ଼କୁ ହିଁ  ଯାଇ ପାରିଲା ନାହିଁ । କୃଷକମାନଙ୍କର ଆମଦାନୀ ଲୋକମାନେ ଭୁଲି ହିଁ ଗଲେ । କିନ୍ତୁ ପ୍ରଥମ ଥର ପାଇଁ ଏବେ ଏହି ଚିନ୍ତାଧାରାକୁ ବଦଳା ଯାଇଛି ।

ଦେଶ ପ୍ରଥମ ଥର ପାଇଁ କୃଷକମାନଙ୍କର ଆୟ ବିଷୟରେ ଚିନ୍ତା କରିଛି, ତାଙ୍କର ଆୟ ବୃଦ୍ଧି କରିବା ପାଇଁ ନିରନ୍ତର ଭାବେ ପ୍ରୟାସ କରାଯାଉଛି । ସେ ହୁଏତ ଏମଏସପି ଲାଗୁ କରିବା, ତାକୁ ବୃଦ୍ଧି କରିବାର ନିଷ୍ପତ୍ତି ହେଉ, ୟୁରିଆର ନିମଲେପନ ହେଉ, ଉନ୍ନତ ଫସଲ ବୀମା ଯୋଜନା ହେଉ ସରକାର କୃଷକମାନଙ୍କର ପ୍ରତ୍ୟେକ ଛୋଟ-ଛୋଟ ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି । ପିଏମ କିଷାନ ସମ୍ମାନ ନିଧି ଯୋଜନା କୃଷକମାନଙ୍କୁ ଛୋଟ-ଛୋଟ ଖର୍ଚ୍ଚ ପାଇଁ ଅନ୍ୟ ପାଖକୁ ଯିବାର ବାଧ୍ୟବାଧକତାରୁ ମୁକ୍ତି ଆଣି ଦେଇଛି । ଏହି ଯୋଜନା ମାଧ୍ୟମରେ ଏକ ଲକ୍ଷ କୋଟି ଟଙ୍କା, ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇ ସାରିଛି । କେବଳ ଏତିକି ହିଁ ନୁହେଁ, କୋଲ୍ଡ ଚେନ୍ସ୍, ମେଗା ଫୁଡ଼୍ ପାର୍କସ୍ ଏବଂ କୃଷି-ପ୍ରକ୍ରିୟାକରଣ ଭିତ୍ତିଭୂମି ଉପରେ ମଧ୍ୟ ଅଦ୍ଭୁତପୂର୍ବ କାର୍ଯ୍ୟ ହୋଇଛି । ଗାଁର ହାଟଗୁଡ଼ିକରୁ ନେଇ ବଡ଼-ବଡ଼ ମଣ୍ଡିଗୁଡ଼ିକର ଆଧୁନିକୀକରଣ ଦ୍ୱାରା ମଧ୍ୟ କୃଷକମାନଙ୍କୁ ଲାଭ ହେବାରେ ଲାଗିଛି ।

ସାଥୀଗଣ, ବାଲା ସହେବ ବିକେ ପାଟିଲ କହୁଥିଲେ- ଶେତି ନିସର୍ଗାଧାରିତ କେଲି ଜାତ ହୋତି । ହୈ ଜ୍ଞାନ ଆଜ ସମ୍ଭାଲୁନ୍ ଠେୱଲଂ ପାହିଜେ । ତସେଚ ନବ୍ୟା ଆଣି ଜୁନ୍ୟାଚାମେଲ ତରି ଘାତଲା ପାହିଜେ । ଅର୍ଥାତ, ପୂର୍ବ ସମୟରେ ଚାଷବାସ ପ୍ରାକୃତିକ ପରିସ୍ଥିତି ସବୁକୁ ଧ୍ୟାନରେ ରଖି କରା ଯାଉଥିଲା । ପୂର୍ବର ସେହି ଜ୍ଞାନକୁ ଆମକୁ ସଂରକ୍ଷିତ କରି ରଖିବା ଦରକାର । କୃଷିକାର୍ଯ୍ୟରେ ନୂତନ ଏବଂ ପୁରାତନ ଉପାୟ ଓ କୌଶଳଗୁଡିକୁ ସାମିଲ କରିବା ହେଉଛି ବହୁତ ଜରୁରୀ । ନୂତନ ଏବଂ ପୁରାତନ ଉପାୟ ଓ କୌଶଳଗୁଡିକୁ ସାମିଲ କରିବାର ଏକ ସଠିକ ଉଦାହରଣ ହେଲା- ଆଖୁର ଫସଲ । ଅହମଦନଗର, ପୁଣେ ଏବଂ ଆଖପାଖ ଅଂଚଳରେ ଏହା ହେଉଛି ଆହୁରି ଗୁରୁତ୍ୱପୂର୍ଣ୍ଣ । ଏବେ ଆଖୁରୁ ଚିନି ବାହାର କରିବା ସହିତ ଇଥାନଲ ବାହାର କରିବା ପାଇଁ ମଧ୍ୟ ଉଦ୍ୟୋଗ ନିର୍ମାଣ କରାଯାଉଛି । ମହାରାଷ୍ଟ୍ରରେ ଏବେ 100 ପାଖାପାଖି ଏପରି ଉଦ୍ୟୋଗ ଚାଲୁଅଛି ଆଉ ଡଜନ-ଡଜନ ନୂତନ ଉଦ୍ୟୋଗଗୁଡ଼ିକୁ ଆବଶ୍ୟକୀୟ ସାହାଯ୍ୟର ସ୍ୱୀକୃତି ମଧ୍ୟ ମିଳି ସାରିଛି । ଯେମିତି-ଯେମିତି ପେଟ୍ରୋଲରେ ଇଥାନଲର ବ୍ଲେଡିଂର କ୍ଷମତା ବୃଦ୍ଧି ହେବ, ସେମିତି-ସେମିତି ତେଲ ପାଇଁ ଯେଉଁ ଅର୍ଥ ବାହାରକୁ ଯାଉଛି, ତାହା କୃଷକମାନଙ୍କ ପକେଟକୁ ଆସିବାକୁ ଲାଗିବ ।

ସାଥୀଗଣ, ଡକ୍ଟର ବାଲା ସାହେବ ବିକେ ପାଟିଲ ମହାରାଷ୍ଟ୍ରର ଗାଁଗୁଡ଼ିକର ଆଉ ଏକ ସମସ୍ୟାର ସମାଧାନକୁ ନେଇ ସବୁବେଳେ ପ୍ରୟାସରତ ରହିଥିଲେ । ଏହି ସମସ୍ୟା ହେଉଛି ପିଇବା ଏବଂ ସିଂଚନ ନିମନ୍ତେ ପାଣିର ଅଭାବ । ମହାରାଷ୍ଟ୍ରରେ ପାଣି ପରିଷଦ ମାଧ୍ୟମରେ ସେ ଏହି ଦିଗରେ ଏକ ଜନ-ଆନ୍ଦୋଳନ ଗଢ଼ି ତୋଳିବାର ଚେଷ୍ଟା କରିଥିଲେ । ଆଜି ଆମେ ସନ୍ତୋଷର ସହିତ କହି ପାରିବୁ କି ବର୍ଷ 2014 ପରେ ଏଭଳି ପ୍ରୟାସଗୁଡ଼ିକୁ ଅଦ୍ଭୁତପୂର୍ବ ଶକ୍ତି ଦିଆଯାଇଛି ଆଉ ଦେବେନ୍ଦ୍ର ମହାଶୟଙ୍କ ସରକାରଙ୍କର ପରିଚୟ ହିଁ ଏହି ପାଣିର କାର୍ଯ୍ୟ କାରଣରୁ ଗାଁ-ଗାଁ, ଘର-ଘର ପର୍ଯ୍ୟନ୍ତ ପହଂଚିପାରିଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ମାଧ୍ୟମରେ ମହାରାଷ୍ଟ୍ରରେ ବର୍ଷ-ବର୍ଷ ଧରି ଅଟକି ପଡ଼ି ରହିଥିବା 26ଟି ପ୍ରକଳ୍ପଗୁଡ଼ିକର ପୂରଣ କରାଯିବାର କାର୍ଯ୍ୟ ଦ୍ରୁତ ଗତିରେ କରାଗଲା । ସେଥିମଧ୍ୟରୁ 9ଟି ଯୋଜନା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ସାରିଛି । ଏଗୁଡ଼ିକ ସଂପୂର୍ଣ୍ଣ ହେବା ପରେ ପ୍ରାୟ 5 ଲକ୍ଷ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ମିଳି ପାରିଛି । ଏହିଭଳି ଭାବେ ଜୁଲାଇ 2018ରେ ମହାରାଷ୍ଟ୍ରର ଛୋଟ-ବଡ଼ ଆହୁରି 90ଟି ସେଚପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଗାମୀ 2-3 ବର୍ଷ ମଧ୍ୟରେ ଯେତେବେଳେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ, ତେବେ ପାଖାପାଖି 4 ଲକ୍ଷ ହେକ୍ଟର ଚାଷଜମି ସେଚ ସୁବିଧା ସହିତ ଯୋଡ଼ି ହୋଇ ପାରିବ । ରାଜ୍ୟର ଏଭଳି 13ଟି ଜିଲ୍ଲା ମଧ୍ୟ ରହିଛି ଯେଉଁଠାରେ ଭୂତଳ ଜଳସ୍ତର ଖୁବ କମ୍ ଅଛି । ଏହି ଜିଲ୍ଲାମାନଙ୍କରେ ଅଟଳ ଭୂଜଳ ଯୋଜନା କାର୍ଯ୍ୟକାରୀ କରାଯାଇଛି ।

ସାଥୀଗଣ, କେବଳ ମାତ୍ର ସେଚନ ହିଁ ନୁହେଁ, ଗାଁର ପ୍ରତ୍ୟେକ ପରିବାରଙ୍କୁ ଶୁଦ୍ଧ ପାନୀୟ ଜଳ ପହଂଚାଇବାର କାର୍ଯ୍ୟ ମଧ୍ୟ ମହାରାଷ୍ଟ୍ରର ମାଟି ଉପରେ ଦ୍ରୁତ ଗତିରେ ଚାଲୁ ରହିଛି । ଜଳ ଜୀବନ ମିଶନ ମାଧ୍ୟମରେ ବିଗତ ଏକ ବର୍ଷ ଭିତରେ ମହାରାଷ୍ଟ୍ରର 19 ଲକ୍ଷ ପରିବାରଙ୍କୁ ଶୁଦ୍ଧ ଜଳର ସୁବିଧା ଦିଆଯାଇ ସାରିଛି । ଏଥିମଧ୍ୟରୁ 13 ଲକ୍ଷରୁ ଅଧିକ ଗରିବ ପରିବାରଙ୍କୁ ମଧ୍ୟ କରୋନା ମହାମାରୀ ସମୟରେ ପାଣି ପହଂଚାଇବାର କାର୍ଯ୍ୟ କରାଯାଇଛି । ପ୍ରୟାସ ଏହା ରହିଛି ଯେ, ଯେଉଁଭଳି ଭାବେ ଘରେ-ଘରେ ଶୌଚାଳୟ ନିର୍ମାଣ କରି ଭଉଣୀ, ଝିଅମାନଙ୍କୁ ସମ୍ମାନ ଏବଂ ସୁବିଧା ଯୋଗାଇ ଦିଆ ଯାଇଛି, ସେହିଭଳି ଭାବେ ପାଇପ୍ ମାଧ୍ୟମରେ ଜଳ ପହଂଚାଇ ସେମାନଙ୍କର ସମୟ ଏବଂ ଶ୍ରମକୁ ମଧ୍ୟ ବଂଚାଯାଉ ଆଉ ଶୁଦ୍ଧ ପାଣି ହେଉଛି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ ।

ସାଥୀଗଣ, ଗାଁର ଆର୍ଥôକ ଏବଂ ସାମାଜିକ ବ୍ୟବସ୍ଥାରେ ମାଇକ୍ରୋ ଫାଇନାନ୍ସର ବିଶେଷ ଭୂମିକା ରହିଛି । ମୁଦ୍ରା ଭଳି ଯୋଜନା ଦ୍ୱାରା ଗାଁରେ ସ୍ୱରୋଜଗାରର ସମ୍ଭାବନା ବଢ଼ିଛି । କେବଳ ଏତିକି ନୁହେଁ, ବିଗତ ବର୍ଷମାନଙ୍କରେ ଦେଶରେ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ପ୍ରାୟ 7 କୋଟି ଭଉଣୀଙ୍କୁ 3 ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ଦିଆ ଯାଇଛି । କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀ, ତିନିଜଣଙ୍କୁ ବ୍ୟାଙ୍କରୁ ସହଜରେ ଋଣ ମିଳିପାରୁ, ଏଥିପାଇଁ ସମସ୍ତଙ୍କୁ କୃଷକ କ୍ରେଡିଟ କାର୍ଡର ସୁବିଧା ଦିଆ ଯାଇଛି । ପ୍ରାୟ ଅଢ଼େଇ କୋଟି ଛୋଟ-ଛୋଟ କୃଷକ ପରିବାର ଯେଉଁମାନେ ପୂର୍ବରୁ କିଷାନ କ୍ରେଡିଟ କାର୍ଡରୁ ବଂଚିତ ଥିଲେ ସେମାନଙ୍କ ପାଇଁ ଏବେ ଅଭିଯାନ ଚାଲୁ କରାଯାଇ ଏହି ସୁବିଧା ଦିଆ ଯାଉଛି ।

ସାଥୀଗଣ, ଗାଁରେ, ଗାଁରେ ରହୁଥିବା ଲୋକମାନଙ୍କ ମଧ୍ୟରେ, ଗରିବମାନଙ୍କ ମଧ୍ୟରେ, ଯେତେବେଳେ ବିଶ୍ୱାସ ଜାଗ୍ରତ ହେବ, ଯେତେବେଳେ ସେମାନଙ୍କର ଆତ୍ମବିଶ୍ୱାସ ସୁଦୃଢ଼ ହେବ, ତେବେ ଆତ୍ମନିର୍ଭରଶୀଳତାର ସଂକଳ୍ପ ମଧ୍ୟ ସୁଦୃଢ଼ ହେବ । ଗାଁରେ ଆତ୍ମନିର୍ଭରଶୀଳତାର ଏହି ବିଶ୍ୱାସ ବାଲା ସାହେବ ବିକେ ପାଟିଲ ମହାଶୟ ମଧ୍ୟ ଜାଗ୍ରତ କରାଇବାକୁ ଚାହୁଁଥିଲେ । ସାରା ଜୀବନ ଜାଗ୍ରତ କରି ଚାଲିଥିଲେ । ମୋର ବିଶ୍ୱାସ ରହିଛି ଯେ, କେହି ମଧ୍ୟ ତାଙ୍କର ଏହି ଆତ୍ମକଥାକୁ ପଢ଼ିବେ, ତାଙ୍କ ମଧ୍ୟରେ ନୂତନ ଚେତନାର ସଂଚାର ହେବ । ଆଉ ଥରେ ପୁଣି ବାଲା ସାହେବ ବିକେ ପାଟିଲଙ୍କୁ ସମ୍ମାନପୂର୍ବକ ପ୍ରଣାମ କରି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି ।

କିନ୍ତୁ ମୋର କଥାକୁ ସମାପ୍ତ କରିବା ପୂର୍ବରୁ ମୁଁ ଗୋଟିଏ କଥା ନିଶ୍ଚିତ ଭାବେ ଆଗ୍ରହର ସହିତ କହିବାକୁ ଚାହିଁବି ଆଉ ମହାରାଷ୍ଟ୍ରର ଲୋକମାନଙ୍କୁ ବିଶେଷ ଭାବେ କହିବାକୁ ଚାହିଁବି । କରୋନାର ବିପଦ ଲାଗି ରହିଛି । ମହାରାଷ୍ଟ୍ରରେ ଏହି ଚିନ୍ତା ଆଉଟିକେ ଅଧିକ ରହିଛି ଆଉ ଏଥିପାଇଁ ମୋର ମହାରାଷ୍ଟ୍ରର ସମସ୍ତ ନାଗରିକ ଭାଇ ଭଉଣୀଙ୍କୁ ହାତଯୋଡ଼ି ନିବେଦନ କରୁଛି କି ମୁହଁରେ ମାସ୍କ, ବାରମ୍ବାର ହାତର ସଫାସୁତରା ଉପରେ ଧ୍ୟାନ ଦେବା, ଦୁଇ ଗଜର ଦୂରତା, ଏହିସବୁ ନିୟମରେ ଆଦୌ ଅବହେଳା କରିବା ନାହିଁ । ଆମକୁ ସଦା ସର୍ବଦା ମନେ ରଖିବାକୁ ହେବ, ଯେ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ ଢ଼ିଲା ଦେବା ନାହିଁ । ଆମେ ଏହି ଲଢ଼େଇକୁ ନିଶ୍ଚିତ ଭାବେ ଜିତିବା, ଜିତିବାକୁ ହେବ, ଜିତିବା ।

ଆଉ ଥରେ ପୁଣି ବାଲା ସାହେବଙ୍କ ସମଗ୍ର ପରିବାରକୁ ବହୁତ ଆଦରର ସହିତ, କାହିଁକି ନା ଚାରି ପିଢି ଧରି ସମାଜ ସେବାରେ ଲାଗି ରହିଲେ । ଏହା ଛୋଟିଆ କଥା ନୁହେଁ ଆଜ୍ଞା ଆଉ ଏହା ହେଉଛି ଖୁସିର କଥା ଯେ ପ୍ରତ୍ୟେକ ପିଢି ଆହୁରି କିଛି ଅଧିକ କରୁଛନ୍ତି, ଭଲ କରୁଛନ୍ତି ନହେଲେ ଆମେ ଜାଣୁ, କିଛି ପିଢି ଏପରି ଅଛନ୍ତି, ଗୋଟିଏ ପିଢି ପରେ ଅନ୍ୟ ପିଢି ସାମାନ୍ୟ କିଛି ଦୁର୍ବଳ ଦୃଷ୍ଟିଗୋଚର ହୁଅନ୍ତି, ତୃତୀୟ ପିଢି ଆହୁରି ଅଧିକ ଦୁର୍ବଳ ଜଣା ପଡ଼ନ୍ତି ଆଉ ଧୀରେ ଧୀରେ ପତନ ଦେଖା ଦେଇଥାଏ । ଯେତେବେଳେ କି ବାଲା ସାହେବଙ୍କର ସଂସ୍କାର ଏଭଳି ରହି ଆସିଛି କି ତାଙ୍କର ସମସ୍ତ ପିଢି ଉତ୍ତୋରତର ଅଧିକ ଶକ୍ତିଶାଳୀ, ସଂସ୍କାର ସହିତ ଜନସେବାରେ ଲାଗି ରହିଛନ୍ତି, ଏଭଳି ପରିବାରକୁ ମଧ୍ୟ ଆଜି ପ୍ରଣାମ କରିବାର ସୁଯୋଗ ଆସିଛି ।

ଆପଣ ସମସ୍ତଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ!

ଧନ୍ୟବାଦ!!

**********


(ରିଲିଜ ଆଡି: 1664151) ପରିଦର୍ଶକ କାଉଣ୍ଟର : 184