ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ସକ୍ରିୟ ସଂକ୍ରମିତ ମାମଲା ହ୍ରାସ ଧାରା ଅବ୍ୟାହତ

• ମୋଟ ପଜିଟିଭ୍ ମାମଲାର ମାତ୍ର 12.10% ସକ୍ରିୟ ମାମଲା
• କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ସକ୍ରିୟ ମାମଲା 9 ଲକ୍ଷରୁ ତଳେ

Posted On: 12 OCT 2020 11:10AM by PIB Bhubaneshwar

ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟାରେ ନିମ୍ନମୁଖୀ ଧାରା ଜାରି ରହିଛି । ସକ୍ରିୟ ମାମଲା 9 ଲକ୍ଷରୁ ତଳକୁ ଖସିବା ପରେ କ୍ରମାଗତ ଚତୁର୍ଥ ଦିନ ପାଇଁ ଏହା ଅବ୍ୟାହତ ରହିଛି।

ଏବେ ଦେଶର ମୋଟ ପଜିଟିଭ୍ ମାମଲାର 12.10% ସକ୍ରିୟ ମାମଲା ରହିଛି, ଯାହାକି 8,61,853 ।

ଭାରତରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ପାଖାପାଖି 61.5 ଲକ୍ଷ (61,49,535) ରହିଛି । ପଜିଟିଭ୍ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 52,87,682 ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 71,559 ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି 66,732 । ଜାତୀୟ ଆରୋଗ୍ୟ ହାର 86.36%କୁ ବୃଦ୍ଧି ପାଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 77% ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଦିନକରେ 10 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 66,732ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ତନ୍ମଧ୍ୟରୁ 81% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରେ ଏବେ ମଧ୍ୟ ଦିନକରେ ଅଧିକ ପଜିଟିଭ୍ ଅର୍ଥାତ 10 ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକ ଓ କେରଳରୁ 9 ହଜାର ଲେଖାଏଁ ମାମଲା ଚିହ୍ନଟ କରାଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ 816 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 85% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

37%ରୁ ଅଧିକ (309 ମୃତ୍ୟୁ) ମୃତ୍ୟୁ ମାମଲା କେବଳ ମହାରାଷ୍ଟ୍ରରୁ ଆସିଛି ।

 

***********



(Release ID: 1663822) Visitor Counter : 241