ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ମୋଟ 32 କୋଟି କାର୍ଯ୍ୟଦିବସ ରୋଜଗାର ପ୍ରଦାନ

• ବର୍ତ୍ତମାନସୁଦ୍ଧା 31,500 କୋଟିରୁ ଅଧିକ ଖର୍ଚ୍ଚ
• ବ୍ୟାପକ ସଂଖ୍ୟାରେ ଭିତ୍ତିଭୂମି ନିର୍ମାଣ
• 2123 ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ
• 21,595 ବର୍ଜ୍ୟ ପରିଚାଳନା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ
• 62,824 ପ୍ରାର୍ଥୀଙ୍କୁ ଦକ୍ଷତା ତାଲିମ

प्रविष्टि तिथि: 12 OCT 2020 4:44PM by PIB Bhubaneshwar

କୋଭିଡ-19 ମହାମାରୀ ବ୍ୟାପିବା କାରଣରୁ ରୋଜଗାର ହରାଇ ନିଜ ଗ୍ରାମକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳରେ ପ୍ରଭାବିତ ନାଗରିକମାନଙ୍କୁ ରୋଜଗାର ଜୀବିକା ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ (ଜିକେଆରଏ) ଆରମ୍ଭ କରାଯାଇଥିଲା ଏହି ଅଭିଯାନ ଅନ୍ତର୍ଗତ 6ଟି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଉଦ୍ଦେଶ୍ୟରେ ମିଶନ ମୋଡରେ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏହି ଅଭିଯାନ ଏସବୁ ରାଜ୍ୟର 116ଟି ଜିଲ୍ଲାରେ ଗ୍ରାମବାସୀଙ୍କୁ ଜୀବିକା ସୁଯୋଗ ଦିଆଯାଇ ସେମାନଙ୍କ ସଶକ୍ତିକରଣରେ ସହାୟକ ହୋଇଛି

ଅଭିଯାନ ଆରମ୍ଭ ହେବାର 15ତମ ସପ୍ତାହ ସୁଦ୍ଧା ପାଖାପାଖି 32 କୋଟି ମାନବ ଦିବସ ରୋଜଗାର ଯୋଗାଇ ଦିଆଯାଇଥିବା ବେଳେ 31,577 କୋଟି ଟଙ୍କା ଖର୍ଚ୍ଚ କରାଯାଇସାରିଲାଣି ବହୁସଂଖ୍ୟାରେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରାଯାଇଛି ଯାହା ମଧ୍ୟରେ ରହିଛି 1,32,146 ଜଳ ସଂରକ୍ଷଣ ପ୍ରକଳ୍ପ 4,12,214 ଗ୍ରାମୀଣ ଆବାସ, 35,529 ଗୋଶାଳା, 25,689 ଚାଷ ପୁଷ୍କରିଣୀ ଏବଂ 16,253 ଗୋଷ୍ଠୀ ଶୌଚାଳୟ ପରିସର ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ 7,340 କାର୍ଯ୍ୟ ଗ୍ରହଣ କରାଯାଇଥିବା ବେଳେ 2,123ଟି ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଦିଆଯାଇଛି ସେହିପରି 21,595ଟି କଠିନ ତରଳ ବର୍ଜ୍ୟ ପରିଚାଳନା ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଅଭିଯାନ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ 62,824 ପ୍ରାର୍ଥୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଯୋଗାଇ ଦିଆଯାଇଛି

କେନ୍ଦ୍ର ସରକାରଙ୍କ 12ଟି ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା କାରଣରୁ ଏହି ଅଭିଯାନ ବର୍ତ୍ତମାନ ସୁଦ୍ଧା ବ୍ୟାପକ ସଫଳତା ହାସଲ କରିଛି, ଯାହାକି ପ୍ରବାସୀ ଶ୍ରମିକ ଏବଂ ଗ୍ରାମୀଣ ସମୁଦାୟଙ୍କୁ ବିଶେଷ ଲାଭ ପହଞ୍ଚାଇ ପାରିଛି ଯେଉଁମାନେ ନିଜ ଅଞ୍ଚଳରେ ରହିବାକୁ ଚାହାନ୍ତି ସେମାନଙ୍କୁ ଏହି ଅଭିଯାନ ଅଧୀନରେ ସ୍ଥାୟୀ ରୋଜଗାର ଜୀବିକା ଯୋଗାଇ ଦେବା ନିମନ୍ତେ ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଇଛି

 

************

 


(रिलीज़ आईडी: 1663802) आगंतुक पटल : 198
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Tamil , Telugu , Malayalam