ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶୱାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
08 OCT 2020 9:59PM by PIB Bhubaneshwar
କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶୱାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ କ୍ରମାଗତ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ “ମୁଁ ଏହି ଦୁଃସମ୍ବାଦ ପାଇ ଏତେ ମର୍ମାହତ ଯେ ତାହା ଶବ୍ଦରେ ପ୍ରକଟ କରିହେବନାହିଁ । ଶ୍ରୀ ପାଶୱାନଙ୍କ ମୃତ୍ୟୁ ଦେଶରେ ଏପରି ଏକ ଶୂନ୍ୟତା ସୃଷ୍ଟି କରିଛି ତାହା ସମ୍ଭବତଃ କଦାପି ପୂରଣ ହୋଇପାରିବ ନାହିଁ । ଶ୍ରୀ ରାମ ବିଳାସ ପାଶୱାନଜୀଙ୍କ ବିୟୋଗ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି । ମୁଁ ଜଣେ ବନ୍ଧୁଙ୍କୁ ହରାଇଛି, ଜଣେ ସହକର୍ମୀଙ୍କୁ ହରାଇଛି । ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏ ପ୍ରତ୍ୟେକ ଗରିବ ବ୍ୟକ୍ତି ଯେଭଳି ଆତ୍ମସମ୍ମାନର ସହ ଜୀବନ ବଞ୍ଚିପାରିବ ସେଥିପାଇଁ ଅତି ମାତ୍ରାରେ ସଚେତନ ଥିଲେ ।
ଶ୍ରୀ ରାମ ବିଳାସ ପାଶୱାନଜୀ କଠିନ ଶ୍ରମ ଓ ଦୃଢ଼ ମନୋବଳର ସହ ରାଜନୀତିରେ ଉପରକୁ ଉଠିପାରିଥିଲେ । ଜଣେ ଯୁବ ନେତା ଭାବେ ସେ ଏକଛତ୍ରବାଦକୁ ଦୃଢ଼ ସ୍ୱରରେ ପ୍ରତିବାଦ କରିଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତି ବେଳେ ଯେତେବେଳେ ଆମର ଗଣତନ୍ତ୍ର ଉପରେ କୁଠାରାଘାତ କରାଯାଇଥିଲା ସେ ତାହାର ତୀବ୍ର ପ୍ରତିବାଦ କରିଥିଲେ । ଶ୍ରୀ ପାଶୱାନଜୀ ଜଣେ ପ୍ରବୀଣ ପାର୍ଲାମେଣ୍ଟାରିଆନ୍ ତଥା ମନ୍ତ୍ରୀ ଥିଲେ ଏବଂ ଅନେକ ନୀତିଗତ କ୍ଷେତ୍ରରେ ତାଙ୍କର ସ୍ଥାୟୀ ପଦଚିହ୍ନ ସେ ଛାଡ଼ି ଯାଇଛନ୍ତି ।
କାନ୍ଧକୁ କାନ୍ଧ ମିଶାଇ ପାଶୱାନଜୀଙ୍କ ସହ ଏକାଠି କାର୍ଯ୍ୟ କରିବା ଏକ ଅନନ୍ୟ ଅନୁଭବ । କ୍ୟାବିନେଟ ବୈଠକ ବେଳେ ସେ ଯେଉଁଭଳି ରାଜନୈତିକ ବୁଦ୍ଧିମତ୍ତା, ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗରେ ନିଜର ବଳିଷ୍ଠ ନେତୃତ୍ୱ ପ୍ରଦର୍ଶନ କରି ହସ୍ତକ୍ଷେପ କରୁଥିଲେ ତାହା ବାସ୍ତବିକ୍ ଚମତ୍କାର । ତାଙ୍କ ବିୟୋଗରେ ମୁଁ ଶ୍ରୀ ପାଶୱାନଜୀଙ୍କ ପରିବାର ତଥା ସମର୍ଥକମାନଙ୍କୁ ମୋର ଶୋକବାର୍ତ୍ତା ଜଣାଉଛି । ଓଁ ଶାନ୍ତି ।”
**********
(Release ID: 1663267)
Visitor Counter : 140
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam