ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜନ ଆନ୍ଦୋଳନର ଶୁଭାରମ୍ଭ କରି କରୋନା ବିରୋଧୀ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 OCT 2020 9:28AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏକ ଜନ ଆନ୍ଦୋଳନର ଶୁଭାରମ୍ଭ କରିବା ସହ କରୋନା ବିରୋଧୀ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ମାଧ୍ୟମରେ କରୋନା ବିରୋଧୀ ଲଢେଇରେ ସମସ୍ତେ ଏକଜୁଟ ହେବାକୁ ନିବେଦନ କରିଛନ୍ତି ‘ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରଖିବା ଓ ଦୁଇ ଗଜ ଦୂରତା ଅବଲମ୍ବନର ଅଭ୍ୟାସ କରିବା’ ମୁଖ୍ୟ ସନ୍ଦେଶକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ସମସ୍ତେ ମିଶି ସଫଳ ହେବା ଓ କୋଭିଡ-19 ବିରୋଧୀ ଲଢେଇରେ ଜିତିବା

ଲୋକଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି ଏହି ଅଭିଯାନ ଅନୁଯାୟୀ ସଭିଏଁ କୋଭିଡ-19 ଉପଯୁକ୍ତ ଆଚରଣ ଅବଲମ୍ବନ କରିବା ପାଇଁ ଶପଥ ନେବେ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ /ବିଭାଗ, ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଂଚଳ ନିମ୍ନଲିଖିତ ବିଷୟ ସମ୍ବଳିତ ସମ୍ମିଳିତ କାର୍ଯ୍ୟ ଯୋଜନା ଲାଗୁ କରିବେ:

•       ଅଧିକ ପଜିଟିଭ ମାମଲା ଥିବା ଜିଲ୍ଲାଗୁଡିକରେ ଅଧିକ ପ୍ରଚାର ଅଭିଯାନ କରାଯିବ 

•       ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଁଚିବାକୁ ସରଳ ଓ ସହଜରେ ବୁଝି ହେଉଥିବା ବାର୍ତ୍ତା     ପ୍ରସାର 

•       ସମସ୍ତ ମିଡିଆ ମଂଚର ଉପଯୋଗ କରି ସାରା ଦେଶରେ ଏହି ଅଭିଯାନର ପ୍ରସାର

•       ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯିବ, ଆଗଧାଡିର କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯିବ ଓ ସରକାରୀ ଯୋଜନାର ହିତାଧିକାରୀ ଏହି ପ୍ରଚାରର ଅନ୍ୟତମ        ଲକ୍ଷ୍ୟ ହେବେ 

•       ସରକାରୀ ପରିସରରେ ହୋର୍ଡିଂ/ୱାଲ ପେଣ୍ଟିଂ ଓ ଇଲେକ୍ଟ୍ରୋନିକ ଡିସପ୍ଲେ ବୋର୍ଡ    ଲଗାଇବା

•       ଘରେ ଘରେ ବାର୍ତ୍ତା ପହଁଚାଇବା ପାଇଁ ସ୍ଥାନୀୟ ଓ ଜାତୀୟ ସ୍ତରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସାମିଲ କରିବା

•       ନିୟମିତ ଭାବେ ସଚେତନତା ସୃଷ୍ଟି କରିବା ପାଇଁ ମୋବାଇଲ ଭ୍ୟାନ ବ୍ୟବହାର କରିବା

•       ସଚେତନତା ସୃଷ୍ଟି ପାଇଁ ଅଡିଓ ବାର୍ତ୍ତା, ପାମ୍ଫଲେଟ ଓ ପୁସ୍ତିକା ବ୍ୟବହାର 

•       କୋଭିଡ ବାର୍ତ୍ତା ପ୍ରସାରଣ ପାଇଁ ସ୍ଥାନୀୟ କେବଲ ଅପରେଟରମାନଙ୍କ ସହାୟତା ନେବା

•       ଏହି ଅଭିଯାନର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ମଂଚରେ ସମନ୍ୱିତ ମିଡିଆ ଅଭିଯାନ      ଚଳାଇବା

 

**********


(रिलीज़ आईडी: 1662837) आगंतुक पटल : 274
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam