ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆଫଗାନିସ୍ତାନର ଜାତୀୟ ପୁନର୍ଗଠନ ଉଚ୍ଚ ପରିଷଦ ଅଧ୍ୟକ୍ଷ ଡଃ ଅବଦୁଲ୍ଲା ଅବଦୁଲ୍ଲା

Posted On: 08 OCT 2020 1:08PM by PIB Bhubaneshwar

ଆଜି (ଅକ୍ଟୋବର 8, 2020) ଆଫଗାନିସ୍ତାନର ରାଷ୍ଟ୍ରୀୟ ପୁନର୍ଗଠନ ଉଚ୍ଚ ପରିଷଦର ଅଧ୍ୟକ୍ଷ ଡଃ ଅବଦୁଲ୍ଲା ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ସରକାରଙ୍କ ପ୍ରଥମ ପଡ଼ୋଶୀ ନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ଭାରତର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି ଦୁଇ ନେତା ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସ୍ୱାର୍ଥ ଉପରେ ଆଲୋଚନା କରିଥିଲେ ଡଃ ଅବଦୁଲ୍ଲା ଅବଦୁଲ୍ଲା ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ଏବଂ ଦୋହାରେ ଚାଲିଥିବା ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ

ଦ୍ୱିପାକ୍ଷିକ ପ୍ରସଙ୍ଗ ସହିତ ଆଫଗାନିସ୍ତାନ ସହ ଭାରତର ବିକାଶ ସହଯୋଗ ଉପରେ ଆଲୋଚନା ହୋଇଥିଲା

ଆଫଗାନିସ୍ତାନରେ 3 ବିଲିୟନ ଆମେରିକୀୟ ଡଲାରର ନିବେଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଡଃ ଅବଦୁଲ୍ଲା ଅବଦୁଲ୍ଲା ପ୍ରଶଂସା କରିଥିଲେ ଏଥିଯୋଗୁଁ  ଆଫଗାନିସ୍ତାନର 34ଟି ପ୍ରଦେଶ ଉପକୃତ ହେଉଛି

ଆଫଗାନିସ୍ତାନରେ ନିରନ୍ତର ଶାନ୍ତି ଏବଂ ସମୃଦ୍ଧତା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ଆଫଗାନିସ୍ତାନରେ ବ୍ୟାପକ ତଥା ସ୍ଥାୟୀ ଅସ୍ତ୍ରବିରତି ଉଲ୍ଲଂଘନ ଉଦ୍ୟମକୁ ସ୍ୱାଗତ କରିଥିଲେ

ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଅକ୍ଟୋବର 7ରେ ଡଃ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଡାକି ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ଏବଂ ଏହାର ସଂଶ୍ଳିଷ୍ଟ ବିଷୟ ସହିତ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ହିଂସା, ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ଉପରେ ଆଲୋଚନା କରିଥିଲେ

ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 9, 2020ରେ ଡଃ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର ସାକ୍ଷାତ କରିବେ

**********



(Release ID: 1662832) Visitor Counter : 206