ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

85 ପ୍ରତିଶତରୁ ଅଧିକ ସୁସ୍ଥ ହାର ସହ ଭାରତର ଆଉଏକ କୀର୍ତ୍ତିମାନ

• ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ 48 ଲକ୍ଷରୁ ଅଧିକ
• 18 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକ

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2020 11:13AM by PIB Bhubaneswar

ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର ବୁଧବାର 85 ପ୍ରତିଶତ ଅତିକ୍ରମ କରିଛି ।

ଗତ 24 ଘଣ୍ଟା ମଧ୍ୟରେ ନୂତନ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 82,203 ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଥିବା ବେଳେ ନୂତନ ସଂକ୍ରମିତଙ୍କ ସଂଖ୍ୟା 72,049 ରହିଛି । ଏହା ସହିତ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 57,44,693 ଛୁଇଁଛି । ଅଧିକ ତଥା ନିରନ୍ତର ସୁସ୍ଥ ହାର ବଢୁଥିବାରୁ ବିଶ୍ୱରେ ଭାରତର ସ୍ଥିତି ସୁଦୃଢ ହୋଇଛି ।

WhatsApp Image 2020-10-07 at 10.37.25 AM.jpeg

ସୁସ୍ଥଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାରୁ ସକ୍ରିୟ ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି । ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (9,07,883) ତୁଳନାରେ 48 ଲକ୍ଷ (48,36, 810) ଅଧିକ ରହିଛି । ସୁସ୍ଥ ହାର କ୍ରମାଗତ ଭାବେ ବଢୁଥିବାରୁ ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର 6.32 ଗୁଣ ଅଧିକ ରହିଛି ।

ଦେଶର ସମୁଦାୟ ପଜିଟିଭଙ୍କ ମଧ୍ୟରୁ ସକ୍ରିୟ ମାମଲା 13.44 ପ୍ରତିଶତ ହ୍ରାସ ପାଇଛି ଓ ଲଗାତର ହ୍ରାସ ପାଉଛି ।

ଜାତୀୟ ହାର ତୁଳନାରେ 18 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଅଧିକ ରହିଛି ।

WhatsApp Image 2020-10-07 at 10.37.24 AM.jpeg

ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଉତ୍ତର ପ୍ରଦେଶ, ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି 10ଟି ରାଜ୍ୟରୁ 75 ପ୍ରତିଶତ ନୂତନ ସୁସ୍ଥ ମାମଲା ରିପୋର୍ଟ ହୋଇଛି ।

ମହାରାଷ୍ଟ୍ର ଏହି ତାଲିକାରେ ପ୍ରାୟ 17 ହଜାର ସୁସ୍ଥଙ୍କ ସହ ଶୀର୍ଷରେ ଥିବା ବେଳେ ଦିନକରେ କର୍ଣ୍ଣାଟକରେ 10 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-07 at 10.37.23 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 72,049 ନୂଆ ମାମଲା ଚିହ୍ନଟ ହୋଇଛି ।

10ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ 78 ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଏହି ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ 12 ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଛକୁ ରହିଛି କର୍ଣ୍ଣାଟକ । କର୍ଣ୍ଣାଟକରେ ପ୍ରାୟ 10 ହଜାର ମାମଲା ଚିହ୍ନଟ ହୋଇଛି ।

WhatsApp Image 2020-10-07 at 10.37.21 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 986 ମୃତ୍ୟୁ ରିପୋର୍ଟ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ ମୃତ୍ୟୁର 83 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି ।

ନୂଆ ମୃତ୍ୟୁ ତାଲିକାରେ ମହାରାଷ୍ଟ୍ରରେ 3.7 ପ୍ରତିଶତ ଅଧିକ ମୃତ୍ୟୁ (370) ହୋଇଥିବା ବେଳେ କର୍ଣ୍ଣାଟକରେ 91 ମୃତ୍ୟୁ ହୋଇଛି ।

WhatsApp Image 2020-10-07 at 10.37.22 AM.jpeg

ଅକ୍ଟୋବରରୁ ନଭେମ୍ବର ମାସ ଯାଏଁ ପର୍ବପର୍ବାଣୀର ସମୟ ହୋଇଥିବାରୁ ଲୋକେ ବହୁ ସଂଖ୍ୟାରେ ପୂଜା, ମେଳା, ଶୋଭାଯାତ୍ରା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଯୋଗ ଦେବାର ସମ୍ଭାବନା ରହିଛି । ଏସବୁ ଉତ୍ସବ ଦିନେ, ସପ୍ତାହେ କିମ୍ବା ଅଧିକ ଦିନ ଚାଲିପାରେ । କୋଭିଡ-19 ସଂକ୍ରମଣ ଏଡାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପର୍ବପର୍ବାଣୀ ବେଳେ ସତର୍କତା ପଦକ୍ଷେପ ସ୍ୱରୂପ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । ଏହା https://www.mohfw.gov.in/pdf/StandardOperatingProceduresonpreventivemeasurestocontainspreadofCOVID19duringfestivities.pdfରୁ ଦେଖିପାରିବେ ।

 

**********


(ରିଲିଜ ଆଡି: 1662474) ପରିଦର୍ଶକ କାଉଣ୍ଟର : 280