ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

85 ପ୍ରତିଶତରୁ ଅଧିକ ସୁସ୍ଥ ହାର ସହ ଭାରତର ଆଉଏକ କୀର୍ତ୍ତିମାନ

• ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ 48 ଲକ୍ଷରୁ ଅଧିକ
• 18 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକ

Posted On: 07 OCT 2020 11:13AM by PIB Bhubaneshwar

ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର ବୁଧବାର 85 ପ୍ରତିଶତ ଅତିକ୍ରମ କରିଛି

ଗତ 24 ଘଣ୍ଟା ମଧ୍ୟରେ ନୂତନ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 82,203 ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଥିବା ବେଳେ ନୂତନ ସଂକ୍ରମିତଙ୍କ ସଂଖ୍ୟା 72,049 ରହିଛି ଏହା ସହିତ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 57,44,693 ଛୁଇଁଛି ଅଧିକ ତଥା ନିରନ୍ତର ସୁସ୍ଥ ହାର ବଢୁଥିବାରୁ ବିଶ୍ୱରେ ଭାରତର ସ୍ଥିତି ସୁଦୃଢ ହୋଇଛି

WhatsApp Image 2020-10-07 at 10.37.25 AM.jpeg

ସୁସ୍ଥଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାରୁ ସକ୍ରିୟ ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (9,07,883) ତୁଳନାରେ 48 ଲକ୍ଷ (48,36, 810) ଅଧିକ ରହିଛି ସୁସ୍ଥ ହାର କ୍ରମାଗତ ଭାବେ ବଢୁଥିବାରୁ ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର 6.32 ଗୁଣ ଅଧିକ ରହିଛି

ଦେଶର ସମୁଦାୟ ପଜିଟିଭଙ୍କ ମଧ୍ୟରୁ ସକ୍ରିୟ ମାମଲା 13.44 ପ୍ରତିଶତ ହ୍ରାସ ପାଇଛି ଓ ଲଗାତର ହ୍ରାସ ପାଉଛି

ଜାତୀୟ ହାର ତୁଳନାରେ 18 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଅଧିକ ରହିଛି

WhatsApp Image 2020-10-07 at 10.37.24 AM.jpeg

ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଉତ୍ତର ପ୍ରଦେଶ, ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି 10ଟି ରାଜ୍ୟରୁ 75 ପ୍ରତିଶତ ନୂତନ ସୁସ୍ଥ ମାମଲା ରିପୋର୍ଟ ହୋଇଛି

ମହାରାଷ୍ଟ୍ର ଏହି ତାଲିକାରେ ପ୍ରାୟ 17 ହଜାର ସୁସ୍ଥଙ୍କ ସହ ଶୀର୍ଷରେ ଥିବା ବେଳେ ଦିନକରେ କର୍ଣ୍ଣାଟକରେ 10 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି

WhatsApp Image 2020-10-07 at 10.37.23 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 72,049 ନୂଆ ମାମଲା ଚିହ୍ନଟ ହୋଇଛି

10ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ 78 ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି

ଏହି ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି ମହାରାଷ୍ଟ୍ରରେ 12 ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଛକୁ ରହିଛି କର୍ଣ୍ଣାଟକ କର୍ଣ୍ଣାଟକରେ ପ୍ରାୟ 10 ହଜାର ମାମଲା ଚିହ୍ନଟ ହୋଇଛି

WhatsApp Image 2020-10-07 at 10.37.21 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 986 ମୃତ୍ୟୁ ରିପୋର୍ଟ ହୋଇଛି

ଗତ 24 ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ ମୃତ୍ୟୁର 83 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି

ନୂଆ ମୃତ୍ୟୁ ତାଲିକାରେ ମହାରାଷ୍ଟ୍ରରେ 3.7 ପ୍ରତିଶତ ଅଧିକ ମୃତ୍ୟୁ (370) ହୋଇଥିବା ବେଳେ କର୍ଣ୍ଣାଟକରେ 91 ମୃତ୍ୟୁ ହୋଇଛି

WhatsApp Image 2020-10-07 at 10.37.22 AM.jpeg

ଅକ୍ଟୋବରରୁ ନଭେମ୍ବର ମାସ ଯାଏଁ ପର୍ବପର୍ବାଣୀର ସମୟ ହୋଇଥିବାରୁ ଲୋକେ ବହୁ ସଂଖ୍ୟାରେ ପୂଜା, ମେଳା, ଶୋଭାଯାତ୍ରା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଯୋଗ ଦେବାର ସମ୍ଭାବନା ରହିଛି ଏସବୁ ଉତ୍ସବ ଦିନେ, ସପ୍ତାହେ କିମ୍ବା ଅଧିକ ଦିନ ଚାଲିପାରେ କୋଭିଡ-19 ସଂକ୍ରମଣ ଏଡାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପର୍ବପର୍ବାଣୀ ବେଳେ ସତର୍କତା ପଦକ୍ଷେପ ସ୍ୱରୂପ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି ଏହା https://www.mohfw.gov.in/pdf/StandardOperatingProceduresonpreventivemeasurestocontainspreadofCOVID19duringfestivities.pdfରୁ ଦେଖିପାରିବେ

 

**********



(Release ID: 1662474) Visitor Counter : 186