ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ମିଷ୍ଟର ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 07 OCT 2020 2:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ତାଙ୍କ ଜନ୍ମଦିନ ଅବସରରେ ରୁଷ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି

ମହାମହିମ ପୁଟିନଙ୍କ ସହ ତାଙ୍କ ଦୀର୍ଘ ଦିନର ସମ୍ପର୍କ ଏବଂ ବନ୍ଧୁତାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୈତିକ ଭାଗିଦାରୀ ପ୍ରତିପୋଷଣ କରିବାରେ ବ୍ୟକ୍ତିଗତ ଭୂମିକାକୁ ପ୍ରଶଂସା କରିଥିଲେ

କୋଭିଡ-19 ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନ ସମ୍ପର୍କରେ ଉଭୟ ନେତା ଆଗାମୀ ଦିନରେ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ଜନସ୍ୱାସ୍ଥ୍ୟ ସ୍ୱାଭାବିକ ହେବା ପରେ ଯଥାଶୀଘ୍ର ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି

 

**********

 


(रिलीज़ आईडी: 1662468) आगंतुक पटल : 248
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam