ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସକ୍ରିୟ ମାମଲାଗୁଡିକୁ ହ୍ରାସ କରିବା ପଥରେ ଭାରତ

● ମୋଟ କରୋନା ପଜିଟିଭ୍ ମାମଲାର କେବଳ 13.75% ସକ୍ରିୟ ମାମଲା
● 74% ନୂତନ ସୁସ୍ଥ 10 ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ
● 25ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ ମାମଲାଠାରୁ ଅଧିକ

Posted On: 06 OCT 2020 11:37AM by PIB Bhubaneshwar

ଭାରତରେ ମୋଟ ପଜିଟିଭ୍ ମାମଲା ତୁଳନାରେ ସକ୍ରିୟ ମାମଲା କ୍ରମେ ହ୍ରାସ ପାଇବାରେ ଲାଗିଛି

ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର 13.75% ସକ୍ରିୟ ମାମଲା ରହିଛି, ଯେଉଁ ସଂଖ୍ୟା 9,19,023

ସୁସ୍ଥ ହାର କ୍ରମେ ବୃଦ୍ଧି ପାଉଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ରହିଛି 56,62,490 ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ 47 ଲକ୍ଷକୁ ଟପି ଯାଇଛି (47,43,467) ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ବଢ଼ି ଚାଲିଛି

ସୁସ୍ଥଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥତା କ୍ଷେତ୍ରରେ ଜାତୀୟ ହାର 84.70%କୁ ବୃଦ୍ଧି ପାଇଛି ଗତ 24 ଘଣ୍ଟା ମଧ୍ୟରେ 75,787 ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ପଜିଟିଭ୍ ଭାବେ 61,267ଟି ମାମଲା ଆସିଛି

25ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସୁସ୍ଥଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାକୁ ଟପି ଯାଇଛି

ନୂତନ ସୁସ୍ଥଙ୍କ ମଧ୍ୟରେ 74% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ; ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଉତ୍ତର ପ୍ରଦେଶ, ଓଡ଼ିଶା, ଦିଲ୍ଲୀ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଆସିଛି

କେବଳ ମହାରାଷ୍ଟ୍ରରୁ ଦିନକରେ ସର୍ବାଧିକ ପ୍ରାୟ 13 ହଜାର ସୁସ୍ଥ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 61,267ଟି ନୂଆ ପଜିଟିଭ୍ ମାମଲା ଆସିଛି

ନୂଆ ମାମଲାରୁ 75% 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି କ୍ରମାଗତ ଭାବେ ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ନୂତନ ମାମଲା ଅର୍ଥାତ 10 ହଜାରରୁ ଅଧିକ ଏବଂ କର୍ଣ୍ଣାଟକରୁ 7 ହଜାରରୁ ଅଧିକ ଆସିଛି

ଗତ 24 ଘଣ୍ଟା ମଧ୍ୟରେ 884 ଜଣଙ୍କ ମୃତ୍ୟୁ ହୋଇଛି

ଏହା ମଧ୍ୟରୁ ପ୍ରାୟ 80% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ; ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଛତିଶଗଡ଼, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ହୋଇଛି

ଏହି ମୃତ୍ୟୁରୁ 29%ରୁ ଅଧିକ (263) କେବଳ ମହାରାଷ୍ଟ୍ରରେ ହୋଇଛି

 

**********

 

 

 



(Release ID: 1662102) Visitor Counter : 222