ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 5 ସନ୍ଧ୍ୟା 7ଟାରେ ସାମାଜିକ ସଶକ୍ତିକରଣ ପାଇଁ କୁତ୍ରିମ ବୁଦ୍ଧିମତାର ଆବଶ୍ୟକତା ଶୀର୍ଷକ ସମ୍ମିଳନୀକୁ କରିବେ ଉଦଘାଟନ

● ଅକ୍ଟୋବର 5 ରୁ 7 ମଧ୍ୟରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ
● ଶିଖର ସମ୍ମିଳନୀରେ ଯୋଗ ଦେବେ ବିଶ୍ଵବ୍ୟାପୀ କୁତ୍ରିମ ବୁଦ୍ଧିମତା ଶିଳ୍ପର ପ୍ରତିନିଧିଗଣ

Posted On: 03 OCT 2020 5:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ସଶକ୍ତିକରଣ ପାଇଁ କୁତ୍ରିମ ବୁଦ୍ଧିମତା (ରେଜ 2020) ଭର୍ଚୁଆଲ ସମ୍ମିଳନୀକୁ ଆସନ୍ତା 5 ତାରିଖ ସନ୍ଧ୍ୟା 7ଟାରେ ଉଦଘାଟନ କରିବେ ଆସନ୍ତା 5 ରୁ 9 ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୃହତ ଭର୍ଚୁଆଲ ଶିଖର ସମ୍ମିଳନୀ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଛି ସ୍ୱାସ୍ଥ୍ୟ ସେବା, କୃଷି, ଶିକ୍ଷା ଓ ସୂଚନା ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତାର ଆବଶ୍ୟକତା ଓ ସାମାଜିକ ପରିବର୍ତ୍ତନ ନେଇ ଏହି ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ଵର ପ୍ରତିନିଧିଗଣ ସେମାନଙ୍କ ମତ ବିନିମୟ କରିବେ ଏହି ଶିଖର ବୈଠକରେ ବୈଶ୍ଵିକ ମହାମାରୀ ମୁକାବିଲାରେ କୁତ୍ରିମ ମେଧାର ଆବଶ୍ୟକତା, ପ୍ରୟୋଗ ଅନ୍ୟାନ୍ୟ ବିଷୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମାନ ହେବ

ରେଜ-2020 ଶିଖର ସମ୍ମିଳନୀରେ କୁତ୍ରିମ ବୁଦ୍ଧିମତା ପାଇଁ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପମାନଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ଅକ୍ଟୋବର 6 ତାରିଖ ଦିନ ହେବାକୁ ଥିବା କୁତ୍ରିମ ବୁଦ୍ଧିମତା ଷ୍ଟାର୍ଟଅପ ଆଲୋଚନାରେ ବଛା ବଛା ଷ୍ଟାର୍ଟଅପ କମ୍ପାନୀଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ବିଶ୍ଵର ତୃତୀୟ ବୃହତ ଷ୍ଟାର୍ଟଅପ ଇକୋସିଷ୍ଟମ ଭାବେ ପରିଚିତ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟି ଅନ୍ୟାନ୍ୟ ତତସମ୍ପର୍କୀୟ ଅନୁଷ୍ଠାନମାନ ଏଥିରେ ଯୋଗଦେବେ କୁତ୍ରିମ ବୁଦ୍ଧିମତା ଯୋଗୁଁ ଭାରତର ଅର୍ଥନୀତି 2035 ସୁଦ୍ଧା 975 ବିଲିୟନ ଡଲାରରେ ପହଞ୍ଚିବ ବୋଲି ଏହାର ବିଶେଷଜ୍ଞମାନେ ଆକଳନ କରିଛନ୍ତି

ସବ କା ସାଥ ସବ କା ବିକାଶ ଆହ୍ଵାନ ସତ୍ଵେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ସାମଗ୍ରିକ ଅଭିବୃଦ୍ଧି ପାଇଁ ସମସ୍ତଙ୍କ ନିମନ୍ତେ କୁତ୍ରିମ ବୁଦ୍ଧିମତା ଯୋଜନାର ପରିକଳ୍ପନା କରିଛନ୍ତି ଏହାଫଳରେ ଭାରତ ଆନ୍ତର୍ଜାତିକ କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତାର ନେତୃତ୍ଵ ନେବା ସହ ସାମାଜିକ ସଶକ୍ତିକରଣ ଦିଗରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ       

ରେଜ-2020 (http://raise2020.indiaai.gov.in/) ଯୋଗୁଁ ଚିନ୍ତାଧାରାର ବିନିମୟ ସହ କୁତ୍ରିମ ବୁଦ୍ଧିମତା ସମ୍ପର୍କରେ ଗଣ ସଚେତନତା ମଧ୍ୟ ସୃଷ୍ଟି କରାଯାଇପାରିବ

ରେଜ-2020 ବିଷୟରେ

ରେଜ-2020 ମାଧ୍ୟମରେ ଦେଶର ସାମାଜିକ ପରିବର୍ତ୍ତନ ଲାଗି ପ୍ରଥମଥର ପାଇଁ କୁତ୍ରିମ ବୁଦ୍ଧିମତାର ବିଶ୍ଵସ୍ତରୀୟ ବୈଠକ ଆୟୋଜନ ହୋଇଛି ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ହେଉଥିବା ଏହି ବୈଠକରେ ବିଶ୍ୱବ୍ୟାପୀ କୁତ୍ରିମ ବୁଦ୍ଧିମତା ଶିଳ୍ପର ପ୍ରତିନିଧି ବିଦ୍ଵାନମାନେ ଯୋଗଦେଇ ମତ ବିନିମୟ କରିବେ

ୱେବସାଇଟ: http://raise2020.indiaai.gov.in/

 

**********


(Release ID: 1661431)