ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ସର୍ବାଧିକ ଆରୋଗ୍ୟ ହାର ସହ ବିଶ୍ୱ ତାଲିକା ଶୀର୍ଷରେ ଭାରତ
• କମ ମୃତ୍ୟୁହାର ଥିବା ରାଷ୍ଟ୍ର ମଧ୍ୟରୁ ଅନ୍ୟତମ
ପୋଷ୍ଟ କରାଯିବା ଦିନାଙ୍କ:
03 OCT 2020 11:33AM by PIB Bhubaneshwar
ସର୍ବାଧିକ ଆରୋଗ୍ୟଙ୍କ ସଂଖ୍ୟା ସହିତ ଭାରତ ଲଗାତାର ବିଶ୍ୱ ତାଲିକାର ସର୍ବୋଚ୍ଚ ସ୍ଥାନରେ ବଜାୟ ରଖିଛି ଭାରତ। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା 54 ଲକ୍ଷ (54,27,706) ପାର କରି ଯାଇଛି। ବିଶ୍ୱ ସ୍ତରରେ ଆରୋଗ୍ୟ ମାମଲାରେ ଭାରତର ଯୋଗଦାନ 21 ପ୍ରତିଶତ ରହିଥବା ବେଳେ ପଜିଟିଭ ମାମଲାରେ ଭାରତର ଅଂଶୀଦାରୀ 18.6 ପ୍ରତିଶତ ରହିଛି।
ଅନ୍ୟ ଦେଶଗୁଡ଼ିକୁ ତୁଳନାରେ ସବୁଠୁ କମ ମୃତ୍ୟୁ ହାର(ସିଏଫଆର) ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ସ୍ଥାନ ହାସଲ କରିଛି।
ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ତରରେ ସିଏଫଆର ହାର 2.97 ପ୍ରତିଶତ ଥିବା ବେଳେ ଭାରତରେ ଏହା ତୁଳନାତ୍ମକ ଭାବେ 1.56 ପ୍ରତିଶତ ରହିଛି।
ଭାରତରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ଦୁନିଆରେ ସବୁଠୁ କମ ରହିଛି। ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ବିଶ୍ୱରେ 130 ଜଣ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଭାରତରେ 73 ଜଣଙ୍କର ମୃତ୍ୟୁ ଘଟୁଛି।
ଭାରତରେ ବିଗତ 24 ଘଣ୍ଟା ମଧ୍ୟରେ 75,628 ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଭାରତରେ ଅଧିକ ସଂଖ୍ୟାରେ ଦୈନିକ ଆରୋଗ୍ୟ ହେବାର ଟ୍ରେଣ୍ଡ ଲଗାତାର ଜାରି ରହିଛି, ଯାହାକି ବର୍ତ୍ତମାନ 83.84 ପ୍ରତିଶତ ରହିଛି।
ବିଗତ 24 ଘଣ୍ଟାରେ ମୋଟ ଆରୋଗ୍ୟ ମାମଲାର 74.36 ପ୍ରତିଶତ ମାମଲା 10ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ସବୁଠୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହାପଛକୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି।
ପାଖାପାଖି 77 ପ୍ରତିଶତ ସକ୍ରିୟ ମାମଲା 10 ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ରହିଛି। 2.6 ଲକ୍ଷରୁ ଅଧିକ ମାମଲା ସହିତ ମହାରାଷ୍ଟ୍ର ଶୀର୍ଷରେ ରହିଛି।
ଆଜି ତାରିଖ ସୁଦ୍ଧା ମୋଟ ସଂକ୍ରମିତ ମାମଲା ମଧ୍ୟରୁ ଦେଶର 14.60 ପ୍ରତିଶତ ସକ୍ରିୟ ସଂକ୍ରମିତ ମାମଲା ରହିଛି।
ଲଗାତାର 12ତମ ଦିନ ଭାରତରେ ସକ୍ରିୟ ମାମଲାର ସଂଖ୍ୟା 10 ଲକ୍ଷରୁ ତଳକୁ ଜାରି ରହିଛି। ସକ୍ରିୟ ମାମଲାର ସଂଖ୍ୟା ଆଜି ସୁଦ୍ଧା 9,44,996 ରହିଛି।
ଦେଶରେ ବିଗତ 24 ଘଣ୍ଟାରେ 79,479ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ନୂଆ ମାମଲା ମଧ୍ୟରୁ 78.2 ପ୍ରତିଶତ ନୂଆ ମାମଲା ଦଶଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ 16,000 ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଗୋଟିଏ ଦିନ ପୂର୍ବର ତୁଳନାରେ କମ ରହିଛି। କେରଳରେ ଦ୍ୱିତୀୟ ସର୍ବାଧିକ 9,258 ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ 8000ରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବିଗତ 24 ଘଣ୍ଟା ମଧ୍ୟରେ 1,069 ଜଣ ମୃତ୍ୟୁବରଣ କରିଛନ୍ତି।
ବିଗତ 24 ଘଟଣାରେ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ 84.1 ପ୍ରତିଶତ ମୃତ୍ୟୁହାର ରେକର୍ଡ କରାଯାଇଛି।
ଗତକାଲି 424 ଜଣ ମୃତ୍ୟୁବରଣ କରିବା ସହିତ ମହାରାଷ୍ଟ୍ରରେ 39.66% ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ଏହାପଛକୁ 125 ଜଣଙ୍କ ମୃତ୍ୟୁ ସହିତ କର୍ଣ୍ଣାଟକ ଦ୍ୱିତୀୟ ସ୍ଥାନରେ ରହିଛି।
***********
(ରିଲିଜ ଆଡି: 1661375)
ପରିଦର୍ଶକ କାଉଣ୍ଟର : 286
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam