ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଶ୍ରୀଲଙ୍କା ଦ୍ଵିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
Posted On:
26 SEP 2020 5:36PM by PIB Bhubaneshwar
ମହାମହିମ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ,
ନମସ୍କାର,
ଆୟୁବୋଭାନ,
ୱଣକ୍କମ,
ମହାମାନ୍ୟ,
ମୁଁ ଆପଣଙ୍କୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀକୁ ହାର୍ଦ୍ଦିକ ସ୍ଵାଗତ କରୁଛି । ସବୁବେଳ ପରି ପ୍ରଥମ ସରକାରୀ ଭାରତ ଗସ୍ତରେ ଆପଣଙ୍କୁ ସ୍ଵାଗତ କରି ଆମେ ବହୁତ ଖୁସି ଅନୁଭବ କରିବୁ । ଆପଣଙ୍କୁ ସବୁବେଳେ ନିମନ୍ତ୍ରଣ ରହିବ । ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ନେଇ ମୁଁ ଖୁବ ଖୁସି । ଆପଣ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ରକ୍ଷା କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
ଆପଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ଯୋଗୁଁ ମୁଁ ଅଭିନନ୍ଦନ ଜଣାଉଛି । ସଂସଦୀୟ ନିର୍ବାଚନରେ ଏସଏଲପିପିର ବୃହତ ବିଜୟ ପାଇଁ ମଧ୍ୟ ମୋର ଅଭିନନ୍ଦନ । ଏହି ଐତିହାସିକ ବିଜୟ ଆପଣଙ୍କ ଉପରେ ଜନତାଙ୍କ ବିଶ୍ଵାସକୁ ପ୍ରତିପାଦିତ କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ବହୁମୂଖୀ ସମ୍ବନ୍ଧ ହଜାର ହଜାର ବର୍ଷର ପୁରୁଣା । ମୋର ପ୍ରଥମେ ପଡୋଶୀ ଦେଶ ନୀତି ଓ ମୋର ସରକାରଙ୍କ ସାଗର ନୀତି ଯୋଗୁଁ ଆମେ ଭାରତ-ଶ୍ରୀଲଙ୍କା ମଧ୍ୟରେ ସଂପର୍କକୁ ଯଥେଷ୍ଟ ମହତ୍ଵ ଦେଇଥାଉ ଏବଂ ବିମଷ୍ଟେକ, ଆଇଓଆରଏ ଓ ସାର୍କ ସମ୍ମିଳନୀରେ ମଧ୍ୟ ଉଭୟ ଦେଶ ସମାନ ମତ ପୋଷଣ କରିଛନ୍ତି । ନିକଟରେ ଆପଣଙ୍କ ଦଳର ବିଜୟ ଭାରତ-ଶ୍ରୀଲଙ୍କା ସମ୍ପର୍କରେ ଏକ ଐତିହାସିକ ଅଧ୍ୟାୟ ଯୋଡିବା ପାଇଁ ବିରାଟ ସୁଯୋଗ ଆଣିଦେଇଛି । ଉଭୟ ଦେଶର ଜନସାଧାରଣ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ଏହାକୁ ଚାହିଁ ବସିଛନ୍ତି । ମୁଁ ଦୃଢ ନିଶ୍ଚିତ ଯେ, ଆପଣ ପାଇଥିବା ବିଜୟ ଏବଂ ସଂସଦରୁ ମିଳୁଥିବା ଆକୁଣ୍ଠ ସମର୍ଥନ ଯୋଗୁଁ ଆମର ଦ୍ଵିପାକ୍ଷିକ ସହଯୋଗ ଆହୁରି ସୁଦୃଢ଼ ହେବ ।
ମୁଁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ତାଙ୍କର ଉଦଘାଟନୀ ଭାଷଣ ଦେବା ପାଇଁ ଅନୁରୋଧ କରୁଛି ।
**********
(Release ID: 1659413)
Visitor Counter : 222
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam