ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ଅଧିକ ନମୁନା ପରୀକ୍ଷଣ ଓ ଭାରତର ହାରାହାରି ତୁଳନାରେ କମ ସଂକ୍ରମଣ
• 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶତକଡା 74 ଭାଗ ନୂତନ ମାମଲା

Posted On: 23 SEP 2020 1:20PM by PIB Bhubaneshwar

ଦେଶରେ ଦୈନିକ କରୋନା ନମୁନା ପରୀକ୍ଷା 12 ଲକ୍ଷ ଅତିକ୍ରମ କରିଛି ଏପର୍ଯ୍ୟନ୍ତ ଦେଶରେ ମୋଟ 6.6 କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇସାରିଲାଣି । ଅଧିକରୁ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମିତ ମାମଲାଗୁଡିକ ସଅଳ ଚିହ୍ନଟ ହୋଇପାରୁଛି ଅନୁଧ୍ୟାନ ଅନୁସାରେ କ୍ରମଶଃ ସଂକ୍ରମିତ ମାମଲାଗୁଡିକ ମଧ୍ୟ ହ୍ରାସ ପାଇବ

ଅଧିକରୁ ଅଧିକ ପରୀକ୍ଷା ଯୋଗୁଁ ଦେଶର 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ଅଧିକ ପରୀକ୍ଷା ହେଉଥିବା ବେଳେ ପଜିଟିଭ ହାର ମଧ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନ ନିୟୁତ ପିଛା 48,028 ନମୁନା ପରୀକ୍ଷା କରାଯାଉଥିବା ବେଳେ ଜାତୀୟ ସଂକ୍ରମଣ ହାର ଶତକଡା 8.52 ରହିଥିବା ଜଣାପଡିଛି ଗତ 24 ଘଣ୍ଟା ମଧ୍ୟରେ 83,347 ନୂତନ ମାମଲା ଆସିଥିବା ବେଳେ ସେଥିରୁ ଶତକଡା 74 ଭାଗ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି କେବଳ ମହାରାଷ୍ଟ୍ରରୁ 18,000 ହଜାରରୁ ଅଧିକ ସଂକ୍ରମିତ ବାହାରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ 7,000 ଓ କର୍ଣ୍ଣାଟକରୁ 6,000 ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 1,085 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଶତକଡା 83 ଭାଗ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 392 ଜଣ ପ୍ରାଣ ହରାଇଥିବା ବେଳେ କରନାଟକରେ 83 ଓ ଉତାରପ୍ରଦେଶରେ 77 ଜଣଙ୍କର ପ୍ରାଣହାନୀ ଘଟିଛି

 

**********



(Release ID: 1658351) Visitor Counter : 209