ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ଅଧିକ ଆରୋଗ୍ୟ ହାର ଅବ୍ୟାହତ

• କ୍ରମାଗତ 5 ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସୁସ୍ଥ
• ଆରୋଗ୍ୟ ହାର ବୃଦ୍ଧି ପାଇଁ ଅତିକ୍ରମ କଲା ଶତକଡା 81 ଭାଗ

Posted On: 23 SEP 2020 11:00AM by PIB Bhubaneshwar

ବିଭିନ୍ନ ଦକ୍ଷ ପଦ୍ଧତି ଅନୁସରଣ ଓ କ୍ରମାଗତ ନମୁନା ପରୀକ୍ଷା ବୃଦ୍ଧି ଯୋଗୁଁ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି କ୍ରମାଗତ 5 ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 89,746 ଜଣ ସୁସ୍ଥ ହୋଇଥିବା ବେଳେ 83,347 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏଥିସହିତ ଦେଶରେ 45,87,613 ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଯାହାକି ଆଜି ଶତକଡା 81.25 ପ୍ରତିଶତରେ ପହଞ୍ଚିଛି ପୃଥିବୀର ମୋଟ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ଶତକଡା 19.5 ଭାଗ ଭାରତ ବୋଲି ଜଣାପଡିଛି । ଦେଶରେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସୁସ୍ଥ ହେଉଥିବା ବେଳେ ଏହାର ପ୍ରଭାବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉପରେ ମଧ୍ୟ ପଡିଛି । ବର୍ତ୍ତମାନେ ଦେଶର 17 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମଧ୍ୟରୁ ଶତକଡା 75 ଭାଗ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ଏଗୁଡିକ ହେଲା – ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଓ ହରିୟାଣା । ମହାରାଷ୍ଟ୍ରରୁ ସର୍ବାଧିକ 20,000 ସଂକ୍ରମିତ ଦିନକରେ ସୁସ୍ଥ ହୋଇଛନ୍ତି ଏହାପଛକୁ ଆନ୍ଧ୍ରପ୍ରଦେଶରୁ 10,000 ସୁସ୍ଥ ହୋଇଥିବା ଜଣାପଡିଛି

 

**********

 



(Release ID: 1658347) Visitor Counter : 170