ଆୟୁଷ
ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥି ଚିକିତ୍ସା ଶିକ୍ଷାରେ ଅଣାଯିବ ବୈପ୍ଳବିକ ପରିବର୍ତ୍ତନ
Posted On:
15 SEP 2020 12:15PM by PIB Bhubaneshwar
ଆଜି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ବିଧେୟକ ସଂସଦରେ ଗୃହୀତ ହୋଇଛି । ଏହି ବିଧେୟକ ଦୁଇଟି ପାରିତ ହେବା ସହ ଦେଶରେ ଭାରତୀୟ ଚିକିତ୍ସା ପଦ୍ଧତି ତଥା ହୋମିଓପାଥି ଚିକିତ୍ସା ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ସଂଶୋଧନ ଆଣିବା ସକାଶେ ସକଳ ପ୍ରକାର ପ୍ରୟାସ କରାଯିବ ।
ଭାରତୀୟ ଚିକିତ୍ସା ପଦ୍ଧତି ନିମନ୍ତେ ରାଷ୍ଟ୍ରୀୟ ଆୟୋଗ ବିଧେୟକ, 2020 ଏବଂ ହୋମିଓପାଥି ନିମନ୍ତେ ରାଷ୍ଟ୍ରୀୟ ଆୟୋଗ ବିଧେୟକ 2020 ଲୋକସଭାରେ ସେପ୍ଟେମ୍ବର 14, 2020 ତାରିଖ ଦିନ ଗୃହୀତ ହୋଇଥିଲା । ଏହି ଦୁଇ ବିଧେୟକ ସାମ୍ପ୍ରତିକ ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଅଧିନିୟମ 1970 ତଥା ହୋମିଓପାଥି କେନ୍ଦ୍ରୀୟ ପରିଷଦ ଅଧିନିୟମ 1973 ସ୍ଥାନରେ ପ୍ରବର୍ତ୍ତିତ ହେବ ।
ରାଜ୍ୟସଭାରେ ଏହି ବିଧେୟକ ଦୁଇଟିକୁ ପୂର୍ବରୁ, ଅର୍ଥାତ୍, ମାର୍ଚ୍ଚ 18, 2020 ତାରିଖ ଦିନ ଗୃହୀତ ହୋଇ ସାରିଥିଲା । ଏହି ଦୁଇ ବିଧେୟକ ସଂସଦର ଅନୁମୋଦନ ଲାଭ କରିବା ଆୟୁଷ ଇତିହାସରେ ଏକ ଐତିହାସିକ ଉପଲବ୍ଧି ବୋଲି ବିବେଚନା କରାଯାଇପାରେ, କାରଣ ଏହି ଦୁଇ ବିଧେୟକ ଦ୍ୱାରା ବର୍ତ୍ତମାନ କେନ୍ଦ୍ରୀୟ ଭାରତୀୟ ଚିକିତ୍ସା ପରିଷଦ (ସିସିଆଇଏମ) ଏବଂ କେନ୍ଦ୍ରୀୟ ହୋମିଓପାଥି ପରିଷଦକୁ ସଂଶୋଧନ କରାଯିବ ।
ଆଶା କରାଯାଉଛି ଯେ ଭାରତୀୟ ଚିକିତ୍ସା ପଦ୍ଧତି ସକାଶେ ରାଷ୍ଟ୍ରୀୟ ଆୟୋଗ ଏବଂ ହୋମିଓପାଥି ନିମନ୍ତେ ରାଷ୍ଟ୍ରୀୟ ଆୟୋଗର ଉଦ୍ଦେଶ୍ୟ ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥିରେ ସୁଧାର ଆଣିବାକୁ ପଡ଼ିବ ।
ଭାରତୀୟ ଚିକିତ୍ସା ପଦ୍ଧତି ସକାଶେ ରାଷ୍ଟ୍ରୀୟ ଆୟୋଗ ବିଧେୟକ, 2019 ଏବଂ ହୋମିଓପାଥି ପାଇଁ ରାଷ୍ଟ୍ରୀୟ ଆୟୋଗ ବିଧେୟକ, 2019 ରାଜ୍ୟସଭାରେ ଜାନୁଆରୀ 7, 2019ରେ ପ୍ରସ୍ତୁତ କରାଯାଇଥିଲା । ପରେ ଏହି ଦୁଇ ବିଧେୟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ସ୍ଥାୟୀ ସମିତି ନିକଟକୁ ପଠା ଯାଇଥିଲା ।
ସମିତି ଏହି ଦୁଇ ବିଧେୟକର ଯାଞ୍ଚ କରିବା ପରେ ସେଥିରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଅଧିନିୟମ, 2019ର ଅନୁରୂପ କେତେକ ସଂଶୋଧନ କରିବା ଲାଗି ପରାମର୍ଶ ଦିଆଯାଇଥିଲା । ତଦନୁସାରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମୁଖ ପରାମର୍ଶ ଉପରେ ବିଚାର କରାଯାଇଥିଲା ଏବଂ ଏହାର ପରିଣାମ ସ୍ୱରୂପ ଏହି ଦୁଇ ବିଧେୟକରେ ଅଧିକାରୀକ ସଂଶୋଧନ କରାଯାଇ ତାହା ସଂସଦରେ ଉପସ୍ଥାପନ କରାଯାଇଥିଲା । ଏହା ପରେ ଏହି ବିଧେୟକ ମାର୍ଚ୍ଚ 18, 2020 ତାରିଖରେ ରାଜ୍ୟସଭାରେ ଭାରତୀୟ ଚିକିତ୍ସା ପଦ୍ଧତି ସକାଶେ ରାଷ୍ଟ୍ରୀୟ ଆୟୋଗ ବିଧେୟକ 2020 ଏବଂ ହୋମିଓପାଥି ପାଇଁ ରାଷ୍ଟ୍ରୀୟ ଆୟୋଗ ବିଧେୟକ, 2020 ଭାବେ ପାରିତ ହୋଇଥିଲା ।
**********
(Release ID: 1654580)
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam