ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁଲା ଭାରତ

● କ୍ରମାଗତ ଦୁଇ ଦିନ 11.70 ଲକ୍ଷରୁ ଅଧିକ ନମୁନା ପରୀକ୍ଷା
● ଅଧିକ ପରୀକ୍ଷଣ ସତ୍ତ୍ୱେ ଦୈନିକ ଓ ସମୁଦାୟ ସଂକ୍ରମିତ ହାର 7.5 ଓ 8.5 ପ୍ରତିଶତରୁ କମ

Posted On: 04 SEP 2020 12:08PM by PIB Bhubaneshwar

ଦୈନିକ 10 ଲକ୍ଷରୁ ଅଧିକ ପରୀକ୍ଷଣ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପରେ, କ୍ରମାଗତ ଭାବେ ଦୁଇ ଦିନ ଧରି ଭାରତ କୋଭିଡ-19ର ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁବା ଜାରି ରଖିଛି । କ୍ରମାଗତ ଭାବେ ଏହି ଦୁଇ ଦିନରେ ସାରା ଦେଶରେ 11.70 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 11,69,765 ନମୁନା ପରୀକ୍ଷା କରାଯାଇଥିଲା ।

ଅନ୍ୟ କୌଣସି ଦେଶ ଦୈନିକ ପରୀକ୍ଷଣର ଏହି ସ୍ତର ହାସଲ କରିନାହାଁନ୍ତି ।

ଦୈନିକ ପରୀକ୍ଷଣରେ ଏହି ତୀବ୍ର ଅଭିବୃଦ୍ଧି ସହିତ ସମୁଦାୟ ପରୀକ୍ଷଣ ସଂଖ୍ୟା ପାଖାପାଖି 4.7 କୋଟିରେ ପହଞ୍ଚିଛି । ଏହି ସଂଖ୍ୟା ଆଜି 4,66,79,145 ଛୁଇଁଞ୍ଚି ।

ଏହିପରି ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଇଥିଲେ ମଧ୍ୟ ସଂକ୍ରମିତ ହାର ଓ ସମୁଦାୟ ସଂକ୍ରମିତ ହାର ଯଥାକ୍ରମେ 7.5 ଓ 8.5 ପ୍ରତିଶତ ତଳେ ରହିଛି । ଏହିସବୁ ସଫଳତା କେନ୍ଦ୍ର ନେତୃତ୍ଵରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ପ୍ରଭାବଶାଳୀ ଢଙ୍ଗରେ କରାଯାଇଥିବା ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତି ଯୋଗୁଁ ସମ୍ଭବ ହୋଇପାରିଛି । 

ବ୍ୟାପକ ସ୍ତରରେ ଅଧିକ ପରୀକ୍ଷଣ ସଅଳ ନିଦାନ, ତୁରନ୍ତ ଏକାନ୍ତବାସ ଓ ଠିକ ସମୟରେ  ହସ୍ପିଟାଲରେ ଭର୍ତ୍ତି ଯୋଗୁଁ ସମ୍ଭବ ହୋଇପାରିଛି । ପ୍ରଭାବଶାଳୀ ଚିକିତ୍ସା ଦ୍ଵାରା ଉଭୟ ଘରୋଇ ଏକାନ୍ତବାସ ଓ ହସ୍ପିଟାଲରେ ଚିକିତ୍ସିତ  ସଂକ୍ରମିତଙ୍କ ତଦାରଖ ମୃତ୍ୟୁ ହାରକୁ କମ କରିପାରିଛି । ମୃତ୍ୟୁ ହାରକୁ 1 ପ୍ରତିଶତରୁ କମ କରିବା ଲକ୍ଷ୍ୟରେ, ସ୍ଥିର ଏବଂ ସ୍ଥାୟୀ ହ୍ରାସ ପରେ ଭାରତର ମୃତ୍ୟୁହାର 1.74 ପ୍ରତିଶତରେ ପହଞ୍ଚିଛି ।

ପରୀକ୍ଷଣ ସ୍ତରରେ ଯଥେଷ୍ଟ ବୃଦ୍ଧି ସହିତ ଦେଶରେ ଦୈନିକ ପରୀକ୍ଷାଗାର ସଂଖ୍ୟା  ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ପରୀକ୍ଷାଗାର ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ବର୍ତ୍ତମାନ 1025 ସରକାରୀ ଓ 606 ଘରୋଇ ଏହିଭଳି ଭାବେ ମୋଟ 1631ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।  

 

**********

 



(Release ID: 1651432) Visitor Counter : 219