ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦିନିକିଆ ନମୁନା ପରୀକ୍ଷଣରେ ଭାରତର ଆଉ ଏକ ରେକର୍ଡ

• ଗତ 24 ଘଣ୍ଟା ମଧ୍ୟରେ 10.5 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା
• ଡବ୍ଲୁଏଚଓ ଉପଦେଶାନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ଦିନକୁ 140ରୁ ଉର୍ଦ୍ଧ୍ଵ ପରୀକ୍ଷା

Posted On: 30 AUG 2020 11:56AM by PIB Bhubaneshwar

କୋଭିଡ-19ର ମୁକାବିଲା ଦିଗରେ ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଦିନକରେ 10.5 ଲକ୍ଷରୁ ଅଧିକ କରୋନା ପରୀକ୍ଷା ପ୍ରଥମ ଥର ପାଇଁ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ 10,55,027ଟି ନମୁନା ପରୀକ୍ଷା କରାଯାଇଛି, ଯାହାଫଳରେ ପ୍ରତ୍ୟେକ ଦିନ 10 ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର ଲକ୍ଷ୍ୟ ପୂରଣ ହୋଇପାରିଛି

ଏହି ସଫଳତା ସହ ଦେଶରେ ମୋଟ ନମୁନା ପରୀକ୍ଷା 4.14 (4,14,61,636) କୋଟିରୁ ଅଧିକକୁ ଅତିକ୍ରମ କରିଛି । କେନ୍ଦ୍ର ସରକାର ବିଶ୍ଵର କୋଭିଡ-19 ରଣନୀତି ପରୀକ୍ଷା, ଚିହ୍ନଟ ଓ ଉପଚାରକୁ ତ୍ୱରାନ୍ୱିତ କରିଛି ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କେନ୍ଦ୍ର ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି ବ୍ୟାପକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିଛି ଏହାଫଳରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କମ ସମୟ ମଧ୍ୟରେ ଠାବ କରାଯାଇପାରିଛି ଏଥିଯୋଗୁଁ ମାମୁଲି ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ରଖାଯିବା ସହ ଅଧିକ ଲକ୍ଷଣଯୁକ୍ତ ଓ ଜଟିଳ ମାମଲାଗୁଡିକର ହସ୍ପିଟାଲରେ ଉପଚାର କରାଯାଉଛି । ନମୁନା ପରୀକ୍ଷାର ସାମର୍ଥ୍ୟ ବୃଦ୍ଧି ତଥା ମୋଟ ପରୀକ୍ଷା ଅଧିକ ହେବା ଫଳରେ ନିୟୁତ ପିଛା ପରୀକ୍ଷା ବୃଦ୍ଧି ପାଇ ଆଜି 30,044ରେ ପହଞ୍ଚିଛି ।

ଡବ୍ଲୁଏଚଓ ଏହାର ନିୟମାବଳୀରେ ଜନସ୍ୱାସ୍ଥ୍ୟ ଓ ସାମାଜିକ କଟକଣା ସମ୍ପର୍କରେ କୋଭିଡ ମାମଲାଗୁଡିକ ଉପରେ ବ୍ୟାପକ ନଜର ରଖିବାକୁ ପରାମର୍ଶ ଦେଇଛି । ପ୍ରତ୍ୟେକ ଦେଶ ଦିନକୁ ନିୟୁତ ପିଛା ଅନ୍ୟୁନ 140ଟି ନମୁନା ପରୀକ୍ଷା କରିବା ପାଇଁ ଡବ୍ଲୁଏଚଓ ପରାମର୍ଶ ଦେଇଛି । ସେଦୃଷ୍ଟିରୁ ବିଚାର କଲେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ସଂଖ୍ୟାକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । କେତେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ କମ ରହିଛି । ବ୍ୟାପକ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ସହ ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ଉନ୍ନତି ଘଟିଛି । 1003ଟି ସରକାରୀ ଓ 580ଟି ଘରୋଇ ଏହିପରି 1583ଟି ପରୀକ୍ଷାଗାର ଆଜି ନମୁନା ପରୀକ୍ଷା କରିବାର ସୁବିଧା ରହିଛି ।

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********



(Release ID: 1649876) Visitor Counter : 192