ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଲଗାତାର ଦୁଇଦିନ ଧରି ଦୈନିକ 9 ଲକ୍ଷରୁ ଅଧିକ ନମୁନା ପରୀକ୍ଷା

• ମୋଟ ପରୀକ୍ଷା ସଂଖ୍ୟା 4 କୋଟି ନିକଟତର
• ବିଗତ 2 ସପ୍ତାହରେ 1 କୋଟିରୁ ଅଧିକ ନମୁନା ପରୀକ୍ଷା

Posted On: 28 AUG 2020 1:15PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ 2 ଦିନ ଧରି ଲଗାତାର 9 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ଗତ 24 ଘଣ୍ଟା ମଧ୍ୟରେ 9,01,338 ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶ ଦିନକୁ 10 ଲକ୍ଷ ପରୀକ୍ଷା ପାଇ କ୍ଷେତ୍ର ପ୍ରସ୍ତୁତ କରିପାରିଛି

ନମୁନା ପରୀକ୍ଷା କ୍ରମାଗତ ବୃଦ୍ଧି ଯୋଗୁଁ ମୋଟ ପରୀକ୍ଷା ସଂଖ୍ୟା ପାଖାପାଖି 4 କୋଟିରେ ପହଞ୍ଚିଛି ଆଜିସୁଦ୍ଧା ଏହି ସଂଖ୍ୟା 3,94,77,848ରେ ପହଞ୍ଚିଛି କେବଳ ଗତ 2 ସପ୍ତାହ ମଧ୍ୟରେ 1 କୋଟିରୁ ଊର୍ଦ୍ଦ୍ଵ ପରୀକ୍ଷା ହୋଇଛି ଏଥିସହ ପ୍ରତି ନିୟୁତ ପିଛା କରୋନା ପରୀକ୍ଷଣ 28,607 ଛୁଇଁଛି ବ୍ୟାପକ ନମୁନା ପରୀକ୍ଷା ଦ୍ଵାରା ହିଁ ପ୍ରାଥମିକ ଅବସ୍ଥାରୁ ସଂକ୍ରମିତଙ୍କୁ ଚିହ୍ନଟ କରି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି

ସୁଚିନ୍ତିତ କୋଭିଡ ପରିଚାଳନା ଯୋଗୁଁ ଦେଶରେ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ଼ ହେବା ସହ ରୋଗ ନିରୂପଣ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି 998 ସରକାରୀ ଓ 566ଟି ଘରୋଇ ଏହିପରି ମୋଟ 1564ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 



(Release ID: 1649354) Visitor Counter : 186