ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମୋଟ କରୋନା ମାମଲା ମଧ୍ୟରୁ ମାତ୍ର 22% ସକ୍ରିୟ

ଆରୋଗ୍ୟଙ୍କ ସଂଖ୍ୟା 26 ଲକ୍ଷ; ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା 18 ଲକ୍ଷ ଅଧିକ

Posted On: 28 AUG 2020 12:06PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୂଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ଗତ 5 ମାସ ମଧ୍ୟରେ ମୋଟ ସଂକ୍ରମିତଙ୍କ ତିନି ଚତୁର୍ଥାଂଶ କରୋନାରୁ ସୁସ୍ଥ ହୋଇଥିବା ବେଳେ କେବଳ ଏକ ଚତୁର୍ଥାଂଶ ସଂକ୍ରମିତ ଏବେ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ (ଗୁରୁତର ଓ ଜଟିଳ ଲକ୍ଷଣଯୁକ୍ତ) ଓ ଘରୋଇ ଏକାନ୍ତବାସ (ସାଧାରଣ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ) ମୁକ୍ତ ହେଉଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି 26 ଲକ୍ଷରେ ପହଞ୍ଚିଛି କେବଳ ଗତ 24 ଘଣ୍ଟା ମଧ୍ୟରେ 60,177 ଜଣ ଆରୋଗ୍ୟ ଲାଭ କରିଛନ୍ତି ଏଥିସହ ଦେଶରେ ହାରାହାରି ଆରୋଗ୍ୟ ହାର ଶତକଡା 76.28ରେ ପହଞ୍ଚିଛି

ମୋଟ ସଂକ୍ରମିତଙ୍କ ତୁଳନାରେ 3.5ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି, ଯାହାଫଳରେ ମୋଟ ସଂକ୍ରମିତଙ୍କ ତୁଳନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର 21.90 ରହିଛି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଏହା 18 ଲକ୍ଷ ଟପି ବର୍ତ୍ତମାନ 18,41,925ରେ ଆଜି ପହଞ୍ଚିଛି ।

ବିଶ୍ଵରେ କୋଭିଡ ପରିଚାଳନାକୁ ଆଖିଆଗରେ ରଖି ଆମ ଦେଶରେ ମଧ୍ୟ ସେହିପ୍ରକାରର ମଧ୍ୟ ପଦକ୍ଷେପ ନିଆଯାଇଛି । ପ୍ରଥମ ପଦକ୍ଷେପ ସ୍ୱରୂପ ଘରକୁ ଘର ସର୍ଭେ କରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀମାନଙ୍କୁ ଠାବ କରାଯାଉଛି । ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ମାମୁଲି ଓ ଅଳ୍ପ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଘରୋଇ ଏକାନ୍ତବାସ ଏବଂ ଜଟିଳ ଓ ଅଧିକ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ହସ୍ପିଟାଲରେ ଶୀଘ୍ର ଚିକିତ୍ସା କରାଯାଇପାରୁଛି ।

ଦେଶରେ କୋଭିଡ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯାଇ ହସ୍ପିଟାଲ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରାଯାଇଛି । ଆଇସିୟୁ ବେଡ ଓ ଭେଣ୍ଟିଲେଟର ଇତ୍ୟାଦି ଥାଇ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ (ଡିସିଏଚ), ଅମ୍ଳଜାନ ଶଯ୍ୟା ଓ ଆବଶ୍ୟକସ୍ଥଳେ ଡାକ୍ତରୀ ସେବା ସୁବିଧା ଥାଇ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର (ଡିସିଏଚସି) ଏବଂ ଏକାନ୍ତବାସ ଶଯ୍ୟାଯୁକ୍ତ କୋଭିଡ ସୁଧାର କେନ୍ଦ୍ର (ସିସିସି)ମାନ ବ୍ୟବସ୍ଥା କରାଯାଇଛି । ଆଜିସୁଦ୍ଧା ଦେଶରେ 1,723ଟି ଡିସିଏଚ, 3,883 ଡିସିଏଚସି ଓ 11,689 ସିସିସି ସହ ମୋଟ 15,89,105 ଏକାନ୍ତବାସ ଶଯ୍ୟା, 2,17,128 ଅମ୍ଳଜାନ ସହାୟକ ଶଯ୍ୟା ଏବଂ 57,380 ଆଇସିୟୁ ଶଯ୍ୟା ରହିଛି । ସଂକ୍ରମିତ ରୋଗୀମାନଙ୍କ ଦକ୍ଷ ଚିକିତ୍ସା ଯୋଗୁଁ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ ଆଜି ଏହା 1.82 ପ୍ରତିଶତରେ ପହଞ୍ଚିଛି ।    

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଦେଖନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 



(Release ID: 1649351) Visitor Counter : 505