ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି 
                    
                    
                        •	ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀ 3.50 ଗୁଣ ଅଧିକ 
                    
                
                
                    Posted On:
                26 AUG 2020 1:06PM by PIB Bhubaneshwar
                
                
                
                
                
                
                ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା 3.5 ଗୁଣ ବୃଦ୍ଧି ପାଇଛି । 
ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ 60 ହଜାରରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି ।  ଗତ 24 ଘଣ୍ଟା ମଧ୍ୟରେ 63,173 ଜଣ ରୋଗୀ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା 24,76,758କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଦେଖିଲେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି । 
ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା 7,07,267 ଥିବା ବେଳେ ଏହାଠାରୁ 17,60,489 ସଂଖ୍ୟକ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଆଜି ଆରୋଗ୍ୟ ହାର ଶତକଡା 76 (76.30%) ଅତିକ୍ରମ କରିଛି । 
ରେକର୍ଡ ସଂଖ୍ୟକ ସୁସ୍ଥ ମାମଲା ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏହା ମୋଟ ସଂକ୍ରମିତ ରୋଗୀଙ୍କ ତୁଳନାରେ ଶତକଡା 21.87ରେ ରହିଛି । 
କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵିତ ପଦକ୍ଷେପ ତଥା ବ୍ୟାପକ ପରୀକ୍ଷଣ ଓ ହସ୍ପିଟାଲ ପରିଚାଳନା ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ନିୟମିତ ଭାବରେ ହ୍ରାସ ପାଉଥିବା ଏହି ହାର ଆଜି 1.84 ପ୍ରତିଶତରେ ରହିଛି । 
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ:  https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।
*********
                
                
                
                
                
                (Release ID: 1648818)
                Visitor Counter : 208
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam