ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତି ଯୋଗୁଁ ଦେଶର ନମୁନା ପରୀକ୍ଷଣ 3.7 କୋଟିରେ ପହଁଚିଲା

● ଏକ ନିୟୁତ ଜନସଂଖ୍ୟା ପିଛା ପରୀକ୍ଷଣ 26,685 ଛୁଇଁଲା

प्रविष्टि तिथि: 25 AUG 2020 1:22PM by PIB Bhubaneshwar

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି 3.7 କୋଟିରେ ପହଞ୍ଚିଛି ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା 3,68,27,520ରେ ପହଞ୍ଚିଛି କେବଳ ଗତ 24 ଘଣ୍ଟା ମଧ୍ୟରେ 9,25,383 ନମୁନା ପରୀକ୍ଷା କରାଯାଇଥିବା ବେଳେ ନିୟୁତ ପିଛା ଏହି ସଂଖ୍ୟା ଦ୍ରୁତ ଗତିରେ 26,685କୁ ଛୁଇଁଛି ସମୟୋଚିତ ଚିହ୍ନଟ, ସଂକ୍ରମିତଙ୍କୁ ତୁରନ୍ତ ଅଲଗା କରିବା ଏବଂ ଉପଯୁକ୍ତ ଚିକିତ୍ସା ଫଳରେ ସଂକ୍ରମଣ ବ୍ୟାପିବାକୁ ହ୍ରାସ କରାଯାଇ ପାରିଛି ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା 1524ରେ ପହଞ୍ଚିଛି ଏଥିରେ 986ଟି ସରକାରୀ 538ଟି ଘରୋଇ ପରୀକ୍ଷାଗାର ରହିଛି  

ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********


(रिलीज़ आईडी: 1648561) आगंतुक पटल : 288
इस विज्ञप्ति को इन भाषाओं में पढ़ें: Manipuri , Urdu , Marathi , Assamese , English , हिन्दी , Punjabi , Gujarati , Tamil , Telugu , Malayalam