ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟାରେ ସର୍ବାଧିକ 66,550 ରୋଗୀ ଆରୋଗ୍ୟ

• ଆଉ ଏକ ଶିଖରରେ ଭାରତ : 24 ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା
• ବିଗତ 25 ଦିନ ମଧ୍ୟରେ ସୁସ୍ଥତା ସଂଖ୍ୟାରେ 100 ପ୍ରତିଶତରୁ ଅଧିକ ବୃଦ୍ଧି

Posted On: 25 AUG 2020 12:29PM by PIB Bhubaneshwar

କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ଏହି ଫଳାଫଳ ମିଳୁଛି

ଗୋଟିଏ ଦିନରେ ଦେଶର ସର୍ବାଧିକ 66,550 କୋଭିଡ-19 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆକ୍ରମଣାତ୍ମକ ଭାବରେ ପରୀକ୍ଷା, ସମ୍ପୁର୍ଣ୍ଣ ଚିହ୍ନଟ ଏବଂ ଫଳପ୍ରଦ ଚିକିତ୍ସା ନୀତି ଦ୍ଵାରା ମୋଟ ଆରୋଗ୍ୟ ସଂଖ୍ୟା 24 ଲକ୍ଷ (24,04,585) ଅତିକ୍ରମ କରିଛି

ଏହାଦ୍ଵାରା ଭାରତରେ କୋଭିଡ ସଂକ୍ରମିତଙ୍କ ମଧ୍ୟରେ ସୁସ୍ଥତା ହାର 76 ପ୍ରତିଶତ (75.92%)ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ 7,04,348 ସକ୍ରିୟ ରୋଗୀ ରହିଛନ୍ତିମୋଟ ଆରୋଗ୍ୟଙ୍କ ସଂଖ୍ୟା ଏହାଠାରୁ 17 ଲକ୍ଷ ଅଧିକ ରହିଛି ଆଜିସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାର 3.41 ଗୁଣ

ବିଗତ 25 ଦିନ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟାରେ 100 ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।          

ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇଛି ବର୍ତ୍ତମାନ ମୋଟ ସଂକ୍ରମିତ ରୋଗୀ ମାତ୍ର 22.24%ରେ ରହିଛି

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ପ୍ରୟାସ ଫଳରେ ଅଧିକ ପରୀକ୍ଷଣ, ଉତ୍ତମ ନିରୀକ୍ଷଣ, ଆବଧାଞ୍ଚଳ ଘୋଷଣା ଏବଂ ଘରୋଇ ଏକାନ୍ତବାସ ସହିତ ଉନ୍ନତ ଭିତ୍ତିଭୂମି ଚିକିତ୍ସାଳୟରେ ପ୍ରଭାବଶାଳୀ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯାଇପାରୁଛି । ଏଗୁଡ଼ିକ ଉତ୍ସର୍ଗୀକୃତ କୋଭିଡ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହସ୍ପିଟାଲରେ ଅନ୍ତର୍ଭୁକ୍ତ  ଏଭଳି ସ୍ଥାୟୀ ପଦକ୍ଷେପ ଦ୍ଵାରା ସାମୂହିକ ଫଳାଫଳ ପ୍ରାପ୍ତ ହେଉଛି ଏହା ସହତି କ୍ରମାଗତ ଭାବେ ହ୍ରାସ ପାଉଥିବା ମୃତ୍ୟୁ ହାର ଆଜି 1.84 ପ୍ରତିଶତରେ ରହିଛି

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 



(Release ID: 1648558) Visitor Counter : 207