ଅର୍ଥ ମନ୍ତ୍ରଣାଳୟ

ସ୍ୱତନ୍ତ୍ର ଅଭିଯାନରେ 1.22 କୋଟି କିଷାନ କ୍ରେଡିଟ କାର୍ଡ଼ ମଞ୍ଜୁର; ଏସବୁ କାର୍ଡ଼ର ମୋଟ ଋଣ ସୀମା 1,02,065 କୋଟି ଟଙ୍କା

प्रविष्टि तिथि: 20 AUG 2020 12:36PM by PIB Bhubaneshwar

ଦେଶର କୃଷି କ୍ଷେତ୍ରକୁ କରୋନା ମହାମାରୀ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏକ ସ୍ୱତନ୍ତ୍ର ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ କୋହଳ ହାରରେ ଋଣ ଯୋଗାଇ ଦିଆଯାଉଛି । 2020 ଅଗଷ୍ଟ 17 ତାରିଖ ସୁଦ୍ଧା 1 କୋଟି 22 ଲକ୍ଷ କିଷାନ କ୍ରେଡିଟ କାର୍ଡ ମଂଜୁର କରାଯାଇଛି । ଏହିସବୁ କାର୍ଡରେ ମୋଟ 1,02,065 କୋଟି ଟଙ୍କାର ଋଣ କରିହେବ । ଏହାଫଳରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବିକାଶ ଘଟିବା ସହିତ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭବ ହେବ ।

ଏଠାରେ ସ୍ମରଣଯୋଗ୍ୟ ଯେ ଆତ୍ମନିର୍ଭର ଭାରତ ପ୍ୟାକେଜରେ କେନ୍ଦ୍ର ସରକାର 2 ଲକ୍ଷ କୋଟି ଟଙ୍କାର ଋଣ କୋହଳ ସୁଧ ହାରରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏହାଦ୍ୱାରା ଚାଷୀ, ମତ୍ସ୍ୟଜୀବୀ ଓ ଗୋପାଳକ ଉପକୃତ ହେବେ ।

 

**********

 


(रिलीज़ आईडी: 1647418) आगंतुक पटल : 272
इस विज्ञप्ति को इन भाषाओं में पढ़ें: Marathi , English , हिन्दी , Punjabi , Tamil , Urdu , Manipuri , Assamese , Bengali , Gujarati , Telugu , Malayalam