ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଶୁଭେଚ୍ଛା

• 74ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ଵାରା ନୂଆଦିଲ୍ଲୀସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ
• ସ୍ଵାଧୀନତା ଦିବସ ଅବସରରେ ମୁଁ ଦେଶର ଏକତା, ଅଖଣ୍ଡତା ଓ ନିରାପତ୍ତା ପାଇଁ ଚରମ ତ୍ୟାଗ ସ୍ଵୀକାର କରିଥିବା ମହାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ବିନମ୍ର ପ୍ରଣାମ ଜଣାଉଛି
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମ ସ୍ଵାଧୀନତା ସଂଗ୍ରାମୀମାନେ ଦେଖିଥିବା ଏକ ସ୍ଵାଧୀନ, ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ଵପ୍ନ ସାର୍ଥକ ହୋଇଥିବା ନେଇ ଆଜି ଆମେ ଗର୍ବିତ
• ଗୋଟିଏ ପଟରେ ମୋଦୀ ସରକାର ଗରିବ ଓ ବଞ୍ଚିତ ଲୋକମାନଙ୍କୁ ଘର, ବିଜୁଳି ଓ ସ୍ୱାସ୍ଥ୍ୟ ବୀମା ଯୋଗାଇଦେଇଥିବା ବେଳେ ଅନ୍ୟ ପକ୍ଷରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଦଣ୍ଡାୟମାନ ହୋଇଛି
• ଆସନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆଜିର ଏହି ସ୍ଵାଧୀନତା ଦିବସ ଅବସରରେ ଆମେ ଶପଥ ନେବା

प्रविष्टि तिथि: 15 AUG 2020 12:30PM by PIB Bhubaneshwar

ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି 74ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ତାଙ୍କ ବାର୍ତ୍ତାରେ ଶ୍ରୀ ଅମିତ ଶାହ କରିଛନ୍ତି, ସ୍ଵାଧୀନତା ଦିବସ ଅବସରରେ ମୁଁ ଦେଶର ଏକତା, ଅଖଣ୍ଡତା ଓ ନିରାପତ୍ତା ପାଇଁ ଚରମ ତ୍ୟାଗ ସ୍ଵୀକାର କରିଥିବା ମହାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ବିନମ୍ର ପ୍ରଣାମ ଜଣାଉଛି 

ଏକାଧିକ ଟ୍ଵିଟରେ ଶ୍ରୀ ଅମିତ ଶାହ କହିଛନ୍ତି, ଆଜି ଆମେ ବିଶେଷ ଭାବେ ଗର୍ବିତ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମ ସ୍ଵାଧୀନତା ସଂଗ୍ରାମୀମାନେ ଦେଖିଥିବା ଏକ ସ୍ଵାଧୀନ, ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ଵପ୍ନ ସାର୍ଥକ ହୋଇଛି ଗୋଟିଏ ପଟେ ମୋଦୀ ସରକାର ଗରିବ ଓ ବଞ୍ଚିତ ଲୋକମାନଙ୍କୁ ଘର, ବିଜୁଳି ଓ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଇଥିବା ବେଳେ ଅନ୍ୟ ପକ୍ଷରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଦଣ୍ଡାୟମାନ ହୋଇଛି

“ଏହି ସ୍ଵାଧୀନତା ଦିବସରେ, ଆସନ୍ତୁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ସ୍ଵପ୍ନକୁ ସାକାର କରିବା ଲାଗି ଅତ୍ୟଧିକ ମେକ ଇନ ଇଣ୍ଡିଆ ଉତ୍ପାଦ ଗ୍ରହଣ କରିବା ଦିଗରେ ନିବେଦନ କରିବା ସହିତ ଯୋଗଦାନ ଦେବା ସ୍ଵାଧୀନତା ଦିବସର ଅଭିନନ୍ଦନ

 

**********


(रिलीज़ आईडी: 1646167) आगंतुक पटल : 237
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu