ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ ଟେଷ୍ଟରେ ଭାରତର ଉଲ୍ଲେଖନୀୟ ସଫଳତା; ଦୁଇ କୋଟିରୁ ଅଧିକ କରାଯାଇଛି କୋଭିଡ ଟେଷ୍ଟ
• ପ୍ରତି 10 ଲକ୍ଷରେ 14,640ଙ୍କ ପରୀକ୍ଷା
ପୋଷ୍ଟ କରାଯିବା ଦିନାଙ୍କ:
03 AUG 2020 2:13PM by PIB Bhubaneshwar
କୋଭିଡ ନମୁନା ପରୀକ୍ଷାରେ ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଇତିମଧ୍ୟରେ 2,02,02,858 ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି । ବ୍ୟାପକଭାବେ ଲୋକଙ୍କ ସ୍ୱାବ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଅଲଗା ରଖି ତୁରନ୍ତ ଚିକିତ୍ସା କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ରାଜ୍ୟମାନେ ତାହାକୁ ଉପଯୁକ୍ତଭାବେ କାର୍ଯ୍ୟକାରୀ କରିବା ଫଳରେ ଏହା ସମ୍ଭବ ହୋଇଛି । ସମଗ୍ର ଦେଶରେ କୋଭିଡ ନମୁନା ପରୀକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ଏବଂ ସହଜରେ ଲୋକଙ୍କୁ ଏହି ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇଛି ।
ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 81 ହଜାର 27 ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏଥିସହିତ ପ୍ରତି 10 ଲକ୍ଷ ଲୋକରେ ଟେଷ୍ଟ ସଂଖ୍ୟା (ଟିପିଏମ୍) 14 ହଜାର 640କୁ ବୃଦ୍ଧି ପାଇଛି । ଏବେ ଏହି ଟିପିଏମ୍ ହାର କ୍ରମାଗତଭାବେ ଊଦ୍ଧ୍ୱର୍ମୁଖୀ ହେଉଛି । ଏଥିରୁ ସୂଚନା ମିଳୁଛି ଯେ ଦେଶରେ ବିଭିନ୍ନ ପ୍ରାନ୍ତରେ ସ୍ୱାବ ପରୀକ୍ଷା ସୁବିଧା, ବ୍ୟାପକ ଏବଂ ସଫଳ ରହିଛି । ଦେଶର 24ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରେ ସ୍ୱାବ ପରୀକ୍ଷା ହାର ଜାତୀୟ ହାରଠାରୁ ଉପରେ ରହିଛି । ଏବେ ଦେଶରେ 1,348ଟି ଲାବରେଟୋରୀରେ ସ୍ୱାବ ପରୀକ୍ଷା କରାଯାଉଛି । ସେଥିରୁ 914ଟି ସରକାରୀ ଏବଂ 434ଟି ବେସରକାରୀ । ଏହି ପରୀକ୍ଷା ବ୍ୟବସ୍ଥା ସୁସଂହତ ଓ ଦୃଢଭାବେ କାର୍ଯ୍ୟ କରୁଛି ।
- ଏଥିରେ ରିଅଲଟାଇମ୍ ପିସିଆର ଭିତ୍ତିକ 686ଟି ଲ୍ୟାବ ରହିଛି । ସେଥିରେ 418 ସରକାରୀ ଓ 268 ବେସରକାରୀ ।
- ଟ୍ରୁ ନ୍ୟାଟ୍ ଭିତ୍ତିକ ଲ୍ୟାବ୍ ସମଗ୍ର ଦେଶରେ 565 ରହିଥିବାବେଳେ ସେଥିରୁ 465ଟି ସରକାରୀ ଏବଂ 91ଟି ବେସରକାରୀ ।
- ସେହିଭଳି ଦେଶରେ 106ଟି ସିବିନାଟ୍ ଟେଷ୍ଟିଂ ଲ୍ୟାବ ରହିଛି । ସେଥିରୁ 31ଟି ସରକାରୀ ଏବଂ 75ଟି ଘରୋଇ ।
କୋଭିଡ୍ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।
କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।
**********
(ରିଲିଜ ଆଡି: 1643232)
ପରିଦର୍ଶକ କାଉଣ୍ଟର : 247
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam