ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 51,255 କୋଭିଡ ରୋଗୀ ଆରୋଗ୍ୟ

• ମୋଟ 11.5 ଲକ୍ଷ ରୋଗୀ ଆରୋଗ୍ୟ
• ସୁସ୍ଥତା ହାର 65.44 ପ୍ରତିଶତକୁ ବୃଦ୍ଧି
• ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଇ 2.13% ରହିଛି

ପୋଷ୍ଟ କରାଯିବା ଦିନାଙ୍କ: 02 AUG 2020 12:40PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 51,000ରୁ ଅଧିକ ରୋଗୀ ଆରୋଗ୍ୟ ହୋଇଛନ୍ତି କୋଭିଡ-19ରୁ ସୁସ୍ଥ ହୋଇ ଘରକୁ ଫେରିଥିବା 51,225 ରୋଗୀଙ୍କୁ ମିଶାଇ ଭାରତର ମୋଟ ଆରୋଗ୍ୟ ସଂଖ୍ୟା 11,45,629ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ଆରୋଗ୍ୟ ହେବା ଫଳରେ ସୁସ୍ଥତା ହାର 65.44%କୁ ବୃଦ୍ଧି ପାଇଛି । ଏହା ଦର୍ଶାଉଛି ଯେ, ଅଧିକରୁ ଅଧିକ କୋଭିଡ-19 ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରୁଛନ୍ତି ।

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ କୋଭିଡ-19ର ପରିଚାଳନା ଏବଂ ସମସ୍ତ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ତଥା କୋଭିଡ-19 ଯୋଦ୍ଧାଙ୍କ ନିସ୍ୱାର୍ଥପର ଉତ୍ସର୍ଗୀକୃତ ସେବା କ୍ରମାଗତ ସୁସ୍ଥତା ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି ।

ସକ୍ରିୟ ଏବଂ ଆରୋଗ୍ୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି । ଜୁନ 10, 2020ରେ ପ୍ରଥମ ଥର ପାଇଁ ସକ୍ରିୟ ଏବଂ ସୁସ୍ଥ ରୋଗୀଙ୍କ ମଧ୍ୟରେ ବ୍ୟବଧାନ 1,573 ରହିଥିଲା ଯାହା କ୍ରମାଗତ ଭାବେ ବୃଦ୍ଧି ପାଇ ଆଜି ଏହି ବ୍ୟବଧାନ ସଂଖ୍ୟା 5,77,899ରେ ପହଞ୍ଚିଛି ସକ୍ରିୟ ମାମଲାଗୁଡିକ ବର୍ତ୍ତମାନ ସଂଖ୍ୟା 5,67,730 ଯାହା ମୋଟ ମାମଲାର 32.43% । ସମସ୍ତ ସକ୍ରିୟ ରୋଗୀ ହସ୍ପିଟାଲ ଏବଂ ଘରୋଇ ଏକାନ୍ତବାସରେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି ।  

ପ୍ରଭାବୀ ଆବଦ୍ଧାଞ୍ଚଳ କୌଶଳର ସଫଳ ପ୍ରୟୋଗ, ପରୀକ୍ଷଣ ଏବଂ ଗୁଣାତ୍ମକ ଚିକିତ୍ସା ପରିଚାଳନା ନିୟମାବଳୀ ଦ୍ଵାରା ସୁସ୍ଥତା ହାରରେ କ୍ରମାଗତ ବୃଦ୍ଧି ସହିତ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି । ଭାରତର ମୃତ୍ୟୁହାର 2.13% ଯାହା ବିଶ୍ଵର ହାରାହାରି ମୃତ୍ୟୁହାର ତୁଳନାରେ ସର୍ବନିମ୍ନ ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ସୂଚନା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 


(ରିଲିଜ ଆଡି: 1643061) ପରିଦର୍ଶକ କାଉଣ୍ଟର : 313