ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଗୋଟିଏ ଦିନରେ 4.2 ଲକ୍ଷରୁ ଅଧିକ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା

• ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି ପାଖାପାଖି 1.6 କୋଟି ନମୁନା
• ମୃତ୍ୟୁ ହାର ହ୍ରାସ ପାଇ 2.35 ପ୍ରତିଶତରେ ପହଞ୍ଚିଛି

Posted On: 25 JUL 2020 2:25PM by PIB Bhubaneshwar

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 4,20,000ରୁ ଅଧିକ କୋଭିଡ ପରୀକ୍ଷା କରାଯାଇଛି ଗତ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଭାବରେ ପ୍ରତ୍ୟେକ ଦିନ 3,50,000 ସଂଖ୍ୟକ ନମୁନା ପରୀକ୍ଷଣ କରାଯିବା ଦ୍ଵାରା ଏହି ଉଚ୍ଚତର ସଂଖ୍ୟା ଆସିପାରିଛି ଗତ 24 ଘଣ୍ଟା ମଧ୍ୟରେ 4,20,898 ନମୁନା ପରୀକ୍ଷା କରାଯିବା ସହିତ ମିଲିୟନ ପିଛା ନମୁନା ପରୀକ୍ଷଣ ଆହୁରି 11,485କୁ ବୃଦ୍ଧି ପାଇଛି ଏବଂ ସମୁଦାୟ ପରୀକ୍ଷଣ ସଂଖ୍ୟା 1,58,49,068ରେ ପହଞ୍ଚିଛି

ଜାନୁଆରୀ 2020ରେ କେବଳ ଗୋଟିଏରୁ ବୃଦ୍ଧି ପାଇ ଆଜି 1301ଟି ପରୀକ୍ଷାଗାର ରହିଛି, ଯାହାମଧ୍ୟରେ 902 ଟି ସରକାରୀ ଏବଂ 399ଟି ଘରୋଇ ପରୀକ୍ଷାଗାର ରହିଛି ଆଇସିଏମଆରର ସରଳ ଓ ସଂଶୋଧିତ ନିୟମାବଳୀ ଓ ସରକାରଙ୍କ ଅନବରତ ପ୍ରୟାସ ଯୋଗୁଁ ବ୍ୟାପକ ପରୀକ୍ଷଣ ସମ୍ଭବ ହୋଇଛି ।   

କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଦ୍ରୁତ ପରୀକ୍ଷଣ ସହ  ପରୀକ୍ଷା, ଚିହ୍ନଟ, ଚିକିତ୍ସାର ରଣନୀତି ଯୋଗୁଁ ଦୈନିକ ସଂକ୍ରମିତ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ କ୍ରମଶଃ ଏହା ହ୍ରାସ ପାଇବ ଏହି ପଦ୍ଧତି ଅନୁସରଣ ଯୋଗୁଁ ଏନସିଟିରେ ମଧ୍ୟ ମାମଲା ହ୍ରାସ ପାଇବା ପରିଲକ୍ଷିତ ହୋଇଛି  

ହୋଲିଷ୍ଟିକ ଷ୍ଟାଣ୍ଡାର୍ଡ ଅଫ କେୟାର ଆଭିମୁଖ୍ୟ ଉପରେ ଆଧାରିତ ପ୍ରଭାବଶାଳୀ ଏବଂ ଗୁଣାତ୍ମକ  ଚିକିତ୍ସା ପରିଚାଳନା ନିୟମାବଳୀ ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି ବିଶେଷତଃ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସାମୂହିକ ପ୍ରୟାସ ଯୋଗୁ କୋଭିଡ ଜନିତ ମୃତ୍ୟୁହାର ରୋକାଯାଇ ପାରିଛି ଆଜି ଏହା ଯଥେଷ୍ଟ ହ୍ରାସ ପାଇ 2.35%କୁ ଖସିଛି ଯାହାକି ବିଶ୍ଵରେ ସର୍ବନିମ୍ନ

ଗତ 24 ଘଣ୍ଟା ମଧ୍ୟରେ 32,223 କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ଆରୋଗ୍ୟ ସଂଖ୍ୟା ଆଜି 8,49,431ରେ ପହଞ୍ଚିଛି ସୁସ୍ଥତା ହାର ସର୍ବୋଚ୍ଚ 63.54%ରେ ପହଞ୍ଚିଛି ଆରୋଗ୍ୟ ଏବଂ ସକ୍ରିୟ ରୋଗୀଙ୍କ ବ୍ୟବଧାନ ମଧ୍ୟ 3,93,360କୁ ବୃଦ୍ଧି ପାଇଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 

 


(Release ID: 1641261)