ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ହାଇଡ୍ରୋଜେନ ଯୁକ୍ତ ସିଏନଜିକୁ ଅଟୋମୋଟିଭ୍ ଇନ୍ଧନ ରୂପେ ସାମିଲ କରିବା ପ୍ରସଙ୍ଗରେ ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ

Posted On: 23 JUL 2020 9:45AM by PIB Bhubaneshwar

କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କେନ୍ଦ୍ରୀୟ ମୋଟର ଯାନ ଆଇନ 1979ରେ ସଂଶୋଧନ ସକାଶେ ଜନସାଧାରଣ ତଥା ସମସ୍ତ ହିତଧାରକଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି । ଜିଏସଆର 461(ଇ) ଜୁଲାଇ 22, 2020ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇଡ୍ରୋଜେନ ଯୁକ୍ତ ସିଏନଜିକୁ ଅଟୋମୋଟିଭ୍ ଇନ୍ଧନ ରୂପେ ସାମିଲ କରାଯିବା ସଂକ୍ରାନ୍ତରେ ଏହି ମତାମତ ଆହ୍ୱାନ କରାଯାଇଛି ।

ଦେଶରେ ଅଟୋମୋବାଇଲ୍ କ୍ଷେତ୍ରରେ ସବୁଜ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ମନ୍ତ୍ରଣାଳୟ ଏହା ଆଉ ଗୋଟିଏ ପାଦ ଆଗୁଆ ବୋଲି ବିବେଚନା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଯେଉଁମାନେ ନିଜର ମତାମତ ଅବା ପରାମର୍ଶ ଦେବାକୁ ଚାହାନ୍ତି ସେମାନେ ତାହା ଯୁଗ୍ମ ସଚିବ (ଏମଭିଏଲ), ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ, ପରିବହନ ଭବନ, ପାର୍ଲାମେଣ୍ଟ ଷ୍ଟ୍ରୀଟ୍, ନୂଆ ଦିଲ୍ଲୀ – 110001 (email: jspb-morth[at]gov[dot]in)କୁ ତାହା ବିଜ୍ଞପ୍ତି ଜାରି ହେବାର ତିରିଶ ଦିନ ମଧ୍ୟରେ ପଠାଇପାରିବେ ।

 

**********



(Release ID: 1640709) Visitor Counter : 130