PIB Headquarters

ଜଳ ଜୀବନ ଅଭିଯାନ : ପରସ୍ପରକୁ ଟପିବା ସକାଶେ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା

• 7ଟି ରାଜ୍ୟ ଏପର୍ଯ୍ୟନ୍ତ 2020–21 ପାଇଁ ଧାର୍ଯ୍ୟ ଲକ୍ଷ୍ୟର 10%ରୁ ଅଧିକ କରି ସାରିଛନ୍ତି

Posted On: 21 JUL 2020 6:49PM by PIB Bhubaneshwar

2019 ମସିହା ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିବା ଜଳ ଜୀବନ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ 201920 ଆର୍ଥିକ ବର୍ଷର ମାତ୍ର 7 ମାସ ମଧ୍ୟରେ 85 ଲକ୍ଷ ପରିବାରଙ୍କୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଅଧିକନ୍ତୁ, ବୈଶ୍ୱିକ ମହାମାରୀ କୋଭିଡ଼19 ଭଳି ଅସ୍ୱାଭାବିକ ପରିସ୍ଥିତିରେ 202021 ଆର୍ଥିକ ବର୍ଷରେ ଅନଲକ୍‌-1 ଠାରୁ ପ୍ରାୟ 55 ଲକ୍ଷ ଟ୍ୟାପ୍‌ ସଂଯୋଗ କରାଯାଇ ସାରିଛି । ତେଣୁ ଦୈନିକ ପ୍ରାୟ 1 ଲକ୍ଷ ପରିବାରଙ୍କୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ପାରିଛି ।

ଆଜି ପର୍ଯ୍ୟନ୍ତ ସାତଟି ରାଜ୍ୟ, ଯଥା ବିହାର, ତେଲଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ଗୁଜରାଟ, ହିମାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟ ନିଜେ ନିଜ ପାଇଁ ଧାର୍ଯ୍ୟ କରିଥିବା ଲକ୍ଷ୍ୟର 10 ପ୍ରତିଶତରୁ ଅଧିକ ସଫଳତା ହାସଲ କରି ସାରିଛନ୍ତି । ସେହିଭଳି ଓଡ଼ିଶା, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ମଣିପୁର ଜଳ ଜୀବନ ମିଶନ କାର୍ଯ୍ୟକ୍ରମରେ ଗତବର୍ଷ ଏହି ସମୟ ତୁଳନାରେ ଉତ୍ତମ ପ୍ରଗତି ହାସଲ କରିଛନ୍ତି । ଏହା ରାଜ୍ୟମାନେ ଏହି ଅଭିଯାନକୁ ପ୍ରବର୍ତ୍ତନ କରିବାରେ ପ୍ରଦର୍ଶନ କରିଥିବା ପ୍ରତିବଦ୍ଧତାର ସୂଚନା ପ୍ରଦାନ କରେ । ବିଶେଷ କରି ଭାରତ ସରକାରଙ୍କ ଏହି ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଜରିଆରେ ସେହିସବୁ ରାଜ୍ୟମାନଙ୍କର ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରଙ୍କ ନିକଟରେ ମୌଳିକ ସେବା ସୁବିଧା ପହଞ୍ଚାଇବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଓ ଅବହେଳିତ ଲୋକମାନଙ୍କ ଘରେ ଟ୍ୟାପ୍‌ ଯୋଗେ ନିରାପଦ ପାନୀୟ ଜଳ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନେ ସବୁମତେ ପ୍ରୟାସ ଜାରି ରଖିଛନ୍ତି ।

ଦେଶର ମୋଟ 18.93 ଗ୍ରାମାଞ୍ଚଳ ପରିବାରଙ୍କ ମଧ୍ୟରୁ 4.60 କୋଟି (24.30%) ପରିବାରଙ୍କୁ ଏବେ ସୁଦ୍ଧା ଟ୍ୟାପ୍‌ ଯୋଗେ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରିସାରିଛନ୍ତି । ଅବଶିଷ୍ଟ 14.33 କୋଟି ପରିବାରଙ୍କୁ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତାହା ସୁନିଶ୍ଚିତ କରିବା ନିମନ୍ତେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି, ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନେ ପ୍ରତି ଦିନ ଏକ ଲକ୍ଷ୍ୟରେ ଅଧିକ ଟ୍ୟାପ୍‌ ସଂଯୋଗ କରିବା ଏବଂ ତାହା ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା ଲାଗ କାର୍ଯ୍ୟ କରାଯାଉଛି ।

202021 ଆର୍ଥିକ ବର୍ଷରେ ଜାତୀୟ ଜଳ ଜୀବନ ଅଭିଯାନ ପ୍ରବର୍ତ୍ତନ ନିମନ୍ତେ 23,500 କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଅଧିକନ୍ତୁ, ପଞ୍ଚଦଶ ଅର୍ଥ କମିଶନ ପକ୍ଷରୁ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କୁ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟ ନିମନ୍ତେ 50% ଅର୍ଥ ଯୋଗାଣ ଅର୍ଥାତ୍‌ 30,375 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥର 50 ପ୍ରତିଶତ ଏବେ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଯୋଗାଇ ଦିଆଯାଇସାରିଛି ଯାହାକି ଗ୍ରାମାଞ୍ଚଳରେ ଏହି ଜଳ ଯୋଗାଣ ବ୍ୟବସ୍ଥାର  ଉତ୍ତମ ରୂପାୟନ, ପରିଚାଳନା, କାର୍ଯ୍ୟ ପ୍ରବର୍ତ୍ତନ ଓ ରକ୍ଷଣାବେକ୍ଷଣ ଦିଗରେ ସହାୟକ ହୋଇପାରିବ । ଏହା ଗ୍ରମାଞ୍ଚଳର ଲୋକମାନଙ୍କୁ ନିରାପଦ ପାନୀୟ ଜଳ ନିୟମିତ ତଥା ଦୀର୍ଘକାଳୀନ ଭିତ୍ତିରେ ଯୋଗାଇ ଦିଆଯିବା ଦିଗରେ ସହାୟକ ହୋଇପାରିବ ।

ଜଳ ଶକ୍ତି ମନ୍ତ୍ରଣାଳୟ ରାଜ୍ୟମାନଙ୍କ ସହଭାଗୀତାରେ ଜଳ ଜୀବନ ମିଶନ (ଜେଜେଏମ)କୁ  ପ୍ରବର୍ତ୍ତନ କରୁଛନ୍ତି ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ଟ୍ୟାପ୍‌ ଯୋଗେ ନିରାପଦ ପାନୀୟ ଜଳ ଦୀର୍ଘକାଳୀନ ଭିତ୍ତିରେ ସୁନିଶ୍ଚିତ କରିବା ଦିଗରେ ସହାୟକ ହୋଇପାରୁଛି । 2024 ମସିହା ସୁଦ୍ଧା ଏହା ଫଳରେ ଦେଶର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରଙ୍କ ନିକଟରେ ପାଇପ ଜଳ ଉପଲବ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଜାତୀୟ ଅଭିଯାନ ଏହି ଦିଗରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ତାହା ପ୍ରବର୍ତ୍ତନ କରିବା ଦିଗରେ ହାତଧରି ଆଗକୁ ଆଗେଇ ନେବାରେ ସହାୟକ ହେବେ । ଏଥି ସହ ଅଭିଯାନ ପକ୍ଷରୁ ଦୈନନ୍ଦିନ ଆଧାରରେ ଏହି କାର୍ଯ୍ୟକ୍ରମର ପ୍ରବର୍ତ୍ତନକୁ ମନିଟର କରାଯାଉଛି ।

ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନେ ସଂକଳ୍ପବଦ୍ଧ ଯେ ଜଳ ଜୀବନ ଅଭିଯାନର ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ, ଅର୍ଥାତ୍‌, 2024 ମସିହା ପୂର୍ବରୁ ହାସଲ କରିବେ । 2021 ମସିହାରେ, ବିହାର, ଗୋଆ, ପୁଡ଼ୁଚେରୀ ଓ ତେଲଙ୍ଗାନା ଏହି ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ସେହିଭଳି 2022 ମସିହାରେ ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଲ, ଜମ୍ମୁ ଓ କଶ୍ମୀର, ଲଦାଖ, ମେଘାଳୟ, ପଞ୍ଜାବ, ସିକିମ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଏହି କାର୍ଯ୍ୟ 100 ପ୍ରତିଶତ ସାକାର କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି । ଅପର ପକ୍ଷରେ ଅରୁଣାଚଳ ପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରା 2023 ମସିହା ଶେଷ ସୁଦ୍ଧା ଏ ଦିଗରେ ସେମାନଙ୍କର ସଂପୂର୍ଣର୍ ସଫଳତା ହାସଲ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶ, ଆସାମ, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟମାନେ 2024 ମସିହା ସୁଦ୍ଧା ଜଳ ଜୀବନ ମିଶନକୁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରଦାନର ଲକ୍ଷ୍ୟ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ଅନୁସାରେ ଗ୍ରାମାଞ୍ଚଳରେ ଇଜ୍‌ ଅଫ୍‌ ଲିଭିଂକୁ ସୁଗମ ଓ ସାକାର କରିବା ଏବଂ ସେଥିପାଇଁ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରଙ୍କୁ ଆର୍ଥିକ ସମାଯୋଜନର ସକଳ ପ୍ରକାର ସୁବିଧା, ଯଥା ବାସଗୃହ, ସଡ଼କ, ସ୍ୱଚ୍ଛ ଇନ୍ଧନ, ବିଜୁଳି ଶକ୍ତି ଓ ଶୌଚାଗାର ଆଦି ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏହା ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବନଧାରଣର ମାନରେ ଯଥେଷ୍ଟ ଉନ୍ନତି ଘଟାଇବ । ବିଶେଷ କରି ମହିଳା ଓ ବାଳିକାମାନେ ଏଥିରୁ ସର୍ବାଧିକ ମାତ୍ରାରେ ଉପକୃତ ହୋଇପାରିବେ ଏବଂ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ କିମ୍ବା ଜଳବାହିତ ବିଭିନ୍ନ ପ୍ରକାର ରୋଗରୁ ସେମାନେ ସୁରକ୍ଷିତ ରହିପାରିବେ ।

 

**********

 

 

 

 



(Release ID: 1640309) Visitor Counter : 209