ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମୋଟ ଆରୋଗ୍ୟ ସଂଖ୍ୟା 7.2 ଲକ୍ଷ ଡେଇଁଲା

• ଜାତୀୟ ସୁସ୍ଥତା ହାର 62.72 ପ୍ରତିଶତ
• ମୃତ୍ୟୁ ହାର 2.43 ପ୍ରତିଶତକୁ ହ୍ରାସ

प्रविष्टि तिथि: 21 JUL 2020 7:41PM by PIB Bhubaneshwar

ପ୍ରଭାବଶାଳୀ ନିରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ଦ୍ଵାରା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ରୋଗୀଙ୍କ ମଧ୍ୟରୁ 24,491 ସୁସ୍ଥ ହୋଇଛନ୍ତି ଏହା ବର୍ତ୍ତମାନ ସୁଦ୍ଧା କୋଭିଡ-19 ଆରୋଗ୍ୟ ସଂଖ୍ୟାକୁ 7,24,577ରେ ପହଞ୍ଚାଇଛି

ଆରୋଗ୍ୟ ହାର 62.72 ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତର ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇ 2.43 ପ୍ରତିଶତରେ ରହିଛି ଯାହାକି ସର୍ବନିମ୍ନ  

ଆରୋଗ୍ୟ ଏବଂ ସକ୍ରିୟଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ 3,22,048କୁ ବୃଦ୍ଧି ପାଇଛି ବର୍ତ୍ତମାନ ସକ୍ରିୟ ରୋଗୀ ସଂଖ୍ୟା 4,02,529 ରହିଛି ଏବଂ ସମସ୍ତେ ଡାକ୍ତରୀ ତତ୍ତ୍ଵାବଧାନରେ ଅଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 3,33,395 ନମୁନା ପରୀକ୍ଷା କରାଯାଇଛି । ଦେଶରେ ସମୁଦାୟ 1,43,81,303ଟି ନମୁନା ପରୀକ୍ଷା କରାଯାଇସାରିଲାଣି ଏହା କେବଳ ପରୀକ୍ଷାଗାର ବୃଦ୍ଧି ଫଳରେ ସମ୍ଭବ ହୋଇପାରିଛି । ବର୍ତ୍ତମାନ ଦେଶରେ 892ଟି ସରକାରୀ ଓ 382ଟି ବେସରକାରୀ ଏହିପରି ଭାବରେ ମୋଟ 1274ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 


(रिलीज़ आईडी: 1640294) आगंतुक पटल : 263
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Bengali , Manipuri , Assamese , Punjabi , Gujarati , Tamil , Malayalam