ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଗଭୀର ଶୋକ
• ଲାଲଜୀ ଟଣ୍ଡନଙ୍କ ସମଗ୍ର ଜୀବନ ଜନସେବା ପ୍ରତି ଥିଲା ସମର୍ପିତ : ଗୃହ ମନ୍ତ୍ରୀ
• ଜନସେବକ ଭାବେ ଲାଲଜୀ ଟାଣ୍ଡନ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଯାଇଛନ୍ତି : ଅମିତ ଶାହ
• ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ସହିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଲେ ଗୃହମନ୍ତ୍ରୀ
Posted On:
21 JUL 2020 12:08PM by PIB Bhubaneshwar
ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ଲାଲଜୀ ଟଣ୍ଡନଙ୍କ ବିୟୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଶ୍ରୀ ଲାଲଜୀ ଟଣ୍ଡନଙ୍କ ସମଗ୍ର ଜୀବନ ଜନସେବା ପ୍ରତି ସମର୍ପିତ ଥିଲା ।
ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀ ଭାବେ ଶ୍ରୀ ଲାଲଜୀ ଟଣ୍ଡନ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଯାଇଛନ୍ତି ଏବଂ ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ।
ବିଦାୟୀ ଆତ୍ମାର ଶାନ୍ତି ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଭଗବାନଙ୍କଠାରେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି ।
**********
(Release ID: 1640290)
Visitor Counter : 196
Read this release in:
Telugu
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Malayalam