ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ 22ରେ ଇଣ୍ଡିଆ ଆଇଡିଆଜ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 21 JUL 2020 11:35AM by PIB Bhubaneshwar

ଜୁଲାଇ 22ରେ ହେବାକୁ ଥିବାଇଣ୍ଡିଆ ଆଇଡିଆଜ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ

ଏହି ସମ୍ମିଳନୀ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଦ୍ୱାରା ଆୟୋଜିତ ହେଉଛିଚଳିତ ବର୍ଷ ପରିଷଦ ଗଠନର 45ତମ ବାର୍ଷିକୀ ପାଳିତ ହେଉଛିଚଳିତ ବର୍ଷର ଇଣ୍ଡିଆ ଆଇଡିଆଜ ସମ୍ମିଳନୀର ବିଷୟବସ୍ତୁ ରହିଛିଉନ୍ନତ ଭବିଷ୍ୟତ ନିର୍ମାଣ

ଏହି ଭର୍ଚୁଆଲ ସମ୍ମିଳନୀରେ ଭାରତ ଆମେରିକା ସରକାରଙ୍କ ନୀତିନିର୍ମାତା, ବରିଷ୍ଠ ଅଧିକାରୀ, ବିଶିଷ୍ଟ ଉଦ୍ୟୋଗପତି ସମାଜର ବୁଦ୍ଧିଜୀବୀ ବିଶିଷ୍ଟ ବ୍ୟକ୍ତିବିଶେଷ ଭାଗ ନେବେଅନ୍ୟ ପ୍ରମୁଖ ବକ୍ତାଙ୍କ ମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ, ଭର୍ଜିନିଆ ସିନେଟର ତଥା ସିନେଟ ଇଣ୍ଡିଆ କକସର ସହ-ଅଧ୍ୟକ୍ଷ ମାର୍କ ୱାର୍ଣ୍ଣର, ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହାଲେ ପ୍ରମୁଖ ଭାଗ ନେବେସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ଭାରତ ଆମେରିକା ସହଯୋଗ ଭବିଷ୍ୟତ ସମ୍ପର୍କ ଆଦି ବିଭିନ୍ନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ

 

**********


(रिलीज़ आईडी: 1640229) आगंतुक पटल : 256
इस विज्ञप्ति को इन भाषाओं में पढ़ें: Telugu , Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Kannada , Malayalam